ନଦୀରେ ବୁଡି ଜଣେ ବ୍ୟକ୍ତି ମୃତ

0
9

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) – ଗଞ୍ଜାମ ସୋରଡ଼ା ଥାନା ଅଧିନ ବରାଡ଼ି ଗାଁ ନିକଟ ବାନ୍ଥୁଳି ନଦୀରେ ବୁଡି ଜଣଙ୍କ ମୃତ୍ୟୁ ହୋଇଛି।ମୃତକ ଜଣକ ହେଲେ ବରାଡ଼ି ଗ୍ରାମର ଅଶୋକ ପଣ୍ଡା।ଅଶୋକ ପ୍ରତିଦିନ ଭଳି ଆଜି ମଧ୍ୟ ନିଜ ଜମିକୁ ଚାଷ କରିବା ପାଇଁ ଯାଇଥିଲେ।କାମ ସାରି ନଦୀରେ ଗାଧୋଇବା ବେଳେ ଗୋଡ ଖସି ଯିବାରୁ ଗଣ୍ଡ ମଧ୍ୟରେ ବୁଡି ଯାଇଥିଲେ।ଘରକୁ ନ ଫେରିବାରୁ ପରିବାର ଲୋକେ ଥାନାରେ ନିଖୋଜ ରିପୋର୍ଟ କରିଥିଲେ। ପରିବାର ଲୋକେ ଖୋଜିବାକୁ ନଦୀ କୁ ଯାଇଥିବା ବେଳେ ସେଠାରେ ତାଙ୍କର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ।ସୋରଡ଼ା ଥାନାକୁ ଖବର ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ କୁ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବେଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇ ଅଧିକ ତଦନ୍ତ କରୁଛି।

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here