ବାଇକ ଚୋର ରାକେଟ ଠାବ ; ୮ବାଇକ ଜବତ;୨ଗିରଫ

0
3

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ପୋଲିସ ପକ୍ଷରୁ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଓ ବାଲିଗୁଡା ଅଂଚଳରେ ଚଢ଼ାଉ କରାଯାଇ 8 ବାଇକ ଜବତ କରାଯିବା ସହ 2 ଜଣ ବାଇକ ଲୁଟେରା କୁ ଗିରଫ କରିଛି ସୋରଡା ପୋଲିସ l ସୂଚନା ମୁତାବକ ସୋରଡ଼ା ଥାନା ଅଂଚଳରେ ବାଇକ ଚୋରି ହୋଇଥିବା ନେଇ ବିଗତ ଦିନ ମାନଙ୍କରେ ସୋରଡା ପୋଲିସ କେସ ନମ୍ବର ୨୯୭/୨୦,୪୭/୨୧,୬୮/୨୧,୬୯/୨୧ ରେ ୪ଟି ପୃଥକ ପୃଥକ ମାମଲା ରୁଜୁ ହୋଇଥିଲା। ଫଳରେ ଘଟଣା କୁ ଗୁରୁତ୍ୱ ସହ ନେଇ ସୋରଡା ପୋଲିସ ପକ୍ଷରୁ ଏକ ଟିମ ଗଠନ କରି ତଦନ୍ତ କରିବା ସହ ଚୋରି ହୋଇଥିବା ଅଂଚଳରେ ଲାଗିଥିବା ସିସି ଟିଭି ଫୁଟେଜ କୁ ଯାଞ୍ଚ କରି ପୋଲିସ କନ୍ଧମାଳ ଜିଲ୍ଲା ଅଂଚଳରେ ଚଢ଼ାଉ କରି ବାଇକ ଲୁଟେରା ଗ୍ୟାଙ୍ଗ କୁ ଠାବ କରିବାରେ ସଫଳ ହୋଇଛି।l ବାଲିଗୁଡା ଥାନା ଓ ଦାରିଙ୍ଗବାଡି ଥାନା ଅଂଚଳରୁ 8 ଟି ବାଇକ ଜବତ କରିବା ସହ 2 ଜଣ ବାଇକ ଲୁଟେରା ଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଥାନା ଅଧିକାରୀ ରମେଶ କୁମାର ପ୍ରଧାନ। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଦାରିଙ୍ଗବାଡି ଥାନା କେରୁବାଡ଼ି ଗ୍ରାମର ସୁଧାଂଶୁ ପ୍ରଧାନ ଓ କୁମ୍ଭାରବାଡ଼ି ନୁଆଁସାହି ଗ୍ରାମର ସବୀର ପ୍ରଧାନ|

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here