ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଚର୍ଚ୍ଚାରେ ରାଜା ଓ ବିରଜା ।

0
13

ବ୍ରହ୍ମପୁର,୨୫/୦୩/୨୧/(ମହାରାଣୀ ନ୍ୟୁଜ୍):ଆଜିର ଆଧୁନିକ ଯୁଗରେ ନିଜର ଏକ ସ୍ୱତନ୍ତ୍ର ପରିଚୟର ଛାପ ସମାଜରେ ଛାଡିବା ପାଇଁ ନିଜକୁ ସୁନ୍ଦର ଏବଂ ଷ୍ଟାଇଲିଷ୍ଟ ବନିବା ପାଇଁ ଯୁବପିଢ଼ି ଆଗ୍ରହ ପ୍ରକାଶ କରିଥାନ୍ତି । କିଏ ନିଜକୁ ନୂଆ ଫ୍ୟାସନ ଡ୍ରେସ ରେ ସଯାଇଥାଏ ତ ଆଉ କିଏ ନିଜ ଶରୀରକୁ ଜିମ୍ ଯାଇ ଅନ୍ୟକୁ ଆକୃଷ୍ଟ କରିଥାନ୍ତି । ଏଭଳି ଭାବେ ଫେସନ ପାଇଁ ଅନେକ ଯୁବପିଢି ଅନେକ ମାଧ୍ୟମ ଖୋଜୁଛନ୍ତି । କିନ୍ତୁ ଫେସନ କୁ ପ୍ରଫେସନ ବହୁତ କମ୍ ଜଣ କରିଛନ୍ତି । ଆମେ ଆପଣଙ୍କୁ ଦୁଇ ଯୁବ ଖେଳାଳୀଙ୍କ କଥା କହିବୁ । ଯେଉଁମାନେ ଫେସନ ରୁ ପ୍ରଫେସନ ଆଉ ସେହି ପ୍ରଫେସନ ରୁ ସଫଳତା ପାହାଚ ଚଢ଼ିବାର ଲାଗିଛନ୍ତି। ବ୍ରହ୍ମପୁର ଅଞ୍ଚଳର ଏହି ଦୁଇ ଯୁବକ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ପ୍ରତିଯୋଗିତା କରି ଜାତୀୟ ସ୍ତରରେ ବାରମ୍ବାର ଓଡ଼ିଶାର ନାମକୁ ମଧ୍ୟ ଚମକାଉଛନ୍ତି । ବର୍ତ୍ତମାନ ପୁଣି ଜାତୀୟ ସ୍ତରରେ ନିଜର ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବେଶ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ବ୍ରହ୍ମପୁରର ବିରଜା ଏବଂ ରାଜା । ନିକଟରେ ହାଇଦ୍ରାବର ହାଇଟେକ୍ସ ପ୍ରଦର୍ଶନୀ କେନ୍ଦ୍ରରେ ଆୟୋଜିତ ଜାତୀୟସ୍ତରର ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ( ନରେଶ ସୂରୟା କ୍ଲାସିକ୍ ଓପନ୍ ନ୍ୟାସନାଲ୍ ) ରେ ବ୍ରହ୍ମପୁରର ବିରଜା ପ୍ରସାଦ ଦାସ ଅଂଶଗ୍ରହଣ କରି ନିଜ ବର୍ଗରେ ( ୭୦ – ୮୦କେଜି ) ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୪ଶହ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସାମଗ୍ରିକ ପ୍ରଦର୍ଶନରେ ବିରଜା ଦ୍ବିତୀୟ ସ୍ଥାନ ହାସଲ କରି ଉପବିଜେତା ହୋଇଛନ୍ତି । ଏଥିସହ କ୍ଲାସିକ୍ ଫିଜିକ୍ ପ୍ରତିଯୋଗିତାର ୧୭୦ ସେମିରୁ ଉଚ୍ଚ ବର୍ଗରେ ଅଂଶଗ୍ରହଣ କରି ନିଜର ବଳିଷ୍ଠ ସ୍ବାସ୍ଥ୍ୟ ପ୍ରଦର୍ଶନ କରି ଦ୍ବିତୀୟ ସ୍ଥାନ ହାସଲ କରିଛନ୍ତି । ବିରଜାଙ୍କ ଘର ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକସ୍ଥିତ ପଣ୍ଡା କଲୋନି ୪ର୍ଥ ଗଳିରେ ହୋଇଥିବା ବେଳେ ସେ ପାରାଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିଅନ୍ ବିଶ୍ଵବିଦ୍ୟାଳୟରୁ ବିଟେକ୍ ଡିଗ୍ରି ହାସଲ କରିଛନ୍ତି । ମହାରାଷ୍ଟ୍ରର ପୁନେରେ ଏକ କମ୍ପାନିରେ ଚାକିରି କରିଥିଲେ ବିରଜା। ପାଠପଢ଼ା ସମୟରୁ ସେ ବଡିବିଲିଂ ପ୍ରତି ଆକୃଷ୍ଟ ହୋଇଥିଲେ । ବର୍ତ୍ତମାନ ବିଜିପୁର ଠାରେ ଥିବା ଏକ ଜିମ୍ ( ବଡି ଗେମ୍ ଆଣ୍ଡ ଫିଟନେସ୍ କେୟାର ) ରେ ପ୍ରଶିକ୍ଷକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ୨୦୧୯ରେ ସେ ପଂଜାବ ଶ୍ରୀ ଟାଇଟଲ୍ ହାସଲ କରିଥିବା ବେଳେ ୨୦୧୮ ବାଲେଶ୍ବରରେ ଏବଂ ୨୦୧୯ ଅନୁଗୁଳରେ ଆୟୋଜିତ ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରି ଲଗାତାର ଭାବେ ଦୁଇଥର ଓଡ଼ିଶା ଶ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏଥିସହ ପୂର୍ବରୁ ବେଙ୍ଗାଲୁରୁରେ ଅନୁଷ୍ଠିତ ଏକ ଜାତୀୟସ୍ତରର ( ଓପନ୍ ) ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ୪ର୍ଥ ସ୍ଥାନ ହାସଲ କରିଥିଲେ । ଆଗକୁ ମିଷ୍ଟର୍ ଏସିଆ ପ୍ରତିଯୋଗିତାରେ ଦେଶ ପାଇଁ ପ୍ରତିନିଧିତ୍ବ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ଆସନ୍ତା ଅକ୍ଟୋବରରେ ମୁମ୍ବାଇରେ ହେବାକୁ ଥିବା ଚୟନ ଶିବିରରେ ଯୋଗଦେବାକୁ ପ୍ରସ୍ତୁତି ଚଳାଇଥିବା ବିରଜା ପ୍ରକାଶ କରିଛନ୍ତି ।

