ସ୍ତ୍ରୀ କୁ କିରୋସିନୀ ଢାଳି ପୋଡି ମାରିଲା ସ୍ୱାମୀ

0
65

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ତୁଳସୀପଲି ଗ୍ରାମରେ ପାରିବାରିକ କଳହରୁ ସ୍ତ୍ରୀ କୁ କିରୋସିନୀ ଢାଳି ପୋଡି ମାରିବା ଅଭିଯୋଗରେ ସ୍ୱାମୀ ଗିରଫ ହୋଇଛି।ଗିରଫ ଅଭିଯୁକ୍ତ ହେଲେ ତୁଳସୀପଲି ଗ୍ରାମର ଦୁଃଖୀଶ୍ୟାମ ପ୍ରଧାନ। ସେ ୪ବର୍ଷ ତଳେ ଥୋଲଣ୍ଡା ଗ୍ରାମର ଝିଲି ପ୍ରଧାନଙ୍କୁ ବିବାହ କରିଥିବା ବେଳେ ସେମାନଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି। ତେବେ କୌଣସି କାରଣରୁ ପାରିବାରିକ ସମସ୍ୟା କୁ ନେଇ ଉଭୟ ଦମ୍ପତି ଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗୁଥିଲା। ବୁଧବାର ରାତ୍ରିରେ ଦୁଃଖୀଶ୍ୟାମ ଉତ୍କ୍ଷି ହୋଇ ଝିଲିଙ୍କ ଉପରେ କିରୋସିନୀ ଢାଳି ନିଆ ଲଗାଇ ଦେଇଥିଲେ। ପରିବାରର ଅନ୍ୟ ଲୋକ ମାନେ ଝିଲିଙ୍କୁ ନିକଟସ୍ଥ ଜଗନ୍ନାଥପ୍ରସାଦ ମେଡ଼ିକାଲରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାରସିଂ ପୁଲିସ ଖବର ପାଇ ମେଡ଼ିକାଲ ରେ ପହଞ୍ଚି ମୃତ ଦେହ ଜବତ କରିଥିଲା। ଝିଅର ବାପା ଘର ଲୋକଙ୍କ ଏତଲା ପ୍ରକାରେ ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି।ଏ ନେଇ କେସ ନମ୍ବର ୭୧/୨୧ରେ ଏକ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ ସୂଚନା ଦେଇଛନ୍ତି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here