ଭଞ୍ଜନଗର ଓକିଲ ସଂଘ ନିର୍ବାଚନ; ସନ୍ତୋଷ ସଭାପତି, ଜ୍ଞାନେନ୍ଦ୍ର ସମ୍ପାଦକ ନିର୍ବାଚିତ

0
8

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଭଞ୍ଜନଗର ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ସନ୍ତୋଷ କୁମାର ନାୟକ ବିଜୟୀ ଲାଭ କରିଛନ୍ତି। ସେହିପରି ଉପସଭାପତି ଭାବେ ରଜତ କୁମାର ଦାଶ, ସମ୍ପାଦକ ଭାବେ ଜ୍ଞାନେନ୍ଦ୍ର ନାୟକ, ସହ ସମ୍ପାଦକ ଧୀରେନ କୁମାର ସ୍ୱାଇଁ ନିର୍ବାଚିତ ହୋଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏକଜୁକ୍ୟୁଟିଭ ବଡ଼ି ମେମ୍ବର ଭାବେ ଅଜୟ କୁମାର ପ୍ରଧାନ,ରାମକୃଷ୍ଣ ଦାଶ ବିଜୟୀ ଛବି ଲାଲ ପୃଷ୍ଟି, ବିଜୟୀ ହୋଇଛନ୍ତି।କୋଷାଧ୍ୟକ୍ଷ ଭାବେ ଅରୁଣ କୁମାର ପ୍ରଧାନ ଓ ପାଠାଗାର ସମ୍ପାଦକ ପାର୍ଥ ସାରଥି ଗୌଡ଼ ନିର୍ଦ୍ୱନ୍ଦରେ ପୂର୍ବରୁ ନିର୍ବାଚିତ ହୋଇ ସାରିଛନ୍ତି । ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଆଇନଜୀବୀ ରମେଶ ଚନ୍ଦ୍ର ପଣ୍ଡା ରହିଥିବା ବେଳେ ସହଯୋଗୀ ଭାବେ ତ୍ରିନାଥ ମଳିକ, ଲଡୁ କିଶୋର ଆଳତିଆ ଓ ବିମ୍ବାଧର ଷଢଙ୍ଗୀ ରହିଥିଲେ। ଏହି ନିର୍ବାଚନ ରେ ମୋଟ ୨୦୪ ଜଣ ମତାଧିକାର ସାବ୍ୟସ୍ତ କରିଥିଲେ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here