ଦାଗ ଦେଖାଇ ମହିଳା ଆଣିଲେ ପୋଲିସ ନାଁ ରେ ଅଭିଯୋଗ ।

0
9

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍): ପୋଲିସ ର ଥାନା ଭିତରେ ଥାର୍ଡ ଡିଗ୍ରୀ ! ବ୍ରହ୍ମପୁର ବଡ଼ବଜାର ଥାନା ବିରୋଧ ରେ ଅଭିଯୋଗ ଆସିଛି । ଘରୋଇ କଳହ ରୁ ଥାନାରେ ମାମଲା । ସ୍ୱାମୀ ସ୍ତ୍ରୀ କୁ ପୋଲିସ ନେଇ ମାଡ଼ ମାରିଥିବା ଅଭିଯୋଗ ଅତିରିକ୍ତ ଏସପିଙ୍କ ନିକଟରେ ହୋଇଛି। ମାଡ଼ର ଶିକାର ହୋଇଥିବା ବଡ଼ ବଜାର ଅନ୍ତର୍ଗତ ପାଣ୍ଡବ ନଗର ର ଦୁଃଖି ନାୟକ ପୋଲିସ ବିରୋଧରେ ମାଡ଼ ମାରିଥିବା ଦାଗ ଦେଖାଇ ଅଭିଯୋଗ ଆଣିଛନ୍ତି ଏବଂ ପୋଲିସ ଉଠାଇ ନେଇ ଥାନା ଭିତରେ ସ୍ୱାମୀ ସ୍ତ୍ରୀ କୁ ମାଡ଼ ମାରିଥିବା ର ଗୁରୁତର ଅଭିଯୋଗ ହୋଇଛି । ପୁରା ଘଟଣା ଏମିତି, ଅଭିଯୋଗକାରିଣୀ ଦୁଃଖୀ ନାୟକଙ୍କ ସୂଚନା ମୁତାବକ ବ୍ରହ୍ମପୁର ପାଣ୍ଡବନଗର ରେ ଦୁଃଖୀ ଏବଂ ତାଙ୍କ ସ୍ୱାମୀ କବିର ନାୟକଙ୍କ ସହ ଶାଶୁ ଶଶୁର ଏବଂ ନଣଦ ମିଶି କୌଣସି କାରଣରୁ ଝଗଡା ହେଉଥିଲା। ଏହି ପାରିବାରିକ ବିବାଦକୁ ନେଇ ଶାଶୁ ଶଶୁର ପ୍ରଥମେ ବଡ଼ ବଜାର ଥାନାରେ ପୁଅ କବିର ନାୟକ ଏବଂ ବୋହୂ ଦୁଃଖି ନାୟକ ନାମରେ ଅଭିଯୋଗ ଆଣିଥିଲେ। ପରେ ବଡ଼ବଜାର ପୋଲିସ ଦୁଃଖି ନାୟକ ଏବଂ ତାଙ୍କ ସ୍ୱାମୀଙ୍କୁ ଥାନା କୁ ଆଣିଥିଲେ। ଥାନାରେ ଏକ ଅନ୍ଧାରୁଆ କୋଠରିରେ ଦୁଃଖୀ ଏବଂ ତାଙ୍କ ସ୍ବାମୀକୁ ଦୁର୍ବ୍ୟବହାର ସହ ନିର୍ଦୁମ ମାଡ଼ ମାରିଥିବା ଦୁଃଖୀ କହିଛନ୍ତି । ପରେ ଦୁଃଖୀଙ୍କ ସ୍ୱାମୀକୁ ପୋଲିସ ଥାନା ଭିତରେ ରଖିବା ସହ ଦୁଃଖୀକୁ ଆଣି ବ୍ରହ୍ମପୁର ସ୍ଥିତ ପାଣ୍ଡବ ନଗରରେ ପୋଲିସ ଛାଡି ଚାଲିଯାଇଥିଲା। ଏମିତି କି ଦୁଃଖୀଙ୍କ ମୁହଁ, ଜଙ୍ଘରେ ମାଡ଼ ମାରିଥିବା ଚିହ୍ନ ମଧ୍ୟ ଦୁଃଖି ନିଜେ ଦେଖାଇଛନ୍ତି । ଦୀର୍ଘ ସମୟପରେ ଦୁଃଖି ରାସ୍ତା ଉପରେ ବସିଥିବା ଦେଖି ସ୍ତାନୀୟ ଲୋକେ ମଧ୍ୟ ଦୁଖୀଙ୍କ ସହ ଆଲୋଚନା କରି ପୋଲିସର କାଯ୍ୟଶୈଳୀକୁ ଦୃଢ଼ଭାବେ ନିନ୍ଦା କରିଛନ୍ତି । ତେଣୁ ଆଜି ଦୁଖୀ ଏବଂ ଦୁଃଖୀଙ୍କ ମାଆ ଆସି ବ୍ରହ୍ମପୁର ଅତିରିକ୍ତ ଏସ୍ ପିଙ୍କୁ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୁରା ଘଟଣା କଣ ହୋଇଛି । ମାଡ଼ କିଏ ମାରିଛି । ଏ ସବୁ ତଦନ୍ତ କରାଯିବ । ଯଦି ପୋଲିସ ମାଡ଼ ମାରିଥାଏ ତେବେ ଖୁବ ଶୀଘ୍ର ଆକ୍ସନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ । ତେବେ ରାଜ୍ୟ ସରକାରଙ୍କ ୫ଟି ମୋର ସରକାର ଲୋକଙ୍କୁ ସେବା ଦେବା ନିମନ୍ତେ ଗଠିତ ହୋଇଛି ନା ଲୋକଙ୍କୁ ମାଡ଼ ମାରିବା ପାଇଁ ହୋଇଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି । ଯଦି ଏହିପରି ଭାବେ ହୁଏ ତେବେ ପୋଲିସ ଉପର ଲୋକଙ୍କ ଭରଷା ତୁଟିଯିବ ବୋଲି ଲୋକେ କହିଛନ୍ତି । ତେବେ ଆଗକୁ ପୋଲିସ ଏ ଦିଗରେ କଣ କାର୍ଯ୍ୟନୁଷ୍ଠଆନ ନେଉଛି ତାକୁ ହିଁ ଅପେକ୍ଷା ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here