ବିଭିନ୍ନ ଦାବି ନେଇ ଏଲଆଇଇସି ଏଜେଣ୍ଟଙ୍କ ଧର୍ମଘଟ

0
3

ବ୍ରହ୍ମପୁର,୨୩/୦୩/୨୧/(ମହରାଣୀ ନ୍ୟୁଜ୍): ବ୍ରହ୍ମପୁର ଆର୍.ସି ଚର୍ଚ୍ଚ ରୋଡ଼ ସ୍ଥିତ ଏଲ୍ ଆଇ ସି ମୁଖ୍ୟଶାଖା ଏଜେଣ୍ଟ ସଂଘ ପକ୍ଷରୁ ଏଲ୍ଆଇସି କୁ ଘରୋଇକରଣ ନିଷ୍ପତି ବିରୁଦ୍ଧରେ ଦିନିକିଆ ଧର୍ମଘଟ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ କରିଛନ୍ତି । ଦାବି ମୁତାବକ ବୀମା କମ୍ପାନୀକୁ ଘରୋଇକରଣ କରିବା ନେଇ କେନ୍ଦ୍ର ସରକାର ଯେଉଁ ହୀନ ଚକ୍ରାନ୍ତ ଚଳାଇଛନ୍ତି ତାହାକୁ ବିରୋଧ କରାଯିବା ସହ ଜମାକାରୀଙ୍କ ଦ୍ଵାରା ଜମା ରାଶିରେ ଜିଏସଟି ବ୍ୟବସ୍ଥାକୁ ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି ହୋଇଛି । ଏହାସହ ଏଜେଣ୍ଟ ମାନଙ୍କୁ ଗ୍ରୁପ୍ ଇନ୍ସୁରାନ୍ସ ପ୍ରଦାନ କରିବା ସହ ଗ୍ରାଚୁଟିକ ପ୍ରଦାନ କରିବା, କମିଶନ ବୃଦ୍ଧି କରିବା, ଗୃହ ଲୋନ ଉପରେ ଲାଗୁ କରାଯାଇଥିବା ବର୍ଦ୍ଧିତ ଶୁଦ୍ଧକୁ ପ୍ରତ୍ୟାହାର କରିବା, ସ୍ୱାସ୍ଥ୍ୟବୀମା ପ୍ରଦାନ କରିବା ଭଳି ବିଭିନ୍ନ ଦାବି ନେଇ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣା ଦେଇଥିଲେ ଏଜେଣ୍ଟ ସଂଘ । ଏଥିରେ ସଭାପତି ତୁଷାରକାନ୍ତି ରଥ, ସମ୍ପାଦକ ଜଗନ୍ନାଥ ପାଳ, ସହ ସମ୍ପାଦକ ଅଶୋକ କୁମାର ମହାରଣା, ଉପଦେଷ୍ଟା ରବୀନ୍ଦ୍ର ସାହୁ, ଲକ୍ଷ୍ମୀ ନାରାୟଣ ଦାସ, ପି. ରଘୁରାମ ଦାସ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପାତ୍ର, ରାମ ପାଢିଙ୍କ ସମେତ ବହୁ ଏଜେଣ୍ଟ ଧାରଣାରେ ସାମିଲ ହୋଇଥିଲେ ।

ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here