ଭାରତ ବନ୍ଦ ଡକାରାକୁ ନେଇ ସହରରେ ଶଗଡ଼ ଗାଡ଼ିରେ ପ୍ରତିବାଦ କରୁଛି କଂଗ୍ରେସ ..

0
22


ବ୍ରହ୍ମପୁର,୨୬/୦୩/୨୧/(ମହରାଣୀ ନ୍ୟୁଜ୍): ଜାତୀୟ କଂଗ୍ରେସର ଆହ୍ବାନକ୍ରମେ ଏବଂ ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ରମେଶ ଚନ୍ଦ୍ର ନିର୍ଦ୍ଧେଶ କ୍ରମେ ମହାନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ, କୃଷକ ସେଲ ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ନେତୃତ୍ବରେ ଶ୍ରମିକ ସଂଘଠନଙ୍କୁ ସମର୍ଥନ କରି ଭାରତବନ୍ଦ ଡାକରାକୁ ସଫଳ କରିବା ପାଇଁ ଆଜି ବ୍ରହ୍ମପୁର କଂଗ୍ରେସ କାର୍ଯ୍ୟାଳୟ ନିକଟରୁ ଶଗଡ଼ ଗାଡ଼ିରେ ସହର ପରିକ୍ରମା କରି ଧର୍ମଘଟ ଡ଼ାକରା ଦିଆଯାଇଥିଲା । ପରେ ଗାନ୍ଧୀ ନଗର ଛକ, ରାମ ଲିଙ୍ଗେଶ୍ୱର ଟ୍ୟାଙ୍ଗ ରୋଡ଼, ଏସ୍.ଏନ୍.ଟି ରୋଡ଼, ବିଏମସି ଛକ ,ହନୁମାନ ବଜାର ,ବଡ ବଜାର ,ହରଡ଼ାଖଣ୍ଡି ଛକ ,ଆସ୍କା ରୋଡ, ଗିରି ମାର୍କେଟ ଛକ, ଗେଟ୍ ବଜାରମୁଖ୍ୟ ରାସ୍ତା,ରେ ରହି ବନ୍ଦ ଡାକରାକୁ ସଫଳ କରିବା ପାଇଁ ନିବେଦନ କରିଥିଲେ । ଏହା ପରେ କମାପଲ୍ଲି ଛକ ଠାରେ ଏକତ୍ରିତ ହୋଇ ମୋଦି ସରକାରଙ୍କ ଜନ ବିରୋଧୀ ଯୋଜନାର ଡ଼ାକରା ଦେଇଥିଲେ । ଏହି ଭାରତ ବନ୍ଦ ଯାତ୍ରାରେ ଦରଦାମ ବୃଦ୍ଧି, ଚାଷୀ ବିରୋଧୀ କୃଷି ଆଇନ, ରେଳ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ଘରୋଇକରଣ, ଜାତୀୟ ଶିକ୍ଷାନୀତି – ୨୦୨୦ ଏବଂ ବେକାରୀ ନିଯୁକ୍ତି ବିରୁଦ୍ଧରେ ଆଜି ସାରା ଦେଶରେ ବନ୍ଦ ଡ଼ାକରା ଦିଆଯାଇଛି । ତେବେ କେତେକ ସ୍ଥାନ ଦୋକାନ ବଜାର ଖୋଲା ରହିଥିବା ବେଳେ ରେଳ ଚଳାଚଳ ସ୍ବାଭାବିକ ରହିଛି । ସପିଙ୍ଗ ମଲ, ପେଟ୍ରୋଲ ପମ୍ପ ଗୁଡ଼ିକ ବନ୍ଦ ଥିବା ଦେଖିବାକୁ ମିଳିଛି । ଏହା କେତେକ ସ୍ଥାନରେ ସଫଳ ହୋଇଥିବା ବେଳେ ଆଉ କେତେ ସ୍ଥାନରେ ଅଧୂରା ସଫଳହୋଥିବା ଜଣାପଡ଼ିଛି । ରାମ ଓ ବଳରାମ ପରି ବିଜେଡ଼ି ବିଜେପି ଲୋକଙ୍କୁ ଲୁଟୁଛନ୍ତି ବୋଲି କହିଛନ୍ତି କୃଷକ ସେଲ ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ । ଏହି ବନ୍ଦ ଡ଼ାକରାରେ ମହାନଗର କଂଗ୍ରେସ ସଭାପତି ସୁଜୟ ଆଚାର୍ଯ୍ୟ,କୃଷକ ସେଲ ଓଡିଶା ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ ଯୁବ ନେତା ସିଦ୍ଧାନ୍ତ କୁମାର ସାହୁ ଏସ୍.ଦଣ୍ଡପାଣି ପାତ୍ର,ସୁଜିତ୍ କୁମାର୍ ଦାସ ,ବିକାଶ ନାୟକ, ଦୋତାୟତ ବେହେରା,
ଅତିସ୍ ଦଳାଇ, ଭିକି ନାୟକ, ଚିନ୍ମୟ ହୋତା, ଦେବାଶିଷ ମହାନ୍ତି, ପ୍ରଭାକର ତ୍ରିପାଠୀ, ଭବାନୀ ସାହୁ,ଜିତୁ ଘଡେ଼ଇ, ଦେବବ୍ରତ ପାଢ଼ୀ, ଭାସ୍କର ନାୟକ, ସିଦ୍ଧାର୍ଥ ଗୌଡ଼, ସରୋଜ ନାୟକ, ସମ୍ବିତ ରାଉତ,ଡି.ତ୍ରିପତି ପାତ୍ର, ପ୍ରଶାନ୍ତ ଆନ୍ନା,ଶ୍ରୀନାଥ ପାତ୍ର ପ୍ରମୁଖ ଉପସ୍ଥିତ ରହି ବନ୍ଦ ଡାକରା କୁ ସଫଳ କରିବା ପାଇଁ ସହଯୋଗ କରିଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here