ଅନ୍ ଲାଇନ୍ ପରୀକ୍ଷା ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

0
13

ବ୍ରହ୍ମପୁର,୩୦/୦୩/୨୧/(ମହାରାଣୀ ନ୍ୟୁଜ୍):ରାତି ପାହିଲେ ଡିପ୍ଲୋମା ପରୀକ୍ଷା । କିନ୍ତୁ ଆଜି ପରିକ୍ଷା ଜନିତ ସମସ୍ୟାକୁ ନେଇ ସ୍କୁଲ ଆଗରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ । ବ୍ରହ୍ମପୁର ଉମାଚରଣ ପଟ୍ଟନାୟକ ଇଞ୍ଜିନିୟର ସ୍କୁଲର ଫାଟକରେ ଛାତ୍ରଛାତ୍ରୀ ତାଲା ପକାଇ ଟାୟର ଜାଳି ବିକ୍ଷୋଭ କରୁଛନ୍ତି । ସେମାନଙ୍କ ଅଭିଯୋଗ ଯେ ଚଳିତ ବର୍ଷ କରୋନା କଟକଣା ମଧ୍ୟରେ ଅନଲାଇନ କ୍ଳାସ କରାଯାଇଥିଲା ଏବଂ ହେବାକୁ ଥିବା ପରିକ୍ଷା ମଧ୍ୟରୁ କୋର୍ସ ମଧ୍ୟ ସଂପୂର୍ଣ୍ଣ ପାଠ ପଢାଯାଇ ନଥିବା ବେଳେ ଆସନ୍ତା କାଲି ଅଫଲାଇନରେ ପରୀକ୍ଷା କରାଯିବ ଯାହା କିଭଳି ହେବ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ରଗଣ । ଅନଲାଇନରେ ହିଁ ପରିକ୍ଷା କରିବାକୁ ଦାବୀ କରିଛନ୍ତି ଛାତ୍ରଛାତ୍ରୀ । ଏହାର ସ୍ଥାୟୀ ସମାଧାନ ନ ହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଅପରପକ୍ଷରେ ଛାତ୍ରଛାତ୍ରୀଙ୍କ ସମସ୍ୟା କୁ ନେଇ ଅବଗତ ଅଛନ୍ତି ଅଧ୍ୟକ୍ଷ , ଯାହା ସରକାରଙ୍କ ନିୟମ ରହିଛି, ତାହା କାର୍ଯ୍ୟକାରୀ ହେବ, ଛାତ୍ରଛାତ୍ରୀଙ୍କ ଦାବୀ କୁ ନେଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଛି ବୋଲି କହିଛନ୍ତି ଅଧ୍ୟକ୍ଷ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here