ସୁଧୁରି ନଥିବା ଅମାନିଆ ଗାଡ଼ିଚାଳକଙ୍କ ଠାରୁ ଫାଇନ୍ ଆଦାୟ କଲା ବ୍ରହ୍ମପୁର ଟ୍ରାଫିକ ପୋଲିସ

0
4

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା କଟକଣା ସତ୍ତ୍ୱେ ଅନେକାଂଶ ଗାଡି ଚାଳକ ଖାତିର କରୁନଥିବା ଦେଖିବାକୁ ମିଳୁଛି । ଯାହାଫଳରେ ବର୍ତ୍ତମାନ କଠୋର ହେବା ନିମନ୍ତେ ପ୍ରତିଶ୍ରୁତିବଦ୍ଧ ହୋଇଛି ବ୍ରହ୍ମପୁର ପୋଲିସ । ଆଜି ଠାରୁ ବ୍ରହ୍ମପୁର ପୋଲିସ ପକ୍ଷରୁ ସହରରେ କିଭଳି ଲୋକେ କୋରନା କଟକଣା ପାଳନ କରୁଛନ୍ତି ସେ ନେଇ କଡ଼ାକଡ଼ି ଭାବେ ଯାଞ୍ଚ ଆରମ୍ଭ ହୋଇଛି । ସହରର ପୁରୁଣା ବସଷ୍ଟାଣ୍ଡ, ଫାଷ୍ଟଗେଟ୍, ଅନ୍ଧପସରା ରୋଡ଼, ଇଞ୍ଜିନିୟରିଂ ସ୍କୁଲ ଛକ ଭଳି ପ୍ରମୁଖ ଛକ ମାନଙ୍କରେ ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ ଓ ହେଲମେଟ ବ୍ୟବହାର ଲାଗି ସଚେତନା କରାଯାଇଥିଲା । ଯେଉଁମାନେ ବିନା ମାସ୍କରେ ଯାତାୟତ କରୁଛନ୍ତି ସେମାନଙ୍କ ଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ ମଧ୍ୟ କରାଯାଇଛି । ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା କଟକଣା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇଥିଲା । ତେବେ ଆଜି ପୁଣି ବ୍ରହ୍ମପୁର ପୋଲିସ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ କୋରନା କଟକଣା ପାଳନ କରିବା ନିମନ୍ତେ ମଧ୍ୟ ସହରବାସୀଙ୍କୁ ଅବଗତ କରାଯାଉଛି । ବାରମ୍ବାର ସଚେତନତା କରିବା ପରେ ଆଜି ଠାରୁ ଜୋରିମାନା ଆଦାୟ ଆରମ୍ଭ ହୋଇଛି ବୋଲି କହିଛନ୍ତି ବ୍ରହ୍ମପୁର ଟ୍ରାଫିକ ଡ଼ିଏସପି ବିମଳକାନ୍ତ ନାୟକ । ସେପଟେ ଆଜି ସହରର ପ୍ରମୁଖ ୫ଟି ସ୍ଥାନରେ ମାସ୍କ ଯାଞ୍ଚ ହୋଇଥିବା ବେଳେ ଏଯାବତ ପ୍ରାୟ ୫୦ ରୁ ଅଧିକ ଲୋକେ ମାସ୍କ ବ୍ୟବହାର କରିନଥିବା ଯୋଗୁ ଜୋରିମାନା ଭରିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା ଆଇନ ଉଲଂଘନ ଏବଂ ହେଲମେଟ ପରିଧାନ କରିନଥିବା ଅଭିଯୋଗରେ ୧ଲକ୍ଷ ୩୦ ହଜାର ଟଙ୍କା ଆଦାୟ କରାଯାଇଥିବା ବେଳେ ମାକ୍ସ ପରିଧାନ କରି ନଥିବାଙ୍କ ଠାରୁ ୧୦ ହଜାର ୪୦୦ ଟଙ୍କା ଆଦାୟ ହୋଇଥିଲା ଏବଂ ୨୨ ଗୋଟି ଲାଇସେନ୍ସ ରଦ୍ଧ ପାଇଁ ସୁପାରିଶ ହୋଇଥିବା ସୂଚନା ଦେଲେ ଟ୍ରାଫିକ ଥାନା ଅଧିକାରୀ ସୁନିଲ କୁମାର ବେହେରା । ଅନେକ ବ୍ୟକ୍ତି ହେଲମେଟ ପିନ୍ଧି ଗାଡ଼ି ଚଳାଉଥିଲେ ସୁଦ୍ଧା ମାସ୍କ ପିନ୍ଧିନଥିବା ଦେଖିବାକୁ ମିଳିଥିଲା। ଜୋରିମାନା ଦେବା ବଦଳରେ ଅନେକ ପୋଲିସ ସହ ଯୁକ୍ତ କରୁଥିବା ଦେଖିବାକୁ ମିଳିଛି । କେହିକେହି ବିଭିନ୍ନ ବାହାନା କରିଥିବା ବେଳେ ଆଉ କିଏ ମାସ୍କ ଘରେ ଛାଡ଼ି ଚାଲି ଆସିଥିବା ନେଇ ଯୁକ୍ତି ବଢ଼ିବାର ଦେଖିବାକୁ ମିଳିଥାଏ । ଏହା ସତ୍ୱେ ମଧ୍ୟ ଯେଉଁମାନେ ବିନା ମାସ୍କରେ ଯାତାୟତ କରିଥିଲେ ସେମାନଙ୍କ ଠାରୁ ପୋଲିସ ଜୋରିମାନା ଆଦାୟ କରିଛି । ଏହାଛଡ଼ା ପ୍ରତ୍ୟେକ ବ୍ୟକ୍ତି ଘରୁ ବାହାରିଲେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା କରିବା ଆବଶ୍ୟକ ବୋଲି ପୋଲିସ ପକ୍ଷରୁ କଡା ଚେତାବନୀ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ହେଲମେଟ ଓ ମାକ୍ସ ପରିଧାନ ସହ ମୋଟର ସାଇକେଲରେ ତିନିଜଣ ଜାତୟତକୁ ବାରଣ ଲାଗି ପୋଲିସ ପକ୍ଷରୁ ଗାଡି ଚାଳକଙ୍କୁ ପରାମର୍ଶ ଦିଆଯାଉଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here