ସହିଦ ଭଗତ ସିଂହ ଙ୍କ ୯୦ ତମ ବଳିଦାନ ଦିବସ ପାଳିତ

0
19

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ସହିଦ ଭଗତ ସିଂହ ଙ୍କ ୯୦ ତମ ବଳିଦାନ ଦିବସ ଆନନ୍ଦ ନଗର ଠାରେ ଭଗତ ସିଂହ ଯୁବ ସଂଘ ପକ୍ଷରୁ ପାଳିତ ହୋଇଯାଇଛି । ଆୟଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଲୋକ ସେବକ ମଣ୍ଡଳ ର ସଦସ୍ୟ ରାଜେନ୍ଦ୍ର କୁମାର ଜେନା, ପୂର୍ବତନ ଶିକ୍ଷାବିତ୍ ଜବାହର ଲାଲ ପାତ୍ର ପ୍ରମୁଖ ଯୋଗ ଦେଇ ଭଗତ ସିଂହ ଙ୍କ ବଳିଦାନ ଗାଥା ଉପରେ ଆଲୋଚନା କରିଥିଲେ । ଆନନ୍ଦ ନଗର ସ୍ଥିତ ଭଗତ ସିଂହ ଙ୍କ କମୁନିଟି ହଲ୍ ରେ ଥିବା ସହିଦ୍ ଭଗତ ସିଂହ ଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରୁତି ସଭା ଆୟୋଜନ କରାଯାଇଥିଲା । ଆଜିର ଆୟଜିତ କାର୍ଯ୍ୟକ୍ରମ ରେ ଭଗତ ସିଂହ ଯୁବ ସଂଘ ର ପ୍ରତିଷ୍ଠାତା ମୋନଜ କୁମାର ଚୌଧରୀ ପରିଚାଳନା କରିଥିବା ବେଳେ ଡି ତାରକେଶ୍ବର ପାତ୍ର, ନିରଞ୍ଜନ ଜେନା, ମୁନା ସେଠି ସମେତ ଯୁବ ସଂଘ ବହୁ କାର୍ଯ୍ୟ କର୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here