ବାଜପାୟୀ ବଜାଜ୍ ବାଇକ୍ ସୋ ରୁମ୍ ସୋଟ୍ରର୍ ତାଲା ଭାଙ୍ଗି ଚୋରି ଘଟଣା ରେ ୨ଲୁଟେରାଙ୍କୁ ଗିରଫ କଲା ପୋଲିସ …

0
19

ବ୍ରହ୍ମପୁର,୦୨/୦୪/୨୧/( ମହାରାଣୀ ନ୍ୟୁଜ୍) : ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଖୋଡ଼ାସିଙ୍ଗିରେ ଥିବା ବାଜପାୟୀ ବଜାଜ୍ ସୋ ’ ଘଟଣାରେ ପୁଲିସ ଦୁଇଜଣ ଲୁଟେରାଙ୍କୁ ଗିରଫ କରିଛି । ସେମାନେ ହେଲେ ରାଇଝୋଳର ପ୍ରଶାନ୍ତ କୁମାର ରାଉଳ ଓ ରତ୍ନପୁରର ଟୁଟୁ ଦାସ ବୋଲି ଏଏପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି । ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ୩ଜଣ ଲୁଟେରା ଫେରାର୍ ରହିଛନ୍ତି । ଖୋଡ଼ାସିଙ୍ଗି ଶରଧାବାଲି ଛକରେ ଥିବା ବାଜପାୟୀ ବଜାଜ ବାଇକ୍ ସୋ ‘ ରୁମରୁ ଗତ ଫେବ୍ରୁଆରି ୨୪ତାରିଖରେ ଚୋରି ହୋଇଥିବା ଜଣାପଡ଼ିଥିଲା । ସୋ ରୁମ୍ ର ଆଗ ସୋଟ୍ରର୍ ତାଲା ଭାଙ୍ଗି ଶୋ ରୁମ୍ ଭିତରେ ପଶିବା ସହ କ୍ୟାସ୍ କାଉଣ୍ଟରରେ ଥିବା ୧୪ ହଜାର ୨୦୦ଟଙ୍କା ଏବଂ ମାଲିକଙ୍କ ଚାମ୍ବରକୁ ପ୍ରବେଶ କରି ଡ୍ର’ରୁ ୮ଲକ୍ଷ ୬୦ ହଜାର ଟଙ୍କା ଅର୍ଥାତ୍ ମୋଟ ୮ଲକ୍ଷ ୭୪ହଜାର ୨୦୦ଟଙ୍କା ଚୋରି ହୋଇଥିବା ନେଇ ସୋ ’ ରୁମ୍ ମାଲିକ ଆଲୋକ ସୁନ୍ଦର ବାଜପାୟୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କ୍ରମେ ପୁଲିସ ମାମଲାରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ସୋ ‘ ରୁମରେ ଲାଗିଥିବା ସିସି କ୍ୟାମେରାରୁ ଫୁଟେଜ୍ ସଂଗ୍ରହ କରି ପୁଲିସ ତଦନ୍ତ ଚଳାଇଥିଲା । କିନ୍ତୁ ଲୁଟେରାମାନେ ମୁହଁରେ ଗାମୁଛା ବାନ୍ଧିଥିବାରୁ ସେମାନଙ୍କୁ ଚିହ୍ନଟ କରିବା ପୁଲିସ ପାଇଁ ଚାଲେଞ୍ଜ ହୋଇଥିଲା । ଶେଷରେ ଲୁଟେରାଙ୍କୁ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା ପୋଲିସ। ଏହି ଘଟଣାରେ ପୁଲିସ ପ୍ରଶାନ୍ତ ଓ ଟୁଟୁଙ୍କୁ ଗିରଫ କରିଥିଲା । ସେମାନଙ୍କୁ ଜେରା ପରେ ମୋଟ ୫ଜଣ ମିଶି ଏହି ଚୋରି କରିଥିବା ଉଭୟେ ସ୍ୱୀକାର କରିଛନ୍ତି । ୩ଜଣ ସୋ ’ ରୁମ୍ ଭିତରେ ପଶିଥିବା ବେଳେ ଏହି ଦୁଇଜଣ ବାହାରେ ରହି ସେମାନଙ୍କୁ ସହଯୋଗ କରିଥିବା ପୁଲିସ ତଦନ୍ତରେ ଜଣାପଡ଼ିଛି । ପୁଲିସ ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ ପ୍ରାୟ ୮ହଜାର ୮୨୦ଟଙ୍କା ଜବତ ହୋଇଛି । ଫେରାର ଥିବା ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଥିବା ପୁଲିସ କହିଛି ପୁଲିସ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here