ଚାକିରୀ ନାଁ ରେ ଠକେଇ । ଅଭିଯୁକ୍ତକୁ ଭୁବନେଶ୍ୱର ରୁ ଗିରଫ କଲା ବ୍ରହ୍ମପୁର ବଡ଼ବଜାର ଥାନା ପୋଲିସ ।

0
14

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍) : ଶିକ୍ଷିତ ଯୁବତୀଯୁବକଙ୍କୁ ବିଦେଶରେ ନିଯୁକ୍ତି ଦେବା ନାଁ ରେ ସୁଯୋଗ ନେଇ ମିଥ୍ୟା ପ୍ରଲୋଭନ ଦେଖାଇ ନକଲି ଅଫର ଚିଠି ପ୍ରଦାନ କରି ଆସୁଥିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ମାଷ୍ଟରମାଇଣ୍ଡ ସଞ୍ଜୟ କୁମାର ଜେନା (୪୧ବର୍ଷ) କୁ ଭୁବନେଶ୍ୱରର ନୟାପଲ୍ଲୀରୁ ଗତକାଲି ଗିରଫ କରିଛି ।
ଗିରଫ ବେଳେ ଅଭିଯୁକ୍ତ ସଞ୍ଜୟ ଠାରୁ ଗୋଟିଏ ଲାପଟପ୍, ଗୋଟିଏ ମୋବାଇଲ୍ ଫୋନ୍ ହ୍ୟାଣ୍ଡସେଟ୍, ସିମ୍ କାର୍ଡ, ୫ ଗୋଟି ପାସପୋର୍ଟ, ୧୩ ଗୋଟି ଚେକ୍ ବୁକ୍, ୧୩ ଗୋଟି ବ୍ୟାଙ୍କ ଆକାଉଣ୍ଟ ପାସବୁକ୍, ଇ-ମେଲ ଯୋଗାଯୋଗର ସ୍କ୍ରିନସଟ ଏବଂ ବିଭିନ୍ନ ମଲ୍ଟି ନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ କମ୍ପାନି ମାନଙ୍କର ଲେଟର ପ୍ୟାଡ, କମ୍ପାନୀ ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଦଲିଲ ମଧ୍ୟ ଜବତ ହୋଇଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ ପି ପ୍ରଭାତ ଚନ୍ଦ୍ର ରାଉତରାୟ । ବଡ଼ ବଜାରଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସୂଚନା ପ୍ରକାରେ ଜୀର୍ଘ ୨ବର୍ଷ ହେଲା ବିଦେଶ ଚାକିରି ଠକେଇ ଜାଲ ବିଛାଇଥିଲା ଅଭିଯୁକ୍ତ । ସେ ବ୍ରହ୍ମପୁର ଆସି ବିଭିନ୍ନ ହୋଟେଲରେ ରହୁଥିଲା ଏବଂ ଶିକ୍ଷିତ ଯୁବକଙ୍କୁ ବିଦେଶରେ ଚାକିରି ଦେବାକୁ ପ୍ରତିଶ୍ରୁଟି ଦେଉଥିଲେ । ମାଳଦୀପ ଓ ବ୍ରୁନେଇ ଭଳି ଦେଶରେ ମଲ୍ଟିନ୍ୟାସନାଲ ଏବଂ ଇଣ୍ଟରନ୍ୟାସନାଲ୍ କମ୍ପାନିରେ ଚାକିରି ଦେବାକୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ । ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ମାଳଦୀପରେ ଚାକିରି ଦେବାକୁ କହି ୪୦ହଜାର ଟଙ୍କା ନେଇଥିଲେ । ପରବର୍ତ୍ତୀ ସମୟରେ ଆଉ ୪୦ହଜାର ଟଙ୍କା ଦାବି କରିଥିଲେ । ସଂପୃକ୍ତ ଯୁବକଙ୍କୁ ଅଭିଯୁକ୍ତ ଅଫର ଲେଟର ଓ ଭିସା ବି ଦେଇଥିଲେ । ଏୟାରପୋର୍ଟରେ ଭିସା ଜାଲ ବୋଲି ଜଣାପଡିଥିଲା । ତେବେ ଯୁବକ ଜଣକ ବଡ଼ ବଜାର ଥାନାରେ ଏତଲା ଦେବା ପରେ କେସ୍ ନମ୍ବର ୭୩/୨୧ରେ ମାର୍ଚ୍ଚ ୩୧ରେ ମାମଲା ରୁଜୁ ହୋଇଥିଲା । ବଡ଼ ବଜାର ଥାନା ଅଧିକାରୀ ପ୍ରଶାର ଭୂପତି ନିଜେ ଏହି ଠକେଇର ତଦନ୍ତ କରିବା ସହ ଶୁକ୍ରବାର ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ଗିରଫ କରିଥିଲେ । ତାଙ୍କୁ ଜେରା କରିବା ପରେ ବର୍ତ୍ତମାନ ସୁଦ୍ଧା ସେ ୧୯ଜଣଙ୍କ ରୁ ଚାକିରି ପାଇଁ ଟଙ୍କା ନେଇଥିବା ଅନୁସନ୍ଧାନରେ ଜଣାପଡ଼ିଛି । ପାଖାପାଖି ୮.୫ଲକ୍ଷ ଟଙ୍କା ଠକେଇ ହୋଇଥିବା ଜଣାପଡିଛି । ଗଞ୍ଜାମ ଜିଲ୍ଲାର ୩ଜଣ ଏବଂ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଆନ୍ଦ୍ରା ର ଯୁବକ ମାନେ ଏହି ଠକେଇର ଶିକାର ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ବୋଲି ଥାନା ଅଧିକାରୀ ଭୂପତି କହିଛନ୍ତି । ଏହି ଘଟଣାରେ ଅଭିଯୁକ୍ତଙ୍କୁ ବ୍ରହ୍ମପୁର ଏସଡ଼ିଜେଏମ କୋର୍ଟରେ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ହାଜତକୁ ପଠାଇ ଦୀଆଯାଇଛି । ତେବେ ସଂଜୟକୁ ଠକେଇରେ କେଉଁ ମାନେ ସହଯୋଗ କରୁଥିଲେ ସେମାନଙ୍କୁ ପୁଲିସ ଖୋଜୁଛି । ଏବଂ ସେ କେଉଁଠି ଭିସା ଛାପୁଥିଲେ ଏବଂ ଓ କେଉଁଠି ଡିଜାଇନ୍ କରୁଥିଲେ ସେସବୁ ତଦନ୍ତ କରାଯାଉଛି ବୋଲି ଥାନା ଅଧିକାରୀ ଭୂପତି କହିଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here