ସିମେଣ୍ଟ ଚୋରି ମାମଲାରେ ୨ ଗିରଫ

0
11

ବ୍ରହ୍ମପୁର ,୦୬/୦୪/୨୧/ (ମହାରାଣୀ ନ୍ୟୁଜ ): ସିମେଣ୍ଟ ଚୋରି ଅଭିଯୋଗରେ ଗୋପାଳପୁର ପୋଲିସ ସାନକୁଶସ୍ଥଳୀ ଗ୍ରାମରେ ଦୁଇ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ଗୁଡ଼ସ୍ସେଡ୍ ରୋଡ଼ର ଏମ୍ . କୁମାର ସ୍ବାମୀ ଓ ଗୌରୀ ଚୌଧୁରୀ । ପୁଲିସ ସେମାନଙ୍କ ଠାରୁ ସିମେଣ୍ଟ ଚୋରିରେ ବ୍ୟବହାର ହୋଇଥିବା ଏକ ଟାଟା ଏସି ଗାଡ଼ିକୁ ମଧ୍ୟ ଜବତ କରିଛି । ସୂଚନାଯୋଗ୍ୟ କି ସାନକୁଶସ୍ଥଳୀ ଗ୍ରାମରେ ରାସ୍ତାକାମ ପାଇଁ ଠିକାଦାର କେ.ଲିଙ୍ଗରାଜ ରେଡ଼ି ଏକ ଘରେ ସିମେଣ୍ଟ ରଖିଥିଲେ । ଗତ ୧ ତାରିଖ ରାତିରେ ଉକ୍ତ ଘର କବାଟ ଭାଙ୍ଗି ଦୁର୍ବୃତ୍ତମାନେ ୪ବସ୍ତା ସିମେଣ୍ଟ ଚୋରି କରିଥିଲେ । ଠିକାଦାର ଜଣକ ଏଥିନେଇ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ ।ଏହି ମାମଲାରେ ପୁଲିସ କେସ ନମ୍ବର ୫୮/ ୨୧ରେ ମାମଲା ରୁଜୁ କରି ଉଭୟଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here