ମାଲକାନଗିରି ରୁ ବିହାରକୁ ଗଞ୍ଜେଇ ଚାଲାଣ ମାମଲାରେ ଦୁଇ ବିହାରୀ ଯୁବକଙ୍କୁ ୨୦ବର୍ଷ ଜେଲଦଣ୍ଡ

0
12

ବ୍ରହ୍ମପୁର ,୨୫/୦୩/୨୧/(ମହାରାଣୀ ନ୍ୟୁଜ୍):ଗଞ୍ଜେଇ ଚାଲାଣ ମାମଲାର ଶୁଣାଣି କରି ଏଡିଜେ(୧) ଡ . ପ୍ରସନ୍ନ କୁମାର ପଣ୍ଡା ଦୁଇଜଣ ବିହାରୀ ଯୁବକଙ୍କୁ ୨୦ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହା ସହିତ ୨ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ଚୂଡ଼ାନ୍ତ ରାୟ ଦେଇଛନ୍ତି । ଦୁଇ ଅଭିଯୁକ୍ତ ହେଲେ ରାମ କ୍ରିପାଲ୍ ଯାଦବ ଓ ଶ୍ୟାମଦେବ କୁମାର।ଘଟଣା ରୁ ପ୍ରକାଶ ଯେ ରାମ କ୍ରିପାଲ୍ ଯାଦବ ଓ ଶ୍ୟାମଦେବ କୁମାର ୨୦୧୮ ମସିହା ଅକ୍ଟୋବର ୧୦ ତାରିଖରେ ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ନିକଟରେ ଅବକାରୀ ବିଭାଗ ପାଟ୍ରୋଲିଂ କରୁଥିବା ବେଳେ ଏକ କାରରେ ଚାଲାଣ ହେଉଥିବା ୮୧ କେଜି ଗଞ୍ଜେଇ ଜବତ ହୋଇଥିଲା । ଏହି ଗଞ୍ଜେଇ ମାଲକାନଗିରି ରୁ ଭୁବନେଶ୍ୱର ,ବିହାରକୁ ହୁଣ୍ଡା କାର ( ୟୁପି – ୧୬ଇ- ୨୩୪୦ ) ଯୋଗେ ଚାଲାଣ କରାଯାଉଥିବା ଜଣାପଡ଼ିଥିଲା । ଏହି ମାମଲାରେ ଅବକାରୀ ବିଭାଗ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଘଟଣା ପରଠୁ ଅଭିଯୁକ୍ତ ଦୁଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଥିଲେ । ଏହି ମାମଲାର ବିଚାରଣା ବେଳେ ୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଥିଲା । ଆବଶ୍ୟକ ପ୍ରମାଣ ଥିବା ଯୋଗୁଁ କୋର୍ଟ ଉଭୟ ଅଭିଯୁକ୍ତଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତଙ୍କ ତରଫରୁ ଆଇନଜୀବୀ ମନୋଜ ମହାପାତ୍ର ମକଦ୍ଦମା ପରିଚାଳନା କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here