ଅନୁରୂପ ଭାବେ ରାଜାଙ୍କ ସଂଘର୍ଷ ର କାହାଣୀ ମଧ୍ୟ ସେଭଳି କିଛି ଅଲଗା । ପାଠ ପଢିବା ସମୟରୁ ହିଁ ରାଜା ନିଜ ସ୍ୱାସ୍ଥ୍ୟ ପାଇଁ ବେଶ ଯତ୍ନବାନ । ନିକଟରେ ହାଇଦ୍ରାବାଦରେ ହୋଇଥିବା ମେନ୍ ମସଲସ୍ ମଡେଲରେ ଟପ ୩ ର ସ୍ଥାନ ଅଧିକାର କରିଛନ୍ତି ରାଜା । ତେଣୁ ତାଙ୍କୁ ବ୍ରୋଞ୍ଚ ପୁରସ୍କାର ମଧ୍ୟ ମିଳିଛି । ମାତ୍ର ତିନିବର୍ଷର ଅଭ୍ୟାସରେ ରାଜାଙ୍କ ଏହି ସୁନ୍ଦର ସ୍ୱାସ୍ଥ୍ୟ ର କମାଲ । ଦୁହିଁଙ୍କର ଆଗକୁ ଆହୁରି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ଖେଳିବାକୁ ଲକ୍ଷ ମଧ୍ୟ ରହିଛି।ଆଉ ଏଥିପାଇଁ ସରକାରୀ ସହାୟତା ସହ ସୁବିଧା ମିଳିଲେ ରାଜ୍ୟ ପାଇଁ ଆହୁରି ପଦବୀ ଆଣିବୁ ବୋଲି ଲକ୍ଷ ରଖିଛନ୍ତି ଦୁହେଁ ବିରଜା ଏବଂ ରାଜା । ପ୍ରତ୍ୟେକ ଟି ଯୁବପିଢି ପାଇଁ ସେ ଉଦାହରଣ ସାଯିବା ସହ ସମାଜ ପାଇଁ କିଛି କରି ଦେଖେଇବା ଏବଂ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେବା ଏମିତି କିଛି ବାର୍ତା ଦେଇଛନ୍ତି ଦୁହେଁ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here