ବନ୍ଦ ଘରୁ ଚୋରି ଘଟଣାରେ ତିନି ଗିରଫ।ଟଙ୍କା, ସୁନା,ବାଇକ ଜବତ।

0
5

ବ୍ରହ୍ମପୁର (ମହାରାଣୀ ନ୍ୟୁଜ ): ଗଞ୍ଜାମ ଜିଲ୍ଲା ସୋରଡା ଥାନା ଅଧିବ ବରାଡି ଗ୍ରାମର ଦିଲ୍ଲୀପ କୁମାର ଦାସଙ୍କ ଘରୁ ଗତ ମାସ 24 ତାରିଖରେ ନଗଦ ଟଙ୍କା,ସୁନା ଗହଣା,ଆସବାବପତ୍ର ଚୋରି କରି ନେଇଥିଲେ ଦୁର୍ବୁତ୍ତ । 27 ତାରିଖରେ ଏନେଇ ସୋରଡ଼ା ଥାନା ରେ ଏତଲା ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା।ଚୋରି ଘଟଣାରେ ସମ୍ପୃକ୍ତ ଥିବା ତିନି ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ସୂଚନା ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ଏସପି ବି.କେ ମଲ୍ଲିକ।ଗିରଫ ଅଭିଯୁକ୍ତ ମାନେ ହେଲେ ବରାଡ଼ି ଗ୍ରାମର ଶୁଭଙ୍କର ପଣ୍ଡା,ସୋରଡ଼ାର ମାଧବ ଆଚାରି,ଛତ୍ରପୁର ଥାନା ନୀଳାଦ୍ରିପୁର ଗ୍ରାମର ରାମହରି ଆଚାରି।ସେମାନଙ୍କ ଠାରୁ 52 ଗ୍ରାମ ସୁନା, ଗୋଟିଏ ଏଲଇଡି ଟିଭି,ଦୁଇଟି ମୋବାଇଲ ଫୋନ,10,170 ଟଙ୍କା ଚୋରିରେ ବ୍ୟବହୁତ ହୋଇଥିବା ଗୋଟିଏ ଲୁହାରଡ ଓ ତାଙ୍କ ସ୍କୁଟି ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ଯେ ବରାଡ଼ି ଗ୍ରାମର ଦିଲୀପ କୁମାର ଦାସଙ୍କ ସ୍ୱାସ୍ଥ୍ୟ ଖରାପ ଥିବାରୁ ସେ କିଛିଦିନ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହୋଇ ଘରକୁ ଫେରି ଦେଖିବା ବେଳକୁ ବାରିପଟ କବାଟ ଭାଙ୍ଗି ସୁନା ଗହଣା,ନଗଦ ଟଙ୍କା, ଆସବାବପତ୍ର ଚୋରି ହୋଇଯାଇଥିଲା। ଏନେଇ ତାଙ୍କ ପୁଅ ସୋରଡା ଥାନାରେ ଏତଲା ହେବାପରେ କେସ ନମ୍ବର ୯୦/୨୧ ରେ ପୋଲିସ ମାମଲା ରୁଜୁ କରି ଘଟଣା ସ୍ଥଳରେ ସୋରଡ଼ା ପୋଲିସ ପହଞ୍ଚି ଛାନବିନ ଆରମ୍ଭ କରିଥିଲା। ଆଜି ପୁଲିସ ଏ ଘଟଣାରେ ସମ୍ପୁକ୍ତ ଥିବା 3 ଜଣଙ୍କୁ ଗିରଫ କରିଛି।

ରିପୋର୍ଟ / ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here