ଗାନ୍ଧିଜୀ ଙ୍କ ବ୍ରହ୍ମପୁର ଆଗମନ ଚିର ସ୍ମରଣୀୟ …

0
29

ବ୍ରହ୍ମପୁର (ମହାରାଣୀ ନ୍ୟୁଜ୍): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତର ଶତବାର୍ଷିକୀ ସ୍ମୃତିରେ ବିଶାଳ ପଦଯାତ୍ରା । ୧୯୨୧ ମସିହା ମାର୍ଚ୍ଚ ୨୯ ତାରିଖ ଦିନ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନ ହୋଇଥିଲା । ଏହି ଦିନକୁ ମନେ ପକାଇବା ପାଇଁ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ସଂଯୋଜକ ପ୍ରଫେସର ଉପେନ୍ଦ୍ର ପାଢି ଏବଂ ମହାତ୍ମା ଗାନ୍ଧୀ ସ୍ମୃତି କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ସାସଂଦ ଚନ୍ଦ୍ରଶେଖର ସାହୁଙ୍କ ମିଳିତ ଆନୁକୂଲ୍ୟରେ ଏକ ବିଶାଳ ପଦଯାତ୍ରାର ଆୟୋଜନ କରାଯାଇଥିଲା ।ଇତିହାସ ପୃଷ୍ଠରୁ ସ୍ମୃତି ସାଉଁଟିଲେ ବାରି ହୋଇଯାଏ କି ଆଜିକୁ ୧୦୦ ବର୍ଷ ତଳର କଥା । ଜାତିର ପିତା, ଭାରତୀୟ ସ୍ଵାଧୀନତା ସଂଗ୍ରାମର ଅଦ୍ବିତୀୟ ନାୟକ ମହାତ୍ମା ଗାନ୍ଧୀଙ୍କ ପାଦ ପ୍ରଥମ କରି ଓଡ଼ିଶା ମାଟିରେ ପଡ଼ିଥିଲା । ଆଉ ଗଞ୍ଜାମ ଜିଲ୍ଲାକୁ ମଧ୍ୟ ସେତେବେଳେ ପ୍ରଥମ କରି ପରିଦର୍ଶନ କରିଥିଲେ ବାପୁଜୀ । ଜିଲ୍ଲାର ପ୍ରମୁଖ ସହର ବ୍ରହ୍ମପୁରର ବାରାକ୍ସ ପଡ଼ିଆରେ ବିଶାଳ ସାଧାରଣ ସଭା କରି ହଜାର ହଜାର ଲୋକଙ୍କୁ ସ୍ୱାଧୀନତା ଆନ୍ଦୋଳନର ମନ୍ତ୍ର ଶୁଣାଇଥିଲେ । ତାଙ୍କୁ ଦେଖିବାକୁ, ତାଙ୍କ ପଦଟିଏ କଥା ଶୁଣିବାକୁ କେବଳ ବ୍ରହ୍ମପୁର କି ଗଞ୍ଜାମ ନୁହେଁ, ଦୂରଦୂରାନ୍ତରୁ ଲୋକଙ୍କ ସୁଅ ଏଠାକୁ ଛୁଟି ଆସିଥିଲା । ମାର୍ଚ୍ଚ ୩୦ ଅର୍ଥାତ୍ ଆଜି ଅପରାହ୍ନରେ ବ୍ରହ୍ମପୁର ଷ୍ଟେସନରୁ ସର୍ବଦଳୀୟ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ବ୍ରହ୍ମପୁର ଷ୍ଟାଡିୟମ୍ (ପୁରାତନ ବାରାକ୍ସ ପଡ଼ିଆ)ରେ ପହଞ୍ଚିଥିଲେ । ଏକ ପ୍ରଚାର ଯାନରେ ବାପୁଜୀଙ୍କ ଦର୍ଶନ, ନିଶା ନିବାରଣ, ଗାନ୍ଧୀ ସାହିତ୍ୟ, ସର୍ବଧର୍ମ ସମନ୍ବୟ ବୈଶିଷ୍ଟ୍ୟ ପ୍ରତିପାଦନ ସହ ଗାନ୍ଧିଜୀଙ୍କ ପ୍ରଦର୍ଶିତ ଅହିଂସା ପ୍ରଜ୍ଞାପନ ମେଢ଼, ଗାନ୍ଧିଜୀଙ୍କ କାର୍ଯ୍ୟାବଳୀ ପ୍ରଦର୍ଶିତ ହୋଇଥିଲା ।
ବ୍ରହ୍ମପୁର ଷ୍ଟେସନ୍ ଠାରୁ ଏହି ପଦଯାତ୍ରାରେ ସମିଲ ହୋଇଥିଲେ ଜିଲ୍ଲାର ବିଭିନ୍ନ ନେତା, ମନ୍ତ୍ରୀ, ଓ ବହୁ ସାମାଜିକ ଅନୁଷ୍ଠାନ । ପଦଯାତ୍ରା କରି ଗାନ୍ଧିନଗର ସ୍ଥିତ ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲେ। ଆଉ ଗାନ୍ଧିଜୀଙ୍କ ବେଶରେ ଜଣେ ବ୍ୟକ୍ତି ଆଗରେ ଚାଲିଥିଲେ । ତାଙ୍କ ସହ କଣ୍ଢେଇ ନାଚ, ବାଜା ଓ ପଟୁଆର ଯାଇଥିଲା । ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସାଙ୍ଗକୁ ସଭା ହୋଇଥିଲା । ଏଥିରେ ମଧୁ ମନ୍ଦିରକୁ ଯାଇ ବାପୁଜୀଙ୍କ ମଧୁ ମନ୍ଦିରରେ ରହୁଥିବା ବରିଷ୍ଠ ଆଇନଜୀବୀ ରବି ପାଣିଗ୍ରାହୀ ଶୋଭାଯାତ୍ରାକୁ ସ୍ବାଗତ କରିବା ସହ ଗାନ୍ଧିଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୁଦ୍ଧିଜୀବୀ, ନେତା ଏବଂ କର୍ମୀଙ୍କ ସମେତ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ,ଆସ୍କା ସାଂସଦ ପ୍ରମିଳା ବିଷୋୟାଙ୍କ ସମେତ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସୋରଡା ବିଧାୟକ ପୂର୍ଣ୍ଣ ସ୍ୱାଇଁ, ଛତ୍ରପୁର ବିଧାୟକ ସୁବାଷ ବେହେରା, ମୋହନା ବିଧାୟକ ଦାଶରଥୀ ଗମାଙ୍ଗୋ, ବିଜେଡି ନେତା ରାମଚନ୍ଦ୍ର ପଣ୍ଡା ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ । ଗାନ୍ଧୀ ପ୍ରତିମୂର୍ତ୍ତି ନିକଟରେ ହୋଇଥିଲା ସାଧାରଣସଭା ରାଜ୍ୟ ସ୍ଵାଧୀନତା ସଂଗ୍ରାମୀ ସମିତି ଆନୁକୂଲ୍ୟରେ ମହାତ୍ମା ଗାନ୍ଧୀ ସ୍ମତି କମିଟି ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ସବୁ ଦଳରୁ ନେତା ଓ କର୍ମୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ, ଯୁବଗୋଷ୍ଠୀ ଯୋଗ ଦେଇଥିଲେ । କହିଥିଲେ ଯେ- ବାପୁଙ୍କ ଆଗମନକୁ ଚିର ସ୍ମରଣୀୟ କରିବା ସକାଶେ ବ୍ରହ୍ମପୁର ବାରାକ୍ସ ଷ୍ଟାଡିୟମ୍ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ପହଞ୍ଚିବା ପରେ ସେ ନିଶ୍ଚିତ ଭାବେ ଏହାକୁ ସୀକୃତି ଦେବେ ବୋଲି ଆଶା କରାଯାଉଥିବା କହିଥିଲେ ବିଧାୟକ ବିକ୍ରମ କୁମାର ପଣ୍ଡା । ଏହି ଅବସରରେ ଗାନ୍ଧିଜୀଙ୍କ ଆଗମନର ଶତବାର୍ଷିକୀକୁ ସ୍ମରଣୀୟ କରିବାକୁ ଡାକ ବିଭାଗର ସ୍ବତନ୍ତ୍ର ଲଫାଫା କରଯାଇଛି । ରାଜ୍ୟ ସ୍ଵାଧୀନତା ସଂଗ୍ରାମ ସମିତି ସଂଯୋଜକ ପ୍ରଫେସର ଉପେନ୍ଦ୍ର ପାଢ଼ି କହିଥିଲେ ସମିତି ପକ୍ଷରୁ ଗାନ୍ଧିଜୀ ଯାଇଥିବା ସହରରେ ଶୋଭାଯାତ୍ରା କରାଯାଇଛି । ବ୍ରହ୍ମପୁରରେ ଶେଷ ଶୋଭାଯାତ୍ରା ଥିଲା ଏବଂ ଏଥିରେ ଅକୁଣ୍ଠ ସମର୍ଥନ ମିଳିଛି । ତେଣୁ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ପର୍କିତ ଏକ ସ୍ମରଣିକା ପ୍ରକାଶନ କରାଯିବ ସହ ୨୩ରୁ ହିଲପାଟଣାସ୍ଥିତ ସଂସ୍କୃତି ଭବନରେ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ପ୍ରଥମ ଦିନ ଗାନ୍ଧିଜୀଙ୍କ ଓଡ଼ିଶା ସହ ସମ୍ପର୍କ ଆଧାରିତ ଏକ ନାଟକ ପରିବେଷଣ କରାଯାଇଥିଲା । ଡା.ସାଗର ରଞ୍ଜନ ତ୍ରିପାଠୀ ମଞ୍ଚ ସଂଯୋଜନା କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରବି ରଥ , ବିଜେପି ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ, ସୁବାସ ସାହୁ, ଛତ୍ରପୁର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ବାମପନ୍ଥୀ ନେତା କୈଳାସ ଷଡ଼ଙ୍ଗୀ , ପ୍ରକାଶ ପାତ୍ର, ମେଜର ରମାରମଣ ପାଢ଼ି, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚୌଧୁରୀ, ପ୍ରଫେସର ଡା. ପି.ସି ସାହୁ, ଲୋକସେବକ ମଣ୍ଡଳ ଆଜୀବନ ସଦସ୍ୟ ରାଜେନ୍ଦ୍ର ଜେନା, ବିଜେଡି ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା, ରାଜ୍ୟ ବିଜେଡ଼ି ସମ୍ପାଦକ ସୁବାସ ମହାରଣା, ଭଗବାନ ଗନ୍ତାୟତ, ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ଗଞ୍ଜାମ ଓକିଲ ସଂଘ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ସମ୍ପାଦକ ପ୍ରଦୀପ କୁମାର ବେହେରା, ସହ ସମ୍ପାଦକ ସୁଧିର କୁମାର ପାତ୍ର, ଶିକ୍ଷାବିତ୍ ସୁଧିର ରାଉତ, ୱେଚ୍ଛାସେବୀ ସୁଶାନ୍ତ ସାବତ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସଂଘମିତ୍ରା ଦଳାଇ, ଯୁବ ବିଜେଡ଼ି ସଭାପତି ଲକ୍ଷ୍ମଣ ଚୌଧୁରୀ, ରାଜ୍ୟ ମହିଳା ବିଜେଡି ଉପସଭାନେତ୍ରୀ ମମତା ବିଷୋୟୀ, ସମବାୟବିତ୍ ସୁଧିର କୁମାର ରାଉତ, ଯୁବ ବିଜେଡ଼ି ନେତା ରଜନୀଶ ମିଶ୍ର, ଜିଲ୍ଲା ଉପସଭାପତି ସଞ୍ଜାତ କୁମାର ପାଣିଗ୍ରାହୀ, ବନମାଳୀ ସେଠୀ, ମଦନ ଦଳାଇ, ମଳୟ ବିଷୋୟୀ, ଛାତ୍ର ବିଜେଡି ଗଞ୍ଜାମ ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁ, ଜଗନ୍ନାଥ ମିଶ୍ର, ତାପସ ସାହୁ, ଦୁର୍ଗା ରାଓ, ଅସିତ୍ ସାବତଙ୍କ ସହ ବହୁ ସମର୍ଥକ ଯୋଗ ଦେଇଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here