ସହିଦ ଦିବସରେ ରକ୍ତଦାନ ଶିବିର ଅନୁଷ୍ଠିତ

0
16

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ;- ମଙ୍ଗଳବାର ସହିଦ ଦିବସ ଅବସରରେ ଦେଶ ପାଇଁ ଲଢେଇ କରି ସହିଦ ହୋଇଥିବା ସହିଦ ଭଗତ ସିଂ,ରାଜଗୁରୁ ଓ ଶୁକଦେବଙ୍କ ସ୍ମୃତି ତଥା ରକ୍ତ ଅଭାବରେ କାହାରିକୁ ମରିବାକୁ ଦେବା ନାହିଁ ସଂକଳ୍ପ ନେଇ ଛଅ ଥର ଗିନିଜ ୱାଲ୍ଡ ରେକଡ କରିସାରିଥିବା ଜାତୀୟ ସ୍ତରର ସ୍ବେଚ୍ଛାସେବୀ ଅନୁଷ୍ଠାନ ନିଫା (NIFAA-National Integrated Forum of Artists and Activists) ଏବଂ ଆମ ଓଡିଶା ଅନୁଷ୍ଠାନର ମିଳିତ ପ୍ରୟାସରେ ଭଞ୍ଜନଗର ବ୍ଳଡ ବ୍ୟାଙ୍କ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପ୍ରାକ୍ତନ କେ.ଏସ୍.ୟୁ.ବି କଲେଜ ଅଧ୍ୟକ୍ଷ କୃତିବାସ ବିଶ୍ବାଳ ଉଦଘାଟନ କରିଥିଲେ। ନିଫାର ଜିଲ୍ଲା ସଭାପତି ନେତାଜୀ ବିଷୋୟୀ, ସମ୍ବାଦ ପ୍ରତିନିଧି ବିଶ୍ବମ୍ବର ଜେନା,ଅଲୋଷ୍ଟା ରାଜ୍ୟ ସଭାପତି ତଥା ଭଞ୍ଜନଗର ଏ.ବି.ଇ.ଓ ଜଗବନ୍ଧୁ ଜେନା,ଓଷ୍ଟା ରାଜ୍ୟ ଉପସଭାପତି ତଥା ବଡକୋଦଣ୍ଡା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା,ନିଫାର ସଦସ୍ୟ ବରିଷ୍ଠ ସଦସ୍ୟ ପଦ୍ମନାଭ ପ୍ରଧାନ,ସୁରେଶ ଚନ୍ଦ୍ର ସ୍ବାଇଁ,ଅନୁପମ ବାନାର୍ଜି, ସମାଜିକ କର୍ମୀ ଶୂଳପାଣୀ ଶତପଥୀ, ଶିକ୍ଷାବିତ ଅଜିତ କୁମାର ଶତପଥୀ,ଶିକ୍ଷୟିତ୍ରୀ ପ୍ରଭାତି ମଞ୍ଜରୀ ବେହେରା,ଅଧ୍ୟାପିକା ଡକ୍ଟର ନଳିନୀ ପ୍ରଭା ଦାସ ପ୍ରମୁଖ ଉପସ୍ଥିତ ରହି ଉତ୍ସାହିତ କରିଥିଲେ । ସମ୍ବାଦିକ ପ୍ରେମଜିତ ପଟ୍ଟନାୟକ, ସାମାଜିକ କର୍ମୀ ଚିନ୍ମୟ କୁମାର ବେବର୍ତ୍ତା,ସି.ଆର୍.ସି.ସି ତ୍ରିନାଥ ବେହେରା,ଡାକ୍ତର ଗାୟତ୍ରୀ ସାହୁ,ଶିକ୍ଷୟିତ୍ରୀ ମନବିନ ଜେନା ପ୍ରମୁଖଙ୍କ ସମେତ ପ୍ରାୟ 22 ରୁ ଉର୍ଦ୍ଧ୍ବ ଜଣ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ । ଏଥିରେ ଭଞ୍ଜନଗର ମହିଳା ବୈଶ୍ୟ ସଂଘର ତଥା ଘୁମୁସର ଲେଖିକା ସଂସଦର ବହୁ ସଦସ୍ୟ ମଧ୍ୟ ଯୋଗ ଦେଇ ସ୍ବେଛାକୃତ ରକ୍ତଦାନ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନାରେ ଭଞ୍ଜନଗର ମେଡିକାଲ ଷ୍ଟାଫଙ୍କ ସମେତ ଶିକ୍ଷକ ପ୍ରସନ୍ନ କୁମାର ପ୍ରଧାନ,ଶିକ୍ଷକ ନିଳାଞ୍ଚଳ ପ୍ରଧାନ ତଥା ଯୁବ ସଂଗଠକ ପ୍ରଦୀପ ଜେନା ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଥାଉ କି ଏହି ସହିଦ ଦିବସରେ ସାରା ଭାରତରେ ପନ୍ଦର ହଜାର ସ୍ଥାନରେ ଏହିଭଳି ରକ୍ତଦାନ ଶିବିର ଆୟୋଜନ କରାଯାଇ ପ୍ରାୟ ନବେ ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି ।

ରିପୋର୍ଟ :(ନିଲୁ ବିଷୋୟୀ )

LEAVE A REPLY

Please enter your comment!
Please enter your name here