ମାଁ ର ଆକୁଳ ନିବେଦନ: ମୋ ଘର ମୋତେ ଫେରାଇଦିଅ ।

0
16

ବ୍ରହ୍ମପୁର,୨୩/୦୩/୨୧/(ମହାରାଣୀ ନ୍ୟୁଜ୍): ମାଁ ଶବ୍ଦର କୌଣସି ତୁଳନା ନଥାଏ କି ମାଁ ର ମମତା କୁ କେହି ମାପି ପାରିବା ତାହା ସମ୍ଭବ ନଥାଏ । ତଥାପି ଆଜିର ଯୁଗରେ ଏଭଳି କେତେ ଯେ ନିଷ୍ଠୁର ସେହିଭଳି ପୁଅ ଅଛନ୍ତି ଯେଉଁ ମାଁ ୧୦ ମାସ ପେଟରେ ପାଳି କଷ୍ଟ ସହି ଜନ୍ମ କରିଥିଲା ତାକୁ ଆଜି ପର କରି ଦେଉଛନ୍ତି । ପାଳିପୋଷି ବଡ କରିଥିଲା ସେ ମାଁ କିନ୍ତୁ ତାର ଯେତେବେଳେ ପରିଣତ ବୟସ ଆସିଲା ସେତେବେଳେ ତାକୁ ହିଁ ତାର ଘରରୁ ବାହାର କରି ଅସହାୟ ଅବସ୍ଥାରେ ଛାଡିଦେଲେ । ଏଭଳି ଏକ ଦୁଃଖ ଦାୟକ ଘଟଣା ଘଟିଛି ଜାତୀୟ ସ୍ତରର ପଦକ ବିଜେତା ବଳରାମ ପାତ୍ରଙ୍କ ବିଧବା ପତ୍ନୀ କନକ ପାତ୍ରଙ୍କ ସହ । ପରିବାରିକ ନିର୍ଯ୍ୟତନାର ଶିକାର ହୋଇ ବର୍ତ୍ତମାନ ନ୍ୟାୟ ଭିକ୍ଷା କରିବା ସହ ଅଭିଯୋଗ ନେଇ ବ୍ରହ୍ମପୁର ଡ଼ିଆଇଜି ଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବ୍ରହ୍ମପୁର ବାଲାଜୀ ପେଣ୍ଠ ସାହି ନିବାସୀ ୮୦ ବର୍ଷିୟା କନକ ପାତ୍ରଙ୍କ ଜୀବନ ରେ, ସ୍ଵାମୀ ବଳରାମ ପାତ୍ର ଥିଲେ ଜଣେ ପାଦ ଚଲା ପ୍ରତିଯୋଗୀତାରେ ଜାତୀୟ ସ୍ତରର ବିଜେତା । ଦୁଇ ପୁଅ, ଚାରି ଝିଅକୁ ଜନ୍ମ କରି ବଡ଼ କରିଥିଲେ, ଆଉ ଆଶା ବାନ୍ଧିଥିଲେ ବୃଦ୍ଧ କାଳରେ ସେବା ଶୁଶ୍ରୁଶା କରିବେ ବୋଲି । କିନ୍ତୁ କନକଙ୍କ ଜୀବନରେ ଆଶାର ଆଲୋକ ଜଳିବା ପୂର୍ବରୀ ଘଟିଗଲା ପୁରା ବିପରୀତ। ସ୍ଵାମୀ ଚାଲିଗଲା ପରେ ଦୁଇ ପୁଅ ଖାଇବାକୁ ନଦେଇ ଓଲଟା ଗାଳିଗୁଲଜ କରିବା ସହ ମାରପିଟ୍ କରିବାପାଇଁ ମଧ୍ୟ ପଛେଇ ନଥିଲେ । ଆଉ ମାରପିଟ୍ ରେ ଦୁଇ ନାତି ମଧ୍ୟ ସାମିଲ ହେଉଥିବା କାନ୍ଦି କାନ୍ଦି ଅଭିଯୋଗ କରିଛନ୍ତି କନକ । ତାଙ୍କ ନିଜସ୍ଵ ଘରୁ କନକଙ୍କୁ ତଡି ଦେଇଛନ୍ତି ଦୁଇ ପୁଅ । ଶେଷରେ ବାଧ୍ୟ ହୋଇ କନକ ତାଙ୍କ ତୃତୀୟ ଝିଅ କଲ୍ୟାଣୀଙ୍କ ନିକଟରେ ଭଡା ଘରେ ଆଶ୍ରୟ ନେଇଛନ୍ତି । ସ୍ୱାମୀ ସନ୍ତକ ଭାବେ ଦେଇଥିବା ଯାହା ସୁନା ଅଳଙ୍କାର ଦୁଇ ପୁଅ ସହ ଅନ୍ୟ ଦ୍ଵିତୀୟ ଝିଅ ଲୁଟି ନେଇଯାଇଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି କନକ । ଏହି ସମସ୍ତ ଘଟଣା ବିଷୟରେ ପୂର୍ବରୁ ବଡ ବଜାର ଥାନାରେ ଅଭିଯୋଗ କରିବା ସହ ବ୍ରହ୍ମପୁର ଏସପି ଙ୍କୁ ଭେଟିଥିବା କହିଛନ୍ତି କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହାନ୍ତି ପୋଲିସ । ନା କନକଙ୍କ ଅଳଙ୍କାର ମିଳି ପାରିଲା ନା ନିଜସ୍ଵ ଭିଟା ମାଟିର ଘରଟିକୁ ପୁଅ ମାନଙ୍କ ଠାରୁ ଆଣିବାରେ ସମର୍ଥ ହେଲେ ପୋଲିସ । ଯେଉଁ ଝିଅଙ୍କ ଠାରେ ରହୁଛନ୍ତି କନକ ସେଠାରେ ନ ରହି ନିଜ ଘରେ ସେ ବାକିତକ ଜୀବନ କାଟିବାକୁ ଚାହୁଁଛନ୍ତି । ଏନେଇ ଆଜି କନକ ନିଜ ଝିଅଙ୍କ ସହ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ଡିଆଇଜି ଙ୍କୁ ଭେଟି ତାଙ୍କ ନିଜର ଗୁହାରି ଜଣାଇଛନ୍ତି । ଏସଡିପିଓ ଙ୍କୁ ଘଟଣାରେ ତଦନ୍ତ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here