ଦାଦା ବଟି ଗ୍ୟାରେଜ୍ ମାଲିକଙ୍କୁ ଆକ୍ରମଣ ଅଭିଯୋଗରେ ମୁଖ୍ୟ ଅଭିଯୁକ୍ତ ଗିରଫ, ସହଯୋଗୀ ଫେରାର୍

0
9

ବ୍ରହ୍ମପୁର,୨୫/୦୩/୨୧/(ମହରାଣୀ ନ୍ୟୁଜ୍):ବଡ଼ ବଜାର ଥାନା ଅନ୍ତର୍ଗତ ହରିଡ଼ାଖଣ୍ଡି ଠାରେ ଜଣେ ଗ୍ୟାରେଜ୍ ମାଲିକଙ୍କୁ ଦାଦାବଟି ଦାବି କରି ଆକ୍ରମଣ କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ହେଉଛନ୍ତି ହରିଡ଼ାଖଣ୍ଡି ଉତ୍ତରାମୁଖୀ ସାହିର ଶିବା ପଟ୍ଟନାୟକ ( ୨୭ ) । ସୂଚନା ମୁତାବକ ଶିବ ଓ ତାର ସହଯୋଗୀ ମୁନା ମହରଣା ଫାଷ୍ଟଗେଟ ଛକରେ ଗ୍ୟାରେଜ୍ କରିଥିବା ଲିଙ୍ଗରାଜ ନାୟକଙ୍କୁ ଦାଦାବଟି ବାବଦରେ ୨୦ହଜାର ଦାବି କରିଥିଲେ । ହେଲେ ବଟି ଦେବା ପାଇଁ ଲିଙ୍ଗରାଜ ମନା କରିଥିଲେ । ଗତକାଲି ଅପରାହ୍ନରେ ଶିବ ଓ ସହଯୋଗୀ ମୁନା ଫାଷ୍ଟଗେଟ ଲିଙ୍ଗରାଜଙ୍କ ଗ୍ୟାରେଜ୍ ରେ ପହଞ୍ଚିଥିଲେ । ଉଭୟେ ଲିଙ୍ଗରାଜଙ୍କ ସହିତ ପାଟିତୁଣ୍ଡ କରି ତାଙ୍କୁ ଆକ୍ରମଣ କରିବା ସହିତ ୨୦ହଜାର ଓ ଏକ ଫୋନ୍ ଲୁଟି ଚମ୍ପଟ ମାରିଥିଲେ । ଏ ନେଇ ଲିଙ୍ଗରାଜ ବଡ଼ବଜାର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କ୍ରମେ ପୋଲିସ କେସ୍ ନମ୍ବର ୬୬ /୨୧ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଲିସ ଶିବକୁ ଗିରଫ କରିଥିବା ବେଳେ ସହଯୋଗୀ ମୁନା ଫେରାର୍ ରହିଥିବା ପୋଲିସ ସୂଚନା ଦେଇଛନ୍ତି । ଶିବ ନିକଟରୁ ୪ହଜାର ଟଙ୍କା ଜବତ ହୋଇଛି । ଶିବ ନାଁରେ ବଡ଼ବଜାର ଥାନାରେ ୧୩ଟି ବିଭିନ୍ନ ଅପରାଧ ମାମଲା ରହିଥିବା ଅତିରିକ୍ତ ଏସ୍ ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here