ସାମରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ “ମୋ ସ୍କୁଲ ଅଭିଯାନ “ସମ୍ପର୍କିତ ଏକ ସଭା ଅନୁଷ୍ଠିତ

0
23

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ) ଭଞ୍ଜନଗର ବ୍ଲକ ଅନ୍ତର୍ଗତ ତିଳିସିଙ୍ଗି କ୍ଳଷ୍ଟର ର ସାମରଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ SMC ସଭାପତି ପୂର୍ଣଚନ୍ଦ୍ର ରଥ ଙ୍କ ସଭାପତିତ୍ବ ରେ “ମୋ ସ୍କୁଲ ଅଭିଯାନ “ସମ୍ପର୍କିତ ଏକ ସଭା ଅନୁଷ୍ଠିତ ହୋଇଯାଇଛି. ଏଥିରେ 2020-21ଶିକ୍ଷା ବର୍ଷ ପାଇଁ ଡେସ୍କବେଞ୍ଚ -10ସେଟ, ଟେବୁଲ -1, ଚୌକି -6ଟି କ୍ରୟ କରାଯାଇଛି । ଏହି ସଭା ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିବାକର ସେଠୀ ସମସ୍ତ ସଭ୍ୟ ଙ୍କୁ ସ୍ୱାଗତ କରିବା ସହିତ ମୋ ସ୍କୁଲ ଅଭିଯାନ ରେ ସମସ୍ତ ପୁରାତନ ଛାତ୍ରଛାତ୍ରୀ ତଥା ଗ୍ରାମବାସୀ ମାନେ ସାମିଲ ହେବା ପାଇଁ ଅନୁରୋଧ କରିଥିଲେ। ଏଥିରେ ବିଦ୍ୟାଳୟ ର ଶିକ୍ଷକ ଭବାନୀ ଶଙ୍କର ଦାଶ, ପ୍ରଦୀପ କୁମାର ବିଷୋୟୀ, ଶିକ୍ଷୟିତ୍ରୀ ରୁନୁ ଗୌଡ଼, ନିବେଦିତା ରାଉତ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଏହି ସଭାରେ ବଇଁଶୀଧର ରାଉତ, ଧୋବା ବିଷୋୟୀ, ଜଳନ୍ଧର ପ୍ରଧାନ, ଅଙ୍ଗନବାଡି କର୍ମୀ ପ୍ରଭାସିନୀ ପ୍ରଧାନ, ସନ୍ତୋଷ ଗୌଡ଼ ଉପସ୍ଥିତ ଥିଲେ. ଏହି ମୋ ସ୍କୁଲ ଅଭିଯାନ କ୍ରମାଗତ ତୃତୀୟ ବର୍ଷ ଧରି ଚାଲି ଆସୁଛି। ତଳେ ବସିବାକୁ ନା ଯୋଜନା ରେ ସମସ୍ତ ପିଲା ଙ୍କ ପାଇଁ ଡେସ୍କ ବେଞ୍ଚ ହୋଇଯାଇଛି। ସଭାପତି ସମସ୍ତ ଶିକ୍ଷକ ଙ୍କ ବିଦ୍ୟାଳୟ ପାଇଁ ଅନୁଦାନ ଦେଇଥିବାରୁ ଓ ଉଦ୍ୟମ କୁ ଭୁୟସୀ ପ୍ରଂଶସା କରିଥିଲେ.ଶେଷରେ ସମସ୍ତ ଙ୍କୁ ଶିକ୍ଷକ ଗଣେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ/ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here