ବ୍ରହ୍ମପୁର ଆଇଟିଆଇରେ ଲୋକାର୍ପିତ ହେଲା ଓଡିଶା ମାନଚିତ୍ର

0
15

ବ୍ରହ୍ମପୁର,୦୧/୦୪/୨୧/(ମହାରାଣୀ ନ୍ୟୁଜ୍):ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ସଦାବେଳେ ନିଜ ସ୍କିଲ ଡେଭଲପମେଣ୍ଟ କାର୍ଯ୍ୟ ପାଇଁ ସାରା ଦେଶରେ ଉଚ୍ଚ ପ୍ରଶଂସିତ ହୋଇ ରହିଛି । ଆଜି ବ୍ରହ୍ମପୁର ଆଇଟିଆଇରେ ଏକ ଉଚ୍ଚ କ୍ଷମତା ବିଶିଷ୍ଟ ଓଡିଶା ମାନଚିତ୍ର ଲୋକାର୍ପିତ ହୋଇଛି । ଲୋକାର୍ପିତ ମାନଚିତ୍ର କୁ ଵ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଓ ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କ କରକମଳରେ ଉନ୍ମୋଚିତ କରିଥିଲେ । ଶିଳ୍ପକୁ ପ୍ରସ୍ତୁତ କରିବା ପାଇଁ ସ୍କିଲ ଉପରେ ଅଧିକ ପ୍ରତ୍ସାହନ ଦେବା ଉଚିତ ବୋଲି ସାଂସଦ ଶ୍ରୀ ସାହୁ କହିଛନ୍ତି । ବ୍ରହ୍ମପୁରର ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଦେଶ ପାଇଁ ଗୌରବ ଆଣିଥିବା ସହ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିପାରିଛି ବୋଲି କହିଛନ୍ତି ବିଧାୟକ ଶ୍ରି ପଣ୍ଡା । ନିର୍ମିତ ମାନଚିତ୍ର ଟି ପ୍ରାୟ ୧.୫ ଟନ
ସ୍କ୍ରାପ ଏବଂ ୩୦ ଫୁଟ ଉଚ୍ଚତା ରହିଥିବା ବେଳେ ଏଥିରେ ପୁରୁଣା ଅଟୋମୋବାଇଲ ସ୍କ୍ରାପ ଏବଂ କ୍ୟାମ୍ପସରେ ଏକ ଭଙ୍ଗା କୋଠାରୁ ନିର୍ମିତ ଲୁହା ଦଣ୍ଡା ରେ ବ୍ୟବହୃତ କରାଯାଇଛି । ମାନଚିତ୍ର ଟି ଦେଶର ସର୍ବବୃହତ ଓ ଓଡ଼ିଶାର ଦକ୍ଷ ଥିମ୍ ସହ ସଂଶ୍ଲିଷ୍ଟ ଅଟେ l ଓଡିଶା ସ୍କିଲ ଡେଭଲପମେଣ୍ଟ ମିଶନ ର ଚେୟାରମ୍ୟାନ ସୁବ୍ରତ ବାଗଚିଙ୍କୁ ମାନଚିତ୍ର ଟି ଉତ୍ସର୍ଗ କରାଯାଇଛି । କାର୍ଯ୍ୟକୁ ବହୁ ବୁଦ୍ଧିଯିବି ମହଲରୁ ପ୍ରଶଂସିତ କରାଯାଇଛି । ଅନ୍ୟ ରାଜ୍ୟ ପାଇଁ ଏହା ଏକ ରୋଲ ମଡେଲ ଭାବେ ପରିଚିତ ସୃଷ୍ଟି କରିବ ବୋଲି କହିଛନ୍ତି ଆଇଟିଆଇ ର ଅଧ୍ୟକ୍ଷ ରଜତ ପାଣିଗ୍ରାହୀ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here