ଉପଖଣ୍ଡ ସ୍ତରୀୟ ସଡ଼କ ନିରାପତ୍ତା କମିଟି ବୈଠକରେ ନିଷ୍ପତି; ଦ୍ରୁତ ଗାଡି ଚାଳନା କୁ ଲଗାମ ଲଗାଯିବ

0
23

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଦ୍ରୁଘଟଣା ଘଟିବାର ମୁଖ୍ୟ କାରଣ ହେଉଛି ଗାଡି ଦ୍ରୁତ ଚାଳନା ଆଉ ଦ୍ରୁତ ଗାଡି ଚାଳକଙ୍କୁ କଦାପି ବରଦାସ୍ତ କରାଯିବ ନାହିଁ । ବାଇକ ରେ ଉଭୟ ଚାଳକ ଏବଂ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ । ମଦ୍ୟ ପାନ କରି ଗାଡି ଚଳେଇବା ହେଉଛି ବଡ ଅପରାଧ । ସଡ଼କ ନିରାପତ୍ତା ଉପରେ ଜଡ଼ିତ ସମସ୍ତ ନିୟମ ଯଦି ଠିକ ସେ ପାଳନ ନ କରାଯାଏ ତେବେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ନହେଲେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଋଦ୍ଧ ସହ ଜୋରିମାନା କିମ୍ବା ଜେଲ ଯିବାକୁ ମଧ୍ୟ ପଡିପାରେ। ଏ ନେଇ ସୋମବାର ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉପଖଣ୍ଡ ସ୍ତରୀୟ ସଡ଼କ ନିରାପତ୍ତା କମିଟି ବୈଠକ ନିଷ୍ପତ୍ତି ନିଆଯାଇଛି। ବେପରୁଆ ଗାଡି ଚାଳନା, ମଦ ପିଇ ଗାଡି ଚଳେଇବା,ବିଡ଼ିପୁର ଏବଂ ଜଗନ୍ନାଥ ପ୍ରସାଦ ଠାରେ ଟ୍ରାଫିକ ସମସ୍ୟା, ରାସ୍ତାରେ ବେଆଇନ ଭାବେ ବାଲି, ଗୋଡି ପକେଇବା ସମେତ ରାସ୍ତରେ ଉପରେ ଗାଡି ପାର୍କିଂ ଅନ୍ୟାନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ହେଲମେଟ ନାହିଁ ତ ପେଟ୍ରୋଲ ନାହିଁ ଏହି ନିୟମକୁ କଡାକଡି ପାଳନ ନିମନ୍ତେ ପେଟ୍ରୋଲ ପମ୍ପ ମାଲିକ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି । ଏହା ଛଡା କରୋନା ର ଦ୍ୱିତୀୟ ଲହରୀ ଫେରୁଥିବାରୁ ସମସ୍ତଙ୍କୁ ସଜାଗ ରହିବା ସହ ମାସ୍କ ବ୍ୟାବହାର ଉପରେ ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ କହିଛନ୍ତି । ଦୁର୍ଘଟଣାଟଣା ଗସ୍ତ ବ୍ୟକ୍ତିକୁ ବିନା ସଂକୋଚରେ ଡାକ୍ତରଖାନାକୁ ପହଂଚେଇବା କୁହାଯାଇଛି । ମେଡ଼ିକାଲ ରେ ପହଂଚେଇଥିବା ବ୍ୟକ୍ତିଙ୍କୁ କୌଣସି ପ୍ରକାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ ବରଂ ପୁରସ୍କାର ରାଶି 2 ହଜାର ଟଙ୍କା ପ୍ରଦାନ କରାଯିବ । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା କର୍ମଚାରୀ ଏବଂ ଜନସାଧାରଣ ବିନା ହେଲମେଟ ରେ କାର୍ଯ୍ୟାଳୟକୁ ଆସିପାରିବେ ନାହିଁ । ରୋଡ ସେଫଟି ନିୟମ ଙ୍କୁ କଡାକଡି ପାଳନ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ କହିଛନ୍ତି | ଗଞ୍ଜାମ ଜିଲାରେ 2019 ମସିହାରେ 378 ଟି ଦୁର୍ଘଟଣା ମୃତ୍ୟୁ ଘଟିଥିବା ବେଳେ 2020 ମସିହାରେ 355 ଟି ଦୁର୍ଘଟଣା ଘଟିଛି। ମଦ ପିଇ ଗାଡି ଚଳାଉଥିବା ସମୟରେ ଆରଟିଓ ତରଫରୁ 78 ଟି କେସ, ପୋଲିସ ତରଫରୁ 1239 ଟି ମୋଟ 1317 ଟି କେସ କରାଯାଇଛି। କୋଇଣ୍ଡି ଏବଂ ଗୋବରା ଥିବା ଗଛ ଦୁର୍ଘଟଣା ପ୍ରବଣ ହେଉଥିବାରୁ କାଟିବା ନିମନ୍ତେ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵରଞ୍ଜନ କହଁର, ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରୟ, ଥାନା ଏସ. ଆଇ ସମୀର କୁମାର ବେହେରା, ସମାଜସେବୀ ଶୁଳପାଣି ଶତପଥୀ, ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା,ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଫକୀର ମୋହନ ମାଝୀ, ବ୍ଲକ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ,ବସ ସଂଘ ର ବିପ୍ର ଚରଣ ବାରିକ,ଅଟୋ ସଂଘର ନାରାୟଣ ବିଷୋୟୀ,ଏ. ଇ. ଇ ପିଡବ୍ଲୁ ଡି ଏଲ. କ ମହାନ୍ତି, ସନ୍ତୋଷ କୁମାର ପଲେଇ,ସୁନୀଲ କୁମାର ପଟ୍ଟନାୟକ,ସିଲା ଶ୍ରୀନିବାସ ରାଓ, ଆସିଷ୍ଟାଣ୍ଟ ଏମଭିଆଇ ଲଷ୍ମୀ ନାରାୟଣ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here