ବ୍ରହ୍ମପୁର ରେ ପାଳିତ ହେଲା ବିଶ୍ୱ ଜଳ ଦିବସ

0
28

ବ୍ରହ୍ମପୁର,୨୨/୦୩/୨୧/(ମହାରାଣୀ ନ୍ୟୁଜ୍): ତାତି ବଢିବା ସାଙ୍ଗକୁ ତାପମାତ୍ରା ବୃଦ୍ଧି ପାଇଛି । ବ୍ରହ୍ମପୁର ସହରରେ ଅନେକ ସ୍ଥାନରେ ଜଳ ର ଅପବ୍ୟବହାର କରାଯାଉଛି ଯାହାକୁ ଦୃଷ୍ଟି ରେ ରଖି ବିଶ୍ୱ ଜଳ ଦିବସ ଅବସରରେ ଆଜି ଆଯ୍ୟଭଟ ଫାଉଣ୍ଡେସନ ପକ୍ଷରୁ ବ୍ରହ୍ମପୁର ସହର ପରିକ୍ରମା କରି ରେଶମ ସହରବାସୀଙ୍କୁ ଜଳ ସୁରକ୍ଷା ଜୀବନ ରଖିବା ସ୍ଲୋଗାନ ଦେଇ ଜଳ ଅପବ୍ୟବହାର ନ କରିବା ପାଇଁ ସଚେତନତା କରିଥିଲେ । ବୁଲା ପ୍ରାଣୀ ଓ ପକ୍ଷୀମାନେ ପାଣି ମୁନ୍ଦାଏ ପାଇଁ ଡହଳ ବିକଳ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ସହର ବାସୀ ପ୍ରାଣୀ ଓ ପକ୍ଷୀମାନଙ୍କ ପାଇଁ ପାଣିକୁଣ୍ଡର ବ୍ୟବସ୍ଥା କରନ୍ତୁ ବୋଲି ଉକ୍ତ ଫାଉଣ୍ଡେସନ ପକ୍ଷରୁ କୁହା ଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here