ଗଞ୍ଜାମ ବାର୍ ଆସୋସିଏସନ ର ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କଲା ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ …

0
20

ବ୍ରହ୍ମପୁର (ମହାରାଣୀ ନ୍ୟୁଜ୍):ବିଶ୍ଵ ମାନବାଧିକାର ସୁରକ୍ଷା ସଂଗଠନ ସଭାପତି ରାମକୃଷ୍ଣପଟନାୟକଙ୍କ ଅଧ୍ୟକ୍ଷତାରେ ଗଞ୍ଜାମ ବାର୍ ଆସୋସିଏସନ ର ନବ ନିର୍ବାଚିତ ସଦସ୍ୟ ମାନଙ୍କୁ ଏକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି l ୱାର୍ଲ୍ଡ ହ୍ୟୁମାନ ରାଇଟ୍ସ ପ୍ରୋଟେକ୍ସନ ଅର୍ଗାନାଇଜେସନ୍ ପୂର୍ବରୁ ବହୁ ସାମାଜ କଲ୍ଯାଣ କରିଆସିଛି l ଆଜି ର କାର୍ଯ୍ୟକ୍ରମ ରେ ମୁଖ୍ୟତଃ ଗଞ୍ଜାମ ବାର୍ ଆସୋସିଏସନ ର ନବ ନିର୍ବାଚିତ ସଭାପତି ଜନାର୍ଦ୍ଦନ ସୁବୁଦ୍ଧି, ଉପସଭାପତି ବି. ଭଗୀରଥି ରାଓ,
ସମ୍ପାଦକ ପ୍ରଦୀପ କୁମାର ବେହେରା ସହ ସମ୍ପାଦକ ସୁଧୀର ପାତ୍ର ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନବାଧିକାର ସୁରକ୍ଷା ସଂଗଠନ ର ଜାତୀୟ ସ୍ତରର ସଭାପତି ଅଭିନ୍ନ କୁମାର ହୋତା ଯୋଗ ଦେଇ ଯିବିଏ ର କର୍ମକର୍ତ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଆୟାଜିତ କାର୍ଯ୍ୟକ୍ରମ ରେ ସରୋଜ କୁମାର ତ୍ରିପାଠୀ, ସନ୍ତୋଷ କୁମାର ପାଢ଼ୀ, ସୁକାନ୍ତ ମିଶ୍ର, ସୁନିତା ରାଣୀ ମିଶ୍ର, ପ୍ରିୟା ପଟନାୟକ ଙ୍କ ସମେତ ସଂଗଠନ ର ବହୁ କର୍ମୀ ଯୋଗଦେଇଥିଲେ । କାର୍ଯ୍ୟକ୍ରମକୁ ଗଞ୍ଜାମ ଓକିଲ ସଂଘ ର ପୂର୍ବତନ ସଭାପତି ସୁଧାଂଶୁ ଶେଖର ପଣ୍ଡା ନିଜ ବକ୍ତୃତା ପ୍ରଦାନ କରି ଉତ୍ସାହିତ କରିଥିବା ବେଳେ, ପୂର୍ବତନ କର୍ପୋରେଟର ସୁରେନ୍ଦ୍ର ମହାରଣା, ବରିଷ୍ଟ ସାମ୍ବାଦିକ ସୁଦୀପ କୁମାର ସାହୁ ଯୋଗ ଦେଇଥିଲେ । ମାନବାଧିକାର ସୁରକ୍ଷା ସଂଗଠନ ନୂତନ ଭାବେ ଯୋଗ ଦାନ କରିଥିବା ମେମ୍ବର ମାନଙ୍କୁ ନୂତନ ପରିଚୟ ପତ୍ର ପ୍ରଦାନ କରାଯାଇଥିଲା ।
ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here