ଗୁରୁକୁଳ ଇଣ୍ଟରନ୍ୟାସନାଲ ସ୍କୁଲ ତରଫରୁ ଅନ୍ତର୍ଜାତୀୟ ସ୍ୱର୍ଣ୍ଣ ବିଜେତାକୁ ସମ୍ବର୍ଦ୍ଧନା

0
10

ବ୍ରହ୍ମପୁର,୦୫/୦୪/୨୧/(ମହାରାଣୀନ୍ୟୁଜ୍):
ସାଫା ଅନ୍ତର୍ଜାତୀୟ ବସ୍କିଂ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଥିବା ବ୍ରହ୍ମପୁର ଲାଞ୍ଜିପଲ୍ଲୀର ଏନ୍.ତେଜସ କୁମାରଙ୍କୁ ସମ୍ବର୍ଦ୍ଧନା । ଅଷ୍ଟମ ଶ୍ରେଣୀରେ ସେ ପଢୁଥିବା ଗୁରୁକୁଳ ଇଣ୍ଟରନ୍ୟାସନାଲ ସ୍କୁଲ ତରଫରୁ ବିଦ୍ୟାଳୟରେ ଓ ତାଙ୍କ ପିତା ବିକାଶ ପାତ୍ର , ମାତା ସ୍ୱତୀ ପାତ୍ରକୁ ସମ୍ବର୍ଦ୍ଧିତ କରାଯାଇଥିଲା । ତାଙ୍କ ସ୍କୁଲ କୋଚ୍ ପ୍ରମୋଦ ହୋତାଙ୍କୁ ମଧ୍ୟ ସମ୍ବନ୍ଧିତ କରାଯିବା ସହ ତେଜସଙ୍କୁ ଆର୍ଥିକ ପୁରସ୍କାର ଦେଇ ଉତ୍ସାହିତ କରାଯାଇ ଥିଲା । ଶିକ୍ଷାନୁଷ୍ଠାନ ସମ୍ପାଦିକା ଅନିତା କୁମାରୀ ପାଢୀ , ଅଧ୍ୟକ୍ଷା ମଧୁସ୍ମିତା ପରିଡା , ଉପାଧ୍ୟକ୍ଷା ମଧୁଛନ୍ଦା ମିଶ୍ର , ଜନସମ୍ପର୍କ ଅଧିକାରୀ ପୂଜା ବର୍ମା , ଶିକ୍ଷୟିତ୍ରୀ ଏମ୍.ପାର୍ବତୀ ଉପସ୍ଥିତ ଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ବିଦ୍ୟାଳୟର ସଂସ୍କୃତିକ ବିଭାଗ ମୁଖ୍ୟ ପଦ୍ମିନୀ ପଟ୍ଟନାୟକ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here