ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଓ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ

0
83

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ଭଞ୍ଜନଗର ବ୍ଲକ ମଙ୍ଗଳପୁର ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ବର୍ଣ୍ଣଲତା ବଳିତାଙ୍କୁ ବିଦ୍ୟାଳୟ ପରିସରରେ ଆୟୋଜିତ ବିଦାୟକାଳୀନ ସଭାରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଏବିଇଓ ଜଗବନ୍ଧୁ ଜେନା,ମୋ ସ୍କୁଲ ନୋଡାଲ ଅଫିସର ସନ୍ତୋଷ ଜେନା, ସାନକୋଦଣ୍ଡା ସି.ଆର୍.ସି.ସି ସନ୍ତୋଷ କୁମାର ସାହୁ,ଡୁମାକୁମ୍ପା ସି.ଆର୍.ସି.ସି ତ୍ରିନାଥ ବେହେରା,ଘୁମୁସର ସଂବାଦ ସଂପାଦକ ନେତାଜୀ ବିଷୋୟୀ ,ବିଞ୍ଜଗିରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ଜୋତ୍ସା ଦେବୀ,ପୂର୍ବତନ ପ୍ରଧାନ ଶିକ୍ଷକ ଦେବରାଜ ଷଢଙ୍ଗୀ ,ଏସ୍.ଏମ୍.ସି ସଭାପତି ହରିକୃଷ୍ଣ ଭୂୟାଁ ପ୍ରମୁଖ ଯୋଗ ଦେଇ ଶ୍ରୀମତି ସ୍ବର୍ଣ୍ଣଲତା ବଳିତାଙ୍କ କାର୍ଯକଳାପ,ଅନନ୍ୟ ଶିକ୍ଷାଦାନ ଶୈଳୀ କୁ ଭୂୟସୀ ପ୍ରଶଂସା କରିବା ସହ ତାଙ୍କ ପରି ଜଣେ ଶିକ୍ଷୟିତ୍ରୀ ପାଇବା ବିରଳ ବୋଲି ମତବ୍ୟକ୍ତ କରିଥିଲେ । ସମସ୍ତେ ତାଙ୍କ ଅବଶିଷ୍ଟ ଜୀବନର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଦାମ ବେହେରା,ସହକାରୀ ଶିକ୍ଷକ ସିମାଞ୍ଚଳ ପାତ୍ର,ସରୋଜ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପୋଷାକ ବିତରଣ ମଧ୍ୟ କରାଯାଇଥିଲାା କାର୍ଯ୍ୟକ୍ରମରେ ବହୁ ଗ୍ରାମବାସୀଙ୍କ ସମେତ ଏସ୍.ଏମ୍.ସି ସଭ୍ୟ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ ।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here