ବଢୁଛି ତାତି ; ଚାଲୁନି ଫ୍ୟାନ୍

0
11

ବ୍ରହ୍ମପୁର,୦୩/୦୪/୨୧/ (ମହାରାଣୀ ନ୍ୟୁଜ୍) :ବିଶ୍ୱବିଦ୍ୟାଳୟ ଛାତ୍ରାବାସରେ ଦିନକୁ ଦିନ ସମସ୍ୟା ବଢ଼ିବାରେ ଲାଗିଛି । ପାଣି ସମସ୍ୟାକୁ ନେଇ ଗତ କିଛି ଦିନ ତଳେ ଛାତ୍ର ଅଶାନ୍ତି ଥିବା ବେଳେ ପୁଣି ବିଭିନ୍ନ ସମସ୍ୟା ର ସମୁଖିନ ହେଉଥିବା ରୁ ଛାତ୍ରମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏବେ ଖରା ର ତାପମାତ୍ରା ଦିନ କୁ ଦିନ ବୃଦ୍ଧି ହେଉ ଥିବା ବେଳେ ଛାତ୍ରାବାସରେ କିଛି ରୁମ୍ ରେ ଫ୍ୟାନ୍ ବି ଚଳୁନଥିବା ଅଭିଯୋଗ ହୋଇଛି । ଦିନ ତମାମ ଏହାକୁ ନେଇ ଛାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିବା ବେଳେ ଗତ ୩୧ ତାରିଖ ରାତ୍ର ପ୍ରାୟ ସାଢ଼େ ୧୦ଟା ବେଳେ କ୍ୟାମ୍ପସ ପରିସରରେ ଥିବା ୫ ଟି ଛାତ୍ରାବାସ ର ୩୦୦ରୁ ଉର୍ଦ୍ଧ୍ବ ଛାତ୍ର ପାଣି ସମସ୍ୟା ନେଇ କୁଳପତି ପ୍ରଫେସର ଗୋବିନ୍ଦ କେ. ଚକ୍ରପାଣିଙ୍କ କ୍ଵଟର ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିବା କରିଥିଲେ । ଛାତ୍ରାବାସ ଭିତର ରୁମ୍ ଗୁଡ଼ିକର ଛାତ ଫାଟି ଆଁ କରିଛି । କେଉଁ ମୁହୂର୍ତ୍ତରେ ବି ଏହା ଭୁଶୁଡ଼ିଯିବାର ଆଶଙ୍କା ରହିଥିବା ବେଳେ ଏଠାରେ ରହିବାକୁ ବିଦ୍ୟାଥୀ ଅମଙ୍ଗ ହେଉଛନ୍ତି । ମରାମତି ନିମନ୍ତେ ଛାତ୍ରମାନେ କୁଳପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଏହି ପରିପ୍ରେକ୍ଷୀରେ କୁଳପତି ଚଳିତ ମାସ ଶେଷ ସୁଦ୍ଧା ସମସ୍ୟା ର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here