ଗାଡ଼ି ଯାଞ୍ଚ ବେଳେ ୬୦ କିଲୋ ଗଞ୍ଜେଇ ଜବତ,୪ ଅଟକ

0
23

ବ୍ରହ୍ମପୁର,୨୭/୦୩/୨୧/(ମହାରାଣୀ ନ୍ୟୁଜ୍): ଵ୍ରହ୍ମପୁର ଫାଷ୍ଟ ଗେଟ ନିକଟରେ ବଡ଼ ବଜାର ପୋଲିସ ଗାଡି ଯାଞ୍ଚ କରିବା ସମୟରେ ଗଞ୍ଜେଇ ଚାଲାଣକୁ ଧରିବାରେ ସଫଳ ହୋଇଛି । ଝାଡ଼ଖଣ୍ଡ ରାଞ୍ଚି ଅଞ୍ଚଳର ତିନି ବିହାରୀ ସମେତ ଜଣେ ଗଞ୍ଜାମ ଗାଙ୍ଗପୁର ଅଞ୍ଚଳର ଓଡ଼ିଆ ବ୍ୟକ୍ତି ଗଞ୍ଜେଇ ଚାଲାଣ କରି ଧରା ପଡିଛନ୍ତି । ସେମାନଙ୍କ ଠାରୁ ୬୦ କିଲୋ ଗଞ୍ଜେଇ ସହ ପିକପ ଭେନ,ସ୍କୁଟି,୪ଟି ମୋବାଇଲ/ସମସ୍ତ ଅଭିଯୁକ୍ତଙ୍କ ବିଭିନ୍ନ ପରିଚୟ ପତ୍ର/ ଆଧାର କାର୍ଡ, ପାନ କାର୍ଡ, ଏଟିଏମ,ସମେତ ୨ ହଜାର ଟଙ୍କା ପୋଲିସ ଜବତ କରିଛି । ସୂଚନା ଥାଉ କି ଏକ ଟାଟା ଏସି ଗାଡି ରେ ୬୦ କେଜି ଗଞ୍ଜେଇ ଧରି ରାୟଗଡା ରୁ ବାହାରି ବ୍ରହ୍ମପୁର ଦେଇ ରାଜ୍ୟ ବାହାରକୁ ଚାଲାଣ କରୁଥିବା ବେଳେ ଫାଷ୍ଟଗେଟ ନିକଟରେ ବ୍ରହ୍ମପୁର ବଡ଼ ବଜାର ପୋଲିସ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଡାକ୍ତର ନାୟକ(୪୦)ଓଡ଼ିଆ,ମନୋଜରଏ(୪୫),ସନ୍ଦୀପ କୁମାର(୧୯),ରୋହିତ କୁମାର(୧୮) । ଘଟଣା କୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି ତଦନ୍ତ ପରେ କୁଆଡେ ଗଞ୍ଜେଇ ଚାଲାଣ ହେଉଥିଲା। କେବେ ଠୁ ଏମିତି ବ୍ୟବସାୟ ହେଉଥିଲା ତାହା ଜଣା ପଡିବ ବୋଲି ପୋଲିସ ସୂଚନା ଦେଇଛି । ସୂଚନାଯୋଗ୍ୟ କି ଗତ ଶୁକ୍ରବାର ଦିନ ସଦର ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ନେତୃତ୍ୱରେ ଏସଆଇ ଜ୍ୟୋତିରଞ୍ଜନ ବେହେରା ଓ ତାଙ୍କ ପୋଲିସ ଟିମ୍ ମସିହାଖାଲି ଠାରେ ଓଡି -୦୭ – ଏଲ୍ ୫୯୮୮ ନମ୍ବର ବିଶିଷ୍ଟ ଏକ ଅଟୋକୁ ପିଛା କରି ୮୨ କେଜି ୮୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୩ ଜଣ ଗଞ୍ଜେଇ ଚାଲାଣକାରୀଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ସେହିପରି ସମାନ ଭାବେ ଗତ ଶୁକ୍ରବାର ସକାଳ ଏକ୍ସସାଇଜ ପୋଲିସ ପେଟ୍ରୋଲିଂ ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଲାଞ୍ଜିପଲ୍ଲୀ ହାଇୱେରେ ଅବକାରୀ ର ଗୁଇନ୍ଦା ବିଭାଗ ୩ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଛି। ଏମାନଙ୍କ ମଧ୍ୟରୁ ୨ ଜଣ ବିହାରର ହୋଇଥିବା ବେଳେ ଜଣେ କନ୍ଧମାଳର । ଏମାନେ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଚାଲାଣ ପାଇଁ ଯୋଜନା କରୁଥିବା ବେଳେ ଅବକାରୀ ହାବୁଡ଼ରେ ପଡିଛନ୍ତି। ଏହି ୩ଜଣଙ୍କ ଠାରୁ ପ୍ରାୟ ୪୫ କିଲୋ ଗଞ୍ଜେଇ ଜବତ କରାଯାଇଛି ବୋଲି ଅବକାରୀ ଗୁଇନ୍ଦା ଇନ୍ସପେକ୍ଟର ବିଶ୍ୱଜିତ ଦାସ କହିଛନ୍ତି ।
ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ବର୍ତ୍ତମାନ ଏହି ରାକେଟ ପଛରେ ଆଉ କିଏ କିଏ ରହିଛନ୍ତି । ମୁଖ୍ୟ ଗଞ୍ଜେଇ ମାଫିଆ କିଏ ଏବଂ କେବେଠାରୁ ଚାଲାଣ ହେଉଛି ଏହି ସବୁଜ ଜହର । ତାହା ଖୋଜିବା ଅବକରି ବିଭାଗ ପାଇଁ ଚ୍ୟାଲେଞ୍ଜ ହୋଇ ଠିଆ ହୋଇଥିବା ବେଳେ ପୋଲିସ ପାଇଁ ମଧ୍ୟ ଚ୍ୟାଲେଞ୍ଜ ପାଲଟିଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here