ଆପାର୍ଟମେଣ୍ଟ ରେ ଚାଲୁଛି ଲକ୍ଷ ଲକ୍ଷ ଟଙ୍କା ର ଜୁଆ ଆଡ୍ଡା ,ବ୍ରହ୍ମପୁର ପୋଲିସ ର ଚଢ଼ାଉ । ୮ ଜୁଆଡ଼ି ଗିରଫ।

0
61

ବ୍ରହ୍ମପୁର,୦୩/୦୪/୨୧/(ମହାରାଣୀ ନ୍ୟୁଜ୍):ଜୁଆଡ଼ିମାନେ ଜୁଆ ଖେଳିବା ଆପାର୍ଟମେଣ୍ଟକୁ ସୁରକ୍ଷିତ ସ୍ଥାନ ଭାବେ ବାଛିଥାନ୍ତି । ତେବେ ଆଜି ଏକ ଆପାର୍ଟମେଣ୍ଟରେ ଚାଲିଥିବା ଜୁଆଆଡ୍ଡା ଚଢ଼ାଉ କରି ୮ ଜୁଆଡ଼ିକୁ ଗିରଫ କରିଛି ପୋଲିସ । ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ଅନ୍ତର୍ଗତ ଶାସ୍ତ୍ରୀନଗର ହେରିଟେଜ୍ ଆପାର୍ଟମେଣ୍ଟର ୩୦୭ ନମ୍ବର ରୁମ୍ ରେ କିଛି ଜୁଆଡ଼ିମାନେ ଏକତ୍ରିତ ହୋଇ ଜୁଆଖେଳୁଥିବା ନେଇ ଗୋଷାଣିନୂଆଗାଁ ଥାନା ପୋଲିସ୍ ବିଶେଷ ସୂତ୍ରରୁ ଖବର ପାଇଥିଲା । ଥାନାଧିକାରୀ ସୁମିତ କୁମାର ସୋରେନ୍‌ଙ୍କ ନେତୃତ୍ବରେ ସଦଳବଳେ ଆପାର୍ଟମେଣ୍ଟ ଉପରେ ଚଢ଼ାଉ କରି ୮ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ନଗଦ ୩ ଲକ୍ଷ ୬୬ ହଜାର ୯ଶହ ୨୦ ଟଙ୍କା ଏବଂ
୫ଟି ମୋବାଇଲ ଫୋନ ଓ ତିନିଟି ଗାଡ଼ି ଜବତ କରିଥିବା କହିଛନ୍ତି ଥାନା ଅଧିକାରୀ ସୁମିତ୍ କୁମାର ସରୋନ୍ । ଗିରଫ ମାନେ ହେଲେ ମାର୍ଥା ସାହି ର ବିଦ୍ୟାଧର ସାହୁ , କାଳୁପାତ୍ର ସାହି ର ନାରାୟଣ ସାହୁ, ଦଳୁଆ ସାହି ର ବିଷ୍ଣୁ ପ୍ରସାଦ ସୁବୁଦ୍ଧି ,ଶାସ୍ତି ନଗର ର ସନ୍ତୋଷ କୁମାର ବେହେରା ,ଚର୍ଚ୍ଚ ରୋଡ଼ ର କେ.ସନ୍ତୋଷ , ଜି . ଉଦୟଗିରି ଅଂଚଳର ପ୍ରକାଶ ଚନ୍ଦ୍ର,ଗୋପାଳ କୃଷ ମହାପାତ୍ର,ଭଞ୍ଜନଗର ଅଞ୍ଚଳ ର ଗୋପବନ୍ଧୁ ମହାପାତ୍ର ।
ଅନ୍ୟପଟେ ଏଥି ମଧ୍ୟରୁ ଦୁଇ ଜଣଙ୍କ ନାମରେ ପୂର୍ବରୁ ମାମଲା ରହିଛି। ଘଟଣାରୁ ଅଧିକ ଅନୁସନ୍ଧାନ କରାଯାଉଥିବା ଅତିରିକ୍ତ ଏସ୍‌ ପି ସୂଚନା ଦେଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here