ଗଞ୍ଜେଇ ସହ ସ୍କୁଟି ଜବତ; ଆସାମୀ ଫେରାର

0
12

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଭଞ୍ଜନଗର ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ଭୋର ସକାଳ ସମୟରେ ଦୁର୍ଗା ପ୍ରସାଦ ନିକଟରେ ପେଟ୍ରୋଲିଂ କରୁଥିବା ବେଳେ 32.025 କେଜି ବେଗ ଭର୍ତ୍ତି ଗଞ୍ଜେଇ ସହ ଗୋଟେ ସ୍କୁଟି ଜବତ କରାଯାଇଛି। ତେବେ ଏଥିରେ କାହାରିକୁ ଗିରଫ କରାଯାଇ ପାରିନାହିଁ। ଆସାମୀ ଭୋର ଅନ୍ଧାରର ସୁଯୋଗ ନେଇ ଅବକାରୀ ଗାଡି କୁ ଦେଖି ସ୍କୁଟି ସହ ଗଞ୍ଜେଇ ଭର୍ତ୍ତି ବେଗ ଛାଡି ଖସି ଯିବାରେ ସଫଳ ହେଇଛି। ଜବତ ସ୍କୁଟି କୁ ଆଧାର କରି ଅବକାରୀ ବିଭାଗ ଏହି କେସ ଜଡିତ ଅନ୍ୟ ବିଭାଗ ସହ ମିଳିତ ଅନୁସନ୍ଧାନ ଜାରି ରଖିଛି । ଖୁବ ଶୀଘ୍ର ଆସାମୀଙ୍କୁ ଧରାଯିବ ବୋଲି ଭଞ୍ଜନଗର ଅବକାରୀ ଥାନା ଉପନିରୀକ୍ଷକ ପାର୍ଥ ସାରଥୀ ରାଉତ କହିଛନ୍ତି । ତେବେ କନ୍ଧମାଳ ରୁ ଭାୟା ଭଞ୍ଜନଗର ଦେଇ ଭୁବନେଶ୍ୱର ଗଞ୍ଜେଇ ଚୋରା ଚାଲାଣ ର ମୁଖ୍ୟ କରିଡ଼ର ହେଇଥିବା ବେଳେ ଉଭୟ ଅବକାରୀ ଏବଂ ପୋଲିସ ପାଇଁ ଏହାକୁ ରୋକିବା ବଡ ଚାଲେଞ୍ଜ ସୃଷ୍ଟି କରିଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here