ଏମ୍‌କେସିଜିର ଏକାଡେମିକ ବ୍ଲକ ପରିସରରେ ପ୍ରଫେସର କେ ଏମ୍ ପାଠୀଙ୍କୁ ସମ୍ବର୍ଦ୍ଧନା

0
10

ବ୍ରହ୍ମପୁର,୦୧/୦୪/୨୧/(ମହାରାଣୀ ନ୍ୟୁଜ୍):ପଦ୍ମଶ୍ରୀ ପ୍ରଫେସର କୃଷ୍ଣମୋହନ ପାଠୀ ଜଣେ ବିଶିଷ୍ଟ ଅସ୍ଥି ଚିକିତ୍ସକ ହେବା ସାଙ୍ଗକୁ ଜଣେ ଉତ୍ତମ ଶିକ୍ଷକ , ଜଣେ ସମାଜ ସେବୀ ଭାବେ ଦାୟିତ୍ବ ନିର୍ବାହ କରିଛନ୍ତି । କେବଳ ବ୍ରହ୍ମପୁର ସହର , ଗଞ୍ଜାମ ଜିଲ୍ଲା ନୁହେଁ ସମଗ୍ର ଓଡ଼ିଶା ରାଜ୍ୟ ତାଙ୍କ ଯୋଗୁଁ ଗୌରବାନ୍ବିତ ହୋଇଛି । ତେଣୁ ସେ ଡାକ୍ତର ସମାଜ ପାଇଁ ଆଦର୍ଶ ହୋଇଛନ୍ତି ବୋଲି ଏମ୍‌କେସିଜିର ବରିଷ୍ଠ ଚିକିତ୍ସକ ମତପ୍ରକାଶ କରିଛନ୍ତି । ଆଜି ଏମ୍‌କେସିଜିର ଏକାଡେମିକ ବ୍ଲକ ପରିସରରେ ଏଠାରେ କାର୍ଯ୍ୟରତ ଡାକ୍ତରଙ୍କ ପକ୍ଷରୁ ପ୍ରଫେସର ପାଠୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର ସୁନିଲ ଅଗ୍ରୱାଲଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏମ୍‌କେସିଜି ହସପିଟାଲର ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର , ଅତିରିକ୍ତ ଅଧୀକ୍ଷକ ଡାକ୍ତର କିରଣ କୁମାର ପଟ୍ଟନାୟକ , ପ୍ରଫେସର ଭାରତୀ ମିଶ୍ର , ପ୍ରଫେସର ଅବନୀକାନ୍ତ ମିଶ୍ର , ପ୍ରଫେସର ନରେନ୍ଦ୍ର କୁମାର ବେହେରା ମଞ୍ଚାସୀନ ଥିଲେ । ଏହି ଉପଲକ୍ଷେ ପ୍ରଫେସରଙ୍କୁ ଉପଢୌକନ , ମାନପତ୍ର ପ୍ରଦାନ କରିବାସହ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here