ହୋଲି ପର୍ବ ରେ ଲାଗିଲା କଟକଣା…

0
26

ବ୍ରହ୍ମପୁର,୨୫/୦୩/୨୧/(ମହାରାଣୀ ନ୍ୟୁଜ ):କୋରନା ମହାମାରୀ ଯୋଗୁ ଗତ ବର୍ଷ ସମସ୍ତ ପର୍ବ ପର୍ବାଣୀକୁ ପ୍ରଶାସନ ସ୍ଥଗିତ କରିଦେଇଥିଲା । ଚଳିତ ବର୍ଷ ମଧ୍ୟ ବିଭିନ୍ନ ପର୍ବ ପର୍ବାଣୀ ଉପରେ ଲାଗିଛି କରନା କଟକଣା ।
ଚଳିତ ମାସ ୨୮ରୁ ଆରମ୍ଭ ହେବ ଦୋଳଯାତ୍ରା ଏବଂ
ହୋଲି ପର୍ବ । ଏହାକୁ ନେଇ ଜନସାଧାରଣ ଉତ୍ସାହିତ ରହି ଥିବା ବେଳେ ପ୍ରଶାସନ ପକ୍ଷରୁ ଜାରି ହେଲା କଟକଣା । କୋଭିଡ ର ଦିତୀୟ ଲହରୀ କୁ ଦୃଷ୍ଟିରେ ରଖି ପ୍ରଶାସନ
ସତର୍କତା ପାଇଁ ତାଗିଦ କରିଛି । ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କ ହୋଲି ପାଳନ ସମ୍ପର୍କିତ କଟକଣା ଜାରି
କରିଛନ୍ତି । ସାମାଜିକ ଦୂରତା ଅବଲମ୍ବନ ହୋଲି ପର୍ବରେ ରହିବା ସମ୍ଭାବନା କ୍ଷୀଣ ରହିଥାଏ, ତେଣୁ ମହାମାରି ସଂକ୍ରମଣ ହୋଇପାରେ l ଦୋଳ ପୂର୍ଣ୍ଣିମା ସହ ହୋଲି ପାଳନ କରିବାକୁ ମନା କରାଯାଇଛି । ଜନ ଗହଳି, ସମାବେଶକୁ ଆଶ୍ରୟ ଦିଆଯିବ ନାହିଁ ବୋଲି ନିର୍ଦ୍ଦେଶନାମାରେ ଦର୍ଶାଯାଇଛି । ସମସ୍ତ ଜନସାଧାରଣ ନିଜ ନିଜ ପରିବାର ସଦସ୍ୟଙ୍କ ସହ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର ସିଦ୍ଧେଶ୍ୱର ବଳିରାମ ବନ୍ଦର ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here