କୋଭିଡ୍ କଟକଣା ମଧ୍ୟରେ ଆରମ୍ଭ ହେଲା ମା’ତାରାତାରିଣୀଙ୍କ ଚୈତ୍ର ପର୍ବ :

0
7

ବ୍ରହ୍ମପୁର/ପୁରୁଷୋତ୍ତମପୁର,୩୦/୦୩/୨୧/(ମହାରାଣୀ ନ୍ୟୁଜ୍) :ଆଜି ହେଉଛି ଚୈତ୍ର ମାସର ପ୍ରଥମ ମଙ୍ଗଳବାର । ଦକ୍ଷିଣ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀଙ୍କ ଚୈତ୍ର ପର୍ବ।କୋଭିଡ଼୍‌ କଟକଣା ଭିତରେ ମାଙ୍କ ଏହି ଯାତ୍ରା ଆରମ୍ଭ ହୋଇଛି । ବୟସ୍କ, ଗର୍ଭବତୀ ମହିଳା ଓ ଶିଶୁମାନଙ୍କୁ ନ ଯିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଗଞ୍ଜାମ ଜିଲ୍ଲାର ଆରାଧ୍ୟା ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ବେଶ୍ ପ୍ରସିଦ୍ଧ। ଭକ୍ତଙ୍କ ବିଶ୍ବାସ ମଙ୍ଗଳବାରରେ ଏଠି ଛୁଆଙ୍କ ମୁଣ୍ଡନ କଲେ ଦେବୀଙ୍କ ଆଶିଷ ପ୍ରାପ୍ତି ହୁଏ। ତେଣୁ ଏହି ଚୈତ୍ର ଯାତ୍ରାକୁ ଅପେକ୍ଷା କରି ରହିଥାନ୍ତି ଭକ୍ତ, ତେବେ ଗତବର୍ଷ କରୋନା ମହାମାରୀ କାରଣରୁ ଦେବୀଙ୍କ ଚୈତ୍ର ଯାତ୍ରା ଉପରେ ଅଙ୍କୁଶ ଲାଗିଥିଲା । କିନ୍ତୁ ଜିଲ୍ଲାରେ ମହାମାରୀ ଉପରେ ନିୟନ୍ତ୍ରଣ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଭକ୍ତଙ୍କ ନିମନ୍ତେ ମନ୍ଦିରର ଦ୍ବାର ଖୋଲି ଦେଇଥିଲା । ଯଦିଓ ମନ୍ଦିର ଖୋଲାଗଲା ତେବେ ବି କୋଭିଡ୍ କଟକଣା ମଧ୍ୟରେ ମଙ୍ଗଳବାର ଭୋରରୁ ଆରମ୍ଭ ହୋଇଛି ମା’ ତାରାତାରିଣୀଙ୍କ ଚୈତ୍ର ପାଳି ଯାତ୍ରା। ପ୍ରଶାସନର ଗାଇଡଲାଇନ୍ ମାନି ହଜାର ହଜାର ମହିଳା ପୁରୁଷ ନିଜ ଛୁଆଙ୍କ ମୁଣ୍ଡନ କରାଇବା ସହ ମା’ଙ୍କ ଦର୍ଶନ, ପୂଜା କରିଛନ୍ତି।ମନ୍ଦିର ପରିସର ଏଥିପାଇଁ ଫୁଲ ଓ ଆଲୋକମାଳାରେ ସୁସଜ୍ଜିତ ହୋଇଛି। କଟକଣା ମଧ୍ୟରେ ଶ୍ରଦ୍ଧାଳୁ ଯେପରି ସୁବିଧାରେ ଦେବୀଙ୍କ ଦର୍ଶନ କରିପାରିବେ ସେଥିପାଇଁ ପ୍ରଶାସନ ସବୁ ପ୍ରକାରର ବ୍ୟବସ୍ଥା କରିଛି। ଭକ୍ତଙ୍କ ମନ ଆନ୍ଦୋଳିତ ଯେ ଆରାଧ୍ୟା ଠାକୁରାଣୀଙ୍କ ଦର୍ଶନ କରି ମା’ଙ୍କ ଆର୍ଶୀବାଦ ଲାଭ କରିଛନ୍ତି ।