ହୋଲି ଗଣ୍ଡଗୋଳ ମାମଲାରେ, ଉଭୟ ଗୋଷ୍ଠୀରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ …

0
7

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):ହୋଲିରେ ଆତଙ୍କ ଖେଳାଇ ଗଣ୍ଡଗୋଳ ମାମଲାରେ, ଉଭୟ ଗୋଷ୍ଠୀ ରୁ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗୋଶାଣୀନୂଆଗାଁ ଥାନା ପୋଲିସ । ତେବେ ହୋଲି ଖେଳକୁ ନେଇ ଚଳିତ ବର୍ଷ ପ୍ରଶାସନ ବିଭିନ୍ନ କଟକଣା ଜାରି କରିଥିବା ବେଳେ ଲୋକେ ଅଳ୍ପବହୁତେ ହୋଲି ଖେଳିଥିଲେ ।କିନ୍ତୁ ଗତ ୨୯ ତାରିଖ ମଧ୍ୟାହ୍ନ ସାଢେ ୩ଟା ସମୟରେ ସ୍ଥାନୀୟ ଷ୍ଟେସନ୍ ରୋଡ୍ ନିକଟରେ ମଦ ପିଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଅଶୋକ ନଗର ଅଞ୍ଚଳର ଯୁବକ କାହ୍ନା ପ୍ରଧାନ ଗୁରୁତର ଭାବେ ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, ହୋଲି ଖେଳ ସରିବା ପରେ କିଛି ଯୁବକ ମଦ ପିଇବା ପାଇଁ ଷ୍ଟେସରୋଡ୍‌ ସ୍ଥିତ ମଦ ଦୋକାନକୁ ଯାଇଥିଲେ । ଦୋକାନ ବନ୍ଦ ଥିବା ଜାଣିବା ପରେ ଦୁଇ ଗୋଷ୍ଠୀର ଯୁବକମାନେ ନିଜ ନିଜ ଅଞ୍ଚଳକୁ ଫେରିବାକୁ ବାହାରିଥିଲେ। ଏହି ସମୟରେ ପୂର୍ବରୁ ନିଶାଗ୍ରସ୍ତ ଦୁଇ ଯୁବଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଏହା ଗଣ୍ଡଗୋଳର ରୂପ ନେବାରେ ଗୋଟିଏ ଗୋଷ୍ଠୀର ଯୁବକ କାହ୍ମାଙ୍କୁ ଅନ୍ୟ ଗୋଷ୍ଠୀର ଯୁବକ ଏକ ଲୁହା ରୋଡ଼ ଦ୍ଵାରା ଆକ୍ରମଣ କରିଥିଲେ ଏବଂ ତାଙ୍କ ମୁଣ୍ଡକୁ ପଥରରେ ଆଘାତ ଦେଇଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀର ଯୁବକମାନେ ମାରଣାସ୍ତ୍ର ଧରି ଷ୍ଟେସନ୍ ରୋଡ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ଖେଳାଇଥିଲେ। ଗୋସାଣୀନୂଆଗାଁ ପୁଲିସ କୌଣସି ସୂତ୍ରରୁ ଖବର ପାଇ ତୁରନ୍ତ ସେଠାରେ ପହଞ୍ଚି ରକ୍ତ ଜୁଡୁବୁଡୁ ହୋଇ ପଡ଼ିଥିବା କାହ୍ନା ପ୍ରଧାନଙ୍କୁ ଉଦ୍ଧାର କରି ମେଡିକାଲ
ପଠାଇଥିଲେ । ଏହି ଘଟଣାରେ ପୁଲିସ ୩ ଯୁବକଙ୍କୁ ଅଟକ ରଖି ପଚରା ଉଚରା ଚଳାଇଥିବା ବେଳେ ଗୋଶାଣିନୁଆଗାଁ ଥାନା କେସ୍ ନଂ ୪୬/୨୧ ରେ ଏକ ମାମଲା ରୁଜୁ କରି ଆଜି ୭ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l ଗିରଫ ଅଭିଯୁକ୍ତ ମାନେ ହେଲେ ବିଜିପୁର ବଡ଼ ବାଉରି ସାହିର ବିବେକଦାସ (୨୦),ମୁନା ଦାସ(୩୨), ଶିବା ଦାସ(୨୩),ମନୋଜ ଦାସ(୨୫), ହୋଇଥିବା ବେଳେ ଗୋସାଇଁନୂଆ ଗାଁ
ଡ଼ିମ୍ବିରା ବାଉରି ସାହି ର ଜୀବନ ଦାସ(୨୧), ଏବଂ ଲାଠି ଦାସ ସାହିର ଅଜୟ ଦାସ ଅନ୍ୟ ଜଣେ ଅଭିଯୁକ୍ତ ବଡ଼ବଜାର ମାଛବନ୍ଧ ସାହିର ବାବୁଲା ଦାସଙ୍କୁ ଆଜି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି ଗୋସାଇଁନୂଆ ଗାଁ ଥାନା ଅଧିକାରୀ ସୁମିତ୍ ସୋରନ୍ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here