ଚପଲ ଫିଙ୍ଗିବା ଘଟଣାକୁ ଦୃଢ ନିନ୍ଦା କରିବା ସହ ତିନି ବିଧାୟକଙ୍କ କୁଶପୁତ୍ତଳିକାଦାହ କଲା ଛାତ୍ର ବିଜେଡି

0
8

ବ୍ରହ୍ମପୁର, ୦୬/୦୪/୨୧/(ମହାରାଣୀ ନ୍ୟୁଜ୍) :ଓଡ଼ିଶା ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିଜେପି ବିଧାୟକଙ୍କ ଚପଲ ଫିଙ୍ଗିବା ଘଟଣାକୁ ଛାତ୍ର ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟଠାରେ ସୋମବାର ଅପରାହ୍ନରେ ଛାତ୍ର ବିଜେଡି ରାଜ୍ୟ ଉପସଭାପତି ଭବାନୀକାନ୍ତ ସାହୁଙ୍କ ନେତୃତ୍ବରେ ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ ,ମୋହନ ଚରଣ ମାଝା ଓ ଜୟନାରାୟଣ ମିଶ୍ର ଚପଲ ଫିଙ୍ଗିବା ଘଟଣାକୁ ଛାତ୍ର ବିଜେଡି ଦୃଢ ନିନ୍ଦା କରିବା ସହ କୁଶପୁତ୍ତଳିକା କରିଥିଲେ । କୁଶପୁତ୍ତଳିକା ଦାହବେଳେ ଏନ୍.ଶଶୀଭୂଷଣ ରେଡ଼ି ,ଏନ୍.ଶ୍ରୀନିବାସ ରାଓ, ସତୀଶ ସାହୁ, ମିଥୁନ ନାୟକ, ଆଲୋକ ଦଳାଇ, ଅକ୍ଷୟ ପ୍ରଧାନ ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here