ଦକ୍ଷୀଣ ଓଡ଼ିଶାର ର ଅଧିଷ୍ଠାତ୍ରୀ ଦେବୀ ମା ତାରାତାରିଣୀ ଙ୍କ ପ୍ରସିଦ୍ଧ ଚୈତ୍ର ଯାତ୍ରା ଅବସରରେ ମା’ ଙ୍କ ଦର୍ଶନ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ସୂଚନାଯୋଗ୍ୟ କି ପ୍ରତି ସୋମବାର ଦିନ ତାରାତାରିଣୀ ମନ୍ଦିରର ସମସ୍ତ ସେବାୟତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ଗତକାଲି ୪୯ଜଣ ସେବାୟତଙ୍କ ଆଣ୍ଟିଜେନ୍‌ ଟେଷ୍ଟ କରାଯାଇଛି। ସବୁ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି । ଗତବର୍ଷ କରୋନାର ପ୍ରକୋପ ଲାଗି ମା ତାରାତାରିଣୀଙ୍କ ଚୈତ୍ର ପର୍ବ ଦୁଇ ପାଳି ପରେ ଆଉ ହୋଇପାରି ନ ଥିଲା । ଭକ୍ତଙ୍କ ବିନା କେବଳ ମାଆଁଙ୍କ ନୀତିକାନ୍ତି ପାଳିତ ହୋଇଥିଲା । ଚଳିତ ବର୍ଷ ମଧ୍ୟ କୋଭିଡ଼ର ଦ୍ବିତୀୟ ସଂକ୍ରମଣ ଆରମ୍ଭ ହୋଇ ଯାଇଥିବାବେଳେ ମାଆଙ୍କ ଯାତ୍ରା କିଭଳି ସୁରୁଖୁରରେ ସମ୍ପନ୍ନ ହେବ ତାହାକୁ ନେଇ ପ୍ରଶାସନର ଚିନ୍ତା ବଢିଛି । ଚଳିତ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ପଡ଼ୁଛି ତେଣୁ ମାର୍ଚ୍ଚ ୩୦, ଏପ୍ରିଲ ୬, ୧୩, ୨୦ ଓ ୨୭ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ହେବ। ମାଙ୍କ ଯାତ୍ରାକୁ ସମ୍ପୂର୍ଣ୍ଣ କୋଭିଡ଼୍‌ କଟକଣା ଭିତରେ ପାଳନ ଲାଗି ପ୍ରଶାସନ ନିଷ୍ପତ୍ତି ନେଇଛି । ତାରାତାରିଣୀ ଯିବାକୁ ଥିବା ୪ ପ୍ରବେଶପଥ ତାରାତାରିଣୀ ଛକ, କେଶପୁର ଛକ, ବଡ଼ମାଧପୁର ରାସ୍ତା ଓ ରାୟପୁରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । କୌଣସି ଖାଦ୍ୟ ପଦାର୍ଥ ତାରାତାରିଣୀଙ୍କ ନିକଟକୁ ଛଡ଼ାଯାଉ ନାହିଁ। ତାରାତାରିଣୀ ହିଲ୍ ଟପ୍‌ କିମ୍ବା ତଳେ ‌କୌଣସି ‌ଭୋଜି ହୋଇପାରିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । କୌଣସି ଶ୍ରଦ୍ଧାଳୁ ଶଗଡ଼ ଗାଡ଼ିରେ ଆସିପାରିବେ ନାହିଁ। ଡ଼ାଲା ଅଟୋ, ଟ୍ରାକ୍ଟର, ଟ୍ରକ ଆଦିରେ ଯାତ୍ରୀ ପରିବହନ ହୋଇପାରିବ ନାହିଁ। ପୁରୁଷୋତ୍ତମପୁର ସ୍ଥିତ କାଳୀମନ୍ଦିର ଛକ ନିକଟରେ ଯାଞ୍ଚକୁ କଡ଼ାକଡ଼ି କରାଯାଉଛି । ଯାତ୍ରୀ ପରିବହନ କରୁଥିବା ବସ୍‌ ଗୁଡ଼ିକ ମଧ୍ୟ ସିଟ ଅନୁଯାୟୀ ଯାତ୍ରୀ ଆଣୁଛନ୍ତି । ଯେଉଁ ଗାଡ଼ି ଓଭର ଲୋଡ଼ି କରି ଯାତ୍ରୀ ଆଣିବେ ସେହି ଗାଡି କୁ ଆରଟିଓ ଯାଞ୍ଚ କରି କାଯ୍ୟଅନୁଷ୍ଠାନ ଗ୍ରହଣ କରିବେ ।
।ତାରାତାରିଣୀ ମନ୍ଦିର ହିଲ୍‌ ଟପ୍‌ ଏବଂ ତଳ ସିଂହଦ୍ବାରା ନିକଟରେ ସମନ୍ବିତ କଣ୍ଟ୍ରୋଲ ରୁମ୍‌ ବ୍ୟବସ୍ଥା ରହିଛି । ଉକ୍ତ କଣ୍ଟ୍ରୋଲ ରୁମ୍‌ରେ ସିସିଟିଭି ସେର୍ଭଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ, ସ୍ବାସ୍ଥ୍ୟ, ବିଜୁଳି ଓ ପୁଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ରହିଛନ୍ତି । କୌଣସି ବ୍ୟକ୍ତି କିମ୍ବା ସ୍ବେଚ୍ଛାସେବୀ ଅନୁଷ୍ଠାନ ଅନ୍ନ ପ୍ରସାଦ ବଣ୍ଟନ ଓ ବିକ୍ରି କରିପାରିବେ ନାହିଁ। ମାଆଙ୍କ ମନ୍ଦିର(ହିଲ୍‌ ଟପ୍‌)କୁ ଯିବା ଲାଗି ପ୍ରଶାସନ ପକ୍ଷରୁ ୧୦ଟି ବସ୍‌ ବ୍ୟବସ୍ଥା ହୋଇଛି। ପ୍ରତି ଯାତ୍ରୀ ପିଛା ଟିକେଟ୍‌ ୬୦ଟଙ୍କ ଧାର୍ଯ୍ୟ ହୋଇଛି ।
ତାରତାରିଣୀଙ୍କ ଯାତ୍ରା ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳାର ସହ ଶେଷ କରିବା ପାଇଁ ବ୍ୟାପକ ପୁଲିସ ବନ୍ଦୋବସ୍ତ ସାଙ୍ଗକୁ ବରିଷ୍ଠ ଅଧିକାରୀମାନଙ୍କୁ ନି‌ୟୋଜିତ କରାଯାଇଛି।ଏଥିସହ ଗଞ୍ଜାମ ପୁଲିସ ପକ୍ଷରୁ ଗହଳିକୁ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ୧୦ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ବାହିନୀ ମୁତୟନ କରାଯାଇଛି। ଏଥିସହ ୮ ପ୍ଲାଟୁନ (୧୬୨ଜଣ) କନଷ୍ଟେବଳ ଓ ୯ ପ୍ଲାଟୁନ୍‌(୧୮୦) ଗୃହରକ୍ଷୀଙ୍କୁ ମୁତୟନ କରାଯାଇଛି। ୩ଜଣ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୧୨ଜଣ ଇନ୍ସପେକ୍ଟର, ୧୪ଜଣ ସବ୍‌ ଇନ୍ସପେକ୍ଟର, ୬୨ଜଣ ଏଏସଆଇଙ୍କୁ ନିୟୋଜିତ କରାଯାଇଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here