କଂଗ୍ରେସ ପକ୍ଷରୁ ଗାନ୍ଧୀଙ୍କ ବ୍ରହ୍ମପୁର ଗସ୍ତର ଶତବାର୍ଷିକୀ ପାଳନ

0
10

ବ୍ରହ୍ମପୁର,(ମହାରାଣୀ ନ୍ୟୁଜ୍): କଂଗ୍ରେସ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ଜେନାଙ୍କ ନିର୍ଦ୍ଦେଶକ୍ରମେ ମହାତ୍ମାଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ କରାଯାଇଥିଲା। ଏହି ଅବସରରେ କଂଗ୍ରେସ ନେତା ଏବଂ କର୍ମୀମାନେ ଏକତ୍ରିତ ହୋଇ ବାପୁଜୀ ଆଶ୍ରମଠାରୁ ଆରମ୍ଭ କରି ଗାନ୍ଧୀନଗରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ପର୍ଯ୍ୟନ୍ତ ପଦଯାତ୍ରା କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସେଠାରୁ ଫେରି କର୍ମୀମାନେ ପୂର୍ବରୁ ଆୟୋଜନ ହୋଇଥିବା ବାପୁଜି ଭଜନ ଠାରେ ସନ୍ଧ୍ୟାରେ ଯୋଗ ଦେଇଥିଲେ । କଂଗ୍ରେସ ମହାନଗର କଂଗ୍ରେସ ସଭାପତି ସୂଜୟ ଆଚାର୍ଯ୍ୟ , କୃଷକ ସେଲ୍‌ ପ୍ରଭାରୀ ରଶ୍ମୀରଞ୍ଜନ ପଟ୍ଟନାୟକ , ପ୍ରଶାନ୍ତ କୁମାର ବିଷୋୟୀ , କପାଳ କୁନା , ବିଶୃୟ ମହାପାତ୍ର , ସିଦ୍ଧାନ୍ତ ସାହୁ , ବିକାଶ ପଶୁପାଳକ , ଶିଶିର ଆଚାର୍ଯ୍ୟ , ବିକାଶ ନାୟକ , ସୁଜିତ ଦାଶ , ଏସ୍ ଦଣ୍ଡପାଣି , ଅସିତ ଦଳାଇ , ପି.ରାଜାରାଓ , ଭବାନୀ ସାହୁ ଓ ବହୁ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here