ଚାକିରୀ ରେ ନିଯୁକ୍ତି ପାଇଁ ଜାଲି ସାର୍ଟିଫିକେଟ୍ ,୭ଗିରଫ

0
13

ବ୍ରହ୍ମପୁର,୦୬/୦୪/୨୧/(ମହାରାଣୀ ନ୍ୟୁଜ୍):ବୟସ ବୃଦ୍ଧି ହେଉଛି କିନ୍ତୁ ନିଯୁକ୍ତି ପାଉନାହାନ୍ତି । ତେଣୁ ଜଣେ ବ୍ୟକ୍ତି ନିଯୁକ୍ତି ପାଇବା ପାଇଁ ଜାଲି ସାର୍ଟିଫିକେଟ୍ କୁ ଆପଣାଇଥାଏ । ଏହା ନୁଆଁ କଥା ନୁହେଁ ପୂର୍ବରୁ ବହୁ ବାର ଏହି ପରି ଘଟଣା ଘଟିଛି ଗଞ୍ଜାମ ସମେତ ବିଭିନ୍ନ ଜିଲ୍ଲାରେ । ତେବେ ଗୋପାଳପୁର ଅନ୍ତର୍ଗତ ରଙ୍ଗେଇଲୁଣ୍ଡା ବ୍ଲକ୍ ସ୍ଥିତ ଏୟାର ଷ୍ଟ୍ରିଫିପ୍ ଠାରେ ଚାଲିଥିବା ଆର୍ମି ସେନା ନିଯୁକ୍ତି ରାଲିରେ ସୋମବାର ଦିନ ୭ ଜଣ ଚାକିରି ଆଶାୟୀ ପାର୍ଥି ବିଭିନ୍ନ ରାଲି ସମୟରେ ଦୁଇଟି ପୃଥକ ମାଟ୍ରିକ ସାର୍ଟିଫିକେଟ ପ୍ରଦାନ କରି ଆସୁଥିବା ବେଳେ ବ୍ରହ୍ମପୁର ପୋଲିସ ଦ୍ବାରା ଗିରଫ ହୋଇଛନ୍ତି । ସେମାନେ ହେଲେ ଚମାଖଣ୍ଡି ଥାନା ନରେନ୍ଦ୍ରପୁର ଗ୍ରାମର ବି.ବିମରାଜୁ ରେଡ଼ି(୨୩) , ବସନ୍ତପୁଟି ଗ୍ରାମର ଆର . ଲକ୍ଷ୍ମୀନାରାୟଣ ରେଡ଼ି (୨୦),ଛତ୍ରପୁର ହୁମୁରୀ ଗ୍ରାମର କାହ୍ନୁଚରଣ ସାହୁ (୨୭) , ଗୋଳାବନ୍ଧର ସୁରକଳା କଲ୍ୟାଣ କୁମାର (୨୦),ଗୋପାଳପୁର ହାତିପାଡୁ ଗ୍ରାମର ରଙ୍ଗଲ ପ୍ରକାଶ (୨୫) ,ବିକ୍ରମପୁର ଗ୍ରାମର ଏସ୍ .ଧର୍ମରାଜୁ ( ୨୫ ) , ଆର୍ .ରଘୁନାଥ ରେଡ଼ି (୨୫) । ସୂଚନା ରୁ ପ୍ରକାଶ ଥାଉ କି ଏହି ୭ଜଣ ବର୍ତ୍ତମାନ ଚାଲିଥିବା ସେନା ନିଯୁକ୍ତି ଆର୍ମି ରାଲିରେ ଚାକିରି ଆଶାରେ ଆସି ସେମାନଙ୍କ ମାଟ୍ରିକ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଏମାନେ ବିଭିନ୍ନ ସମୟରେ ଦୁଇଟି ଭିନ୍ନ ବୋର୍ଡରୁ କରିଥିବା ମାଟ୍ରିକ ସାର୍ଟିଫିକେଟ୍ ପ୍ରଦାନ କରିଥିବାବେଳେ ଆର୍ମି କର୍ତ୍ତୃପକ୍ଷଙ୍କ ମନରେ ସନ୍ଦେହ ଉପୁଜିବା ଯୋଗୁଁ ଏ.ଆର୍.ଓ ଗୋପାଳପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଥାନା କେସ୍ ନଂ ୬୦ / ୨୧ରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା । ଅନୁସନ୍ଧାନ ବେଳେ ପୋଲିସ‌ ଜାଣିବାକୁ ପାଇଥିଲା ଯେ ଏହି ୭ ଜଣ ପୂର୍ବରୁ ମଧ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ କଟକ ବୋର୍ଡର ଦଶମ ସାର୍ଟିଫିକେଟ୍ ଦେଇ ଆର୍ମି ରାଲିରେ ଚାକିରି ପାଇଁ ଆବେଦନ କରିଥିଲେ । କିନ୍ତୁ ବର୍ତ୍ତମାନ ବୟସ ଅତିକ୍ରାନ୍ତ ହୋଇଯାଇଥିବାରୁ ପୁଣିଥରେ କେନ୍ଦ୍ରସରକାରଙ୍କ ଦ୍ବାରା ପରିଚାଳିତ ମାନବ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଓପେନ୍ ସ୍କୁଲିଂ ରୁ ଦ୍ବିତୀୟ ଥର ମାର୍ଟିକ ସାର୍ଟିଫିକେଟ୍ ଲାଭ କରିଥିଲେ । କାରଣ ଆର୍ମିରେ ବୟସ ସୀମା ଅଧିକ ହେଲେ ଚାକିରି ପାଇଁ ଆବେଦନ କରିପାରିବ ନାହିଁ । ତେବେ ଭିନ୍ନ ବୟସର ତାରତମ୍ୟ ଅର୍ଥାତ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ, ଓଡ଼ିଶା ସାର୍ଟିଫିକେଟ୍ ତୁଳନାରେ କମ୍ ବୟସ । ସମାନ ପ୍ରାର୍ଥୀଙ୍କ ଭିନ୍ନ ଜନ୍ମ ତାରିଖ ସହିତ ଦୁଇଟି ଭିନ୍ନ ପ୍ରମାଣପତ୍ର ଥିବାରୁ ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲଣ କରାଯାଇଥିବା କହିଛନ୍ତି ଅତିରିକ୍ତ ପ୍ରଭାତ ରାଉତରାୟ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here