ମେଡ଼ିକାଲ ଗ୍ରାଉଣ୍ଡ ନିକଟରୁ ୪ ଲକ୍ଷ ଟଙ୍କାର ଅଫିମ ଜବତ, ଜଣେ ଗିରଫ…

0
21

ବ୍ରହ୍ମପୁର,୦୩/୦୪/୨୧/(ମହାରାଣୀ ନ୍ୟୁଜ୍): ବ୍ରହ୍ମପୁର ଅବକାରୀ ବିଭାଗର ହାତରେ ଧରା ପଡିଲା ଲକ୍ଷାଧିକ ଟଙ୍କାର ଅଫିମ । ବ୍ରହ୍ମପୁର ଏମକେସିଜି ମେଡ଼ିକାଲ କଲେଜ ଖେଳ ପଡିଆ ନିକଟରୁ ଅବକାରୀ ବିଭାଗ ଦ୍ଵାରା ଜବତ ହୋଇଛି ୩ କିଲୋ ୯୦୦ ଗ୍ରାମର ଅଫିମ ସହ ନଗଦ ୪୦ ହଜାର ଟଙ୍କା । କୌଣସି ପ୍ରକାରେ ବୁଧବାର ଦିନ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇ ସକାଳୁ ଏକ ସ୍କୁଟି ଚାଳକ ହାଡ଼ିବନ୍ଧୁ ସାହୁଙ୍କୁ ଅଟକାଇ ଯାଞ୍ଚ କଲା ବେଳେ ଏହି ଅଫିମ ଜବତ ହୋଇଥିବା ସୂଚନା । ତେବେ ସୂଚନା ମୁତାବକ ଏହି ସମସ୍ତ ଅଫିମ ଆୟୁର୍ବେଦିକ ଫର୍ମାସୀରେ ଔଷଧ ସକାଶେ ବ୍ୟବହାର ହେଉଥିବା ବେଳେ ଚୋରା କାରବାରରେ ଆଣି ଗଞ୍ଜାମ ସମେତ ଏହାର ଆଖପାଖ ଅଞ୍ଚଳରେ ବ୍ୟବସାୟ କରୁଥିଲେ ଏହି ବ୍ୟବସାୟୀ । ତେବେ ଏହି ବ୍ୟବସାୟୀ ଜଣଙ୍କ ହରିଡାଖଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ବ୍ୟବସାୟୀ ଜଣକ ପୂର୍ବରୁ ଏକ ଭାଙ୍ଗ ଦୋକାନରେ ସେଲସ୍ ମ୍ୟାନ ଭାବେ କାର୍ଯ୍ୟ କରି ଆସୁଥିବାବେଳେ ଭାଙ୍ଗ ଦୋକାନ ମାଲିକଙ୍କ ମୃତ୍ୟପରେ ଏହି ବ୍ୟବସାୟରେ ଜଡିତ ଥିବା ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ସ୍ୱୀକାର କରିଛି । ତେବେ ଏହି ସମସ୍ତ ଅଫିମର ମୂଲ୍ୟ ୪ ଲକ୍ଷ ପାଖାପାଖି ହେବ ବୋଲି ଅବକାରୀ ଅଧିକାରୀ ହୃଦୟ ଚନ୍ଦ୍ର ସାମନ୍ତ ସୂଚନା ଦେଇଛନ୍ତି । ଏହି ମାମଲାରେ ଆଜି ଅଭିଯୁକ୍ତ ହାଡ଼ିବନ୍ଧୁ ସାହୁକୁ ଗିରଫ କରାଯିବା ସହ ସମସ୍ତ ଅଫିମ ଓ ସ୍କୁଟି ଗାଡି ଓ ନଗଦ ୪୦ ହଜାର ଟଙ୍କାକୁ ଜବତ କରାଯିବା ସହ ଏହି କାରବାରରେ ଆଉ କେଉଁ କେଉଁ ମାନେ ସଂଶ୍ଳିଷ୍ଟ ଅଛନ୍ତି ଏ ନେଇ ଅଧିକ ତଦନ୍ତ କରୁଛି ଅବକାରୀ ବିଭାଗ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here