କାଜୁ , ଆମ୍ବ ତୋଟାରେ ନିଆଁ

0
8

ବ୍ରହ୍ମପୁର ,୦୬/୦୪/୨୧/ (ମହାରାଣୀ ନ୍ୟୁଜ ): ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟ ପରିସର ଭଞ୍ଜବିହାର ନିକଟସ୍ଥ ବାଦପୁର , ବାଲାଜୀ ନଗର ନିକଟରେ ଥିବା କାଜୁ , ଆମ୍ବ ଓ ନୀଳଗିରି ତୋଟାରେ ରବିବାରେ ଆକସ୍ମିକ ଭାବେ ନିଆଁ ଲାଗି ଯାଇଥିଲା । ଦିନ ଦୁଇପହରେ ହଠାତ୍ ଅତ୍ୟଧିକ ଗରମ ପବନ ଅନୁଭବ କରିବା ସାଙ୍ଗକୁ ପୋଡ଼ା ଗନ୍ଧ ହେବାରୁ ତୋଟାରେ ନିଆଁ ଲାଗି ଥିବା ଜାଣି ପାରିଲେ ସ୍ଥାନୀୟ ଲୋକେ । ସ୍ଥାନୀୟ ଲୋକେ ପାଣି ପକାଇ ନିଆଁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ହେଁ ସମ୍ଭବ ନହେବାରୁ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରିଥିଲେ । ବ୍ରହ୍ମପୁର ଅଗ୍ନିଶମ ବାହିନୀ ପକ୍ଷରୁ ମୁଖ୍ୟ ଆଗ୍ନିକ ସୁରେଶ କୁମାର ମିଶ୍ର , ରଘୁନାଥ ସେଠି ,ରାଜାକାନ୍ତ ପାତ୍ର ,ସୁମନ୍ତ କୁମାର ଶ୍ରୀଚନ୍ଦନ,ରାଜେଶ ମଲ୍ଲିକ ସଦଳବଳେ ପହଞ୍ଚି ନିଆଁକୁ ପ୍ରାୟ ୨ ଘଣ୍ଟା ପରିଶ୍ରମ କରି ଆୟତ୍ତ କରିଥିଲେ । ନିଆଁ ଲାଗିବା ଫଳରେ ବହୁ ସାଗୁଆଣି ଗଛ , ଆକାଶିଆ ଗଛ, ଆମ୍ବ ଗଛ ,କାଜୁ ଗଛ ଆଜି ନଷ୍ଟ ହୋଇଥିବା ଜଣାପଡିଛି ।
ତେବେ ନିଆଁ କିପରି ଲାଗିଛି ତାହା ସ୍ପଷ୍ଟ ହୋଇନି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here