ତିନି ମାସରେ କୋଟିଏ ଟଙ୍କା ଜୋରିମାନା ଆଦାୟ ,ଦେଡ଼ ହଜାର ଲାଇସେନ୍ସ ରଦ୍ଦ

0
15

ବ୍ରହ୍ମପୁର,୦୫/୦୪/୨୦୨୧/(ମହାରାଣୀ ନ୍ୟୁଜ୍):ଦୁର୍ଘଟଣା ଏବଂ ଜୋରିମାନା କମେଇବା ଲକ୍ଷ ନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ସୁଦ୍ଧା ଦୁର୍ଘଟଣା ରକିବାରେ ଏବଂ ଜୋରିମାନା କମେଇବାରେ ନା ହିଁ ଧରୁନି । ପୂର୍ବରୁ ବ୍ରହ୍ମପୁର ପୋଲିସ ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯାଉଥିବା ବେଳେ
କୋରନା ର ୨ୟ ଲହରୀ ବୃଦ୍ଧି ସକାଶେ ଚଳିତ ମାସ କୋରନା ଠୁଁ ଦୁରେଇ ରହିବା ପାଇଁ ମାକ୍ସ ବ୍ୟବହାର ନିମନ୍ତେ ବିଭିନ୍ନ ଛକ ଠାରେ ସଚେତନତା ସହ ଫାଇନ୍ ଆଦାୟ କରାଯାଉଛି । ତେବେ ବ୍ରହ୍ମପୁର ଗ୍ରାଫିକ୍ ପୁଲିସ ପକ୍ଷରୁ ଚଳିତ ବର୍ଷ ୨୦୨୧ ଜାନୁଆରୀ ରୁ ମାର୍ଚ୍ଚ ମାସ ୩୧ ମଧ୍ୟରେ ବିଭିନ୍ନ ସ୍ଥାନରେ ଗାଡ଼ିଚେକିଂ କରି ଅମାନିଆ ଗାଡ଼ି ଚାଳକ ଏବଂ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୯୮ ଲକ୍ଷ ୯୯ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଜାନୁଆରୀରେ ୩୫୨୭ ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କଠାରୁ ୩୪ ଲକ୍ଷ ୨୭ ହଜାର ଟଙ୍କାର ଚାଲାଣ କଟାଯାଇଛି । ଫେବୃଆରୀରେ ୩୧୪୬ ଅମାନିଆଙ୍କ ଚାଲାଣ କଟାଯାଇ ୩୦ ଲକ୍ଷ ୩୬ ହଜାର ଜରିମାନା ଆଦାୟ କରାଯାଇଛି । ସେହିପରି ମାର୍ଚ୍ଚରେ ସର୍ବାଧୂକ ୩୫୩୭ ଅମାନିଆ ଗାଡ଼ିଚାଳକଙ୍କଠାରୁ ୩୪ ଲକ୍ଷ ୩୬ ହଜାର ଟଙ୍କା ଫାଇନ୍ ଆଦାୟ କରାଯାଇଥିବା ଟ୍ରାଫିକ୍ ଥାନା ପକ୍ଷରୁ ସୂଚନା ମିଳିଛି । ଏହି ୩ ମାସରେ ବ୍ରହ୍ମପୁର ଗ୍ରାଫିକ୍ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ମୋଟ ୧୪୨୫ ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କ ଲାଇସେନ୍ସ ରଦ୍ଦ ପାଇଁ ମଧ୍ୟ ଆରଟିଓଙ୍କୁ ସୁପାରିସ କରାଯାଇଛି । ଜାନୁଆରୀରେ ୪୬୯ , ଫେବୃଆରୀରେ ୪୬୩ ଏବଂ ମାର୍ଚ୍ଚରେ ୪୯୩ ଜଣଙ୍କ ଲାଇସେନ୍ସ ରଦ୍ଦ ପାଇଁ ଟ୍ରାଫିକ୍ ଥାନା ପକ୍ଷରୁ ସୁପାରିସ କରାଯାଇଥିବା ସୂଚନା ଦେଇଛନ୍ତି ଟ୍ରାଫିକ ଆଇଆଇସି ସୁନୀଲ କୁମାର ବେହେରା । ସେହିପରି ଏହି ୩ମାସ ମଧ୍ୟରେ ମୋଟ ୮୧ ଜଣ ମଦୁଆ ଗାଡ଼ିଚାଳକଙ୍କଠାରୁ ଜରିମାନା ଆଦାୟ କରାଯିବା ସହ ସେମାନଙ୍କ ଲାଇସେନ୍ସ ମଧ୍ୟ ରଦ୍ଦ ହୋଇଛି ।
ଅନ୍ୟ ପଟେ ଏପ୍ରିଲ୍ ମାସରେ ୧ତାରିଖ ରୁ ୪ତାରିଖ ମଧ୍ୟରେ ୧୫୮୧ଜଣ ନିୟମ ଉଲ୍ଲଙ୍ଘନକାରୀଙ୍କ ଠାରୁ ୬ଲକ୍ଷ ୭୭ହଜାର ୬୦୦ଟଙ୍କା ଫାଇନ୍ ଆଦାୟ ହୋଇଥିବା ବେଳେ ମାସ୍କ ପିନ୍ଧି ନ ଥିବା ଲୋକଙ୍କଠାରୁ ଟ୍ରାଫିକ୍ ପୋଲିସ ୨୬ହଜାର ୪୦୦ଟଙ୍କା
ଫାଇନ୍ ଆଦାୟ କରିଛି । ଏହା ସହ ଏହି ଚାରିଦିନ ମଧ୍ୟରେ ୧୦୦ ଗୋଟି ଲାଇସେନ୍ସ ରଦ୍ଦ ପାଇଁ ଆରଟିଓଙ୍କୁ ସୁପାରିସ କରାଯାଇଥିବା ସୂଚନା ଦେଇଛନ୍ତି ଟ୍ରାଫିକ ଡ଼ିଏସପି ବିମଳକାନ୍ତ ନାୟକ । ତେବେ ଏଥିରୁ ସ୍ପଷ୍ଟ ଯେ ପ୍ରତି ମାସରେ ବ୍ରହ୍ମପୁର ସହରବାସୀଙ୍କଠାରୁ ପୋଲିସ ଫାଇନ୍ ନେଲେ ମଧ୍ୟ ଲୋକେ ଅମାନିଆ ହୋଇ ଗାଡ଼ି ଚଳୁଛନ୍ତି । ୩ ମାସରେ ପ୍ରାୟ ଦେଢ଼ ହଜାର ଲୋକଙ୍କ ଲାଇସେନ୍ସ ରଦ୍ଦ ହେବା ମଧ୍ୟ ନିଶ୍ଚିତ ଭାବେ ଚିନ୍ତାଜନକ ଘଟଣା । ଏହା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ପ୍ରତିଦିନ ଦ୍ରୁତ ଗାଡ଼ିଚାଳନା ଏବଂ ଦୁର୍ଘଟଣା ଦେଖବାକୁ ମିଳୁଛି । ତେଣୁ
ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଇ ହେଲମେଣ୍ଟ ଓ ମାକ୍ସ ପରିଧାନ କରିବାକୁ ପୋଲିସ ପକ୍ଷରୁ ଅମାନିଆଙ୍କୁ ପରାମର୍ଶ ଦିଆଯାଉଛି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here