ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଅଧୂରା ସଫଳ…

0
18

ବ୍ରହ୍ମପୁର,୨୬/୦୩/୨୧/(ମହରାଣୀ ନ୍ୟୁଜ୍):କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି । ବନ୍ଦର ପ୍ରଭାବ ଗଞ୍ଜାମ ଜିଲାରେ ମଧ୍ୟ ଅଧୂରା ଦେଖିବାକୁ ମିଳିଛି । କେନ୍ଦ୍ରର ବିଜେପି ସରକାରଙ୍କ ଶ୍ରମିକ ବିରୋଧୀ , କୃଷକ ବିରୋଧୀ ଓ ଜନ ବିରୋଧୀ ନୀତି ବିରୁଦ୍ଧରେ ଶ୍ରମିକ ସଂଘଟନ ଏବଂ କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ଓ କର୍ମଚାରୀ ଫେଡ଼େରେସନ ମାନଙ୍କ ମିଳିତ ଆହ୍ବାନରେ ଆଜି ସାରା ଭାରତବର୍ଷରେ ବନ୍ଦ ଡ଼ାକରା ଦିଆଯାଇଛି ।ଏହି ବନ୍ଦ ଡ଼ାକରା ରେ ଦରଦାମ ବୃଦ୍ଧି , ଚାଷୀ ବିରୋଧୀ କୃଷି ଆଇନ , ରେଳ ସମେତ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗ ଗୁଡିକର ଘରୋଇକରଣ , ଜାତୀୟ ଶିକ୍ଷାନୀତି – ୨୦୨୦ ବିରୁଦ୍ଧରେ ସ୍ୱର ଉତ୍କଳ କରି ଆଜି ବନ୍ଦ ଡ଼ାକରା ଦେଇଥିଲେ । ଆଜି ର ଏହି ବନ୍ଦ ଡାକରା ବ୍ରହ୍ମପୁର ଷ୍ଟେସନ ଠାରୁ ଆରମ୍ଭ କରି ପୁରଣା ବସଷ୍ଟାଣ୍ଡ ମୁଖ୍ୟ ରାସ୍ତା ରେ ଥିବା ପୋଷ୍ଟ ଅଫିସ୍ ସମୁଖରେ ବିକ୍ଷୋଭ କରିଥିଲେ । ପରେ ପରେ ଫାଷ୍ଟ ଗେଟ୍ ମୁଖ୍ୟ ଛକ ଠାରେ ରାସ୍ତା ରୋକ୍ କରିବା ସହ ବିକ୍ଷୋଭ କରି ଭାରତ ବନ୍ଦ ଡ଼ାକରା କୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ । ଫାଷ୍ଟ ଗେଟ୍ ଛକ ଠାରେ ରାସ୍ତା ରୋକ୍ କରିବା ଫଳରେ ପ୍ରାୟ ୩୦ମିନଟ୍ ସମୟ କାଳ ରାସ୍ତା ଜାମ୍ ହେବାର ଦେଖିବାକୁ ମିଳିଥିଲା ।
ଏହା କେତେକ ସ୍ଥାନ ରେ ସଫଳ ହୋଥିବା ବେଳେ ଆଉ କେତେକ ସ୍ଥାନରେ ଅଧୂରା ସଫଳ ହୋଇଥିବା ଜଣା ପଡ଼ିଛି । ଆଜିର ଏହି ଭାରତ ବନ୍ଦ ଡ଼ାକରା ରେ ବସନ୍ତ ନନ୍ଦ,ଯୁଧିଷ୍ଠିର ବେହେରା, ଅଳକ ମିଶ୍ର, ସୋମନାଥ ବେହେରା, ପ୍ରତାପ ଚୌଧୁରୀ, ଭକାଲି ସେଠି , ସମେତ ଏଆଇଟିୟୁସି ,ଆଇଏନ୍ ଟିୟୁସି ,ହେଚ୍ଏମ୍ଏସ୍ ,ସିଆଇଟିୟୁ,ଏଆଇୟୁଟିୟୁସି,ଆମ୍ ଆଦମୀ ପାର୍ଟି ର ସମସ୍ତ ମୁଖ୍ୟ ଏବଂ ସମସ୍ତ କର୍ମଚାରୀ ମାନେ ଯୋଗ ଦେଇଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here