0
7

╔══════════════════════╗
┈┉╣☞ ସକାଳର ଖବର ☜ ╠┉┈
ତାରିଖ : ୦୬/୦୪/୨୦୨୧,ମଙ୍ଗଳବାର
╚══════════════════════╝
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ଗ୍ରୀଷ୍ମପ୍ରବାହକକୁ ଦୃଷ୍ଟିରେ ରଖି କରୋନା ଟିକାକରଣ ସମୟ ପରିବର୍ତ୍ତନ, ଏଣିକି ସକାଳ ୮ରୁ ଦିନ ୧୨ଟା ଏବଂ ଅପରାହ୍ଣ ୩ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କରୋନା ଟିକାକରଣ କରାଯିବ।

➡️୨-ତାଳଚେରରେ ଖୁବ୍‌ ଶୀଘ୍ର ନୂଆ ତାପଜ ୟୁନିଟ୍, ପୁଞ୍ଜି ନିବେଶ ହେବ ୭୭୦୦ କୋଟି ଟଙ୍କା।

➡️୩-ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଧ୍ୟା ୭ଟାରେ ଭିଡିଓ କନଫରେନ୍ସିଂ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିବେ।ସମିଲହେବେ ବିଶ୍ୱର କୋଣଅନୁକୋଣରୁ ଛାତ୍ରଛାତ୍ରୀ ।

➡️୪-ଚଣ୍ଡିଖୋଲରେ ହେବ ଦେଶର ବୃହତ ପେଟ୍ରୋଲିୟମ୍ ରିଜର୍ଭ, ରାଜ୍ୟରେ ନିବେଶ ହେବ ୨.୧୩ ଲକ୍ଷ କୋଟି । କେନ୍ଦ୍ର ପେଟ୍ରୋଲିୟମ୍ ସଚିବ ତରୁଣ କାପୁରଙ୍କ ସୂଚନା ।

➡️୫-ଆସନ୍ତା ୧୯ ତାରିଖ ଦିନ ସୁପ୍ରିମକୋର୍ଟରେ ବହୁଚର୍ଚ୍ଚିତ ପରୀ ମାମଲାର ଶୁଣାଣି ହେବ। ଏ ନେଇ ଆଜି ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରାର ରାଜେଶ କୁମାର ଗୋଏଲଙ୍କ କୋର୍ଟରେ ତାରିଖ ଧାର୍ଯ୍ୟ ।

➡️୬-ଆସନ୍ତା ୮ରେ ପିଏମ-ସିଏମ ଆଲୋଚନା,ହୋଇପାରେ ଟିକାକରଣ ଉପରେ ଆଲୋଚନା ।

➡️୭-ଗତକାଲି ପ୍ରାୟ ରାତି ୮ଟା ରେ ଭୂମିକମ୍ପରେ ଥରିଲା ସିକିମ, ଆସାମ, ପଶ୍ଚିମବଙ୍ଗର କିଛି ଅଂଶ ଏବଂ ବିହାର ରେ । ରିକ୍ଟର ସ୍କେଲରେ ତିବ୍ରତା ୫.୪ ଡିଗ୍ରୀ ରେକର୍ଡ ।

➡️୮-ୱେଷ୍ଟବେଙ୍ଗଲ ଇଲେକ୍ସନ : ଆଜି ତୃତୀୟ ପର୍ଯ୍ୟାୟ ମତଦାନ । ପଶ୍ଚିମବଙ୍ଗର ୩୧ଟି ଆସନରେ ଧାରା ୧୪୪ ଜାରି କଲେ ନିର୍ବାଚନ କମିଶନ ।

➡️୯-ଏଫିଲ ଟାଓ୍ବରଠୁ ବଡ଼ ରେଲଓ୍ବେ ବ୍ରିଜର ମୁଖ୍ୟ ନିର୍ମାଣ କାର୍ଯ୍ୟ ଶେଷ, ଜମ୍ମୁ-କଶ୍ମୀରର ଚେନାବ ନଦୀ ଠାରୁ ୩୫୯ ମିଟର ଉଚ୍ଚରେ ରେଲ୍‌ଓ୍ବେ ବ୍ରିଜ ମଝିରେ ଥିବା ଗଳା ବାଟ (ଆର୍କ)ର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।

➡️୧୦-ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଋଷର ରାଷ୍ଟ୍ରପତି ପଦରେ ରହିବେ ଭ୍ଲାଦିମିର ପୁଟିନ ? ସମ୍ବିଧାନରେ ହେଲା ବଡ ଧରଣର ପରିବର୍ତ୍ତନ ।

➡️୧୧-କରୋନା ସଂକ୍ରମଣ ଭୟ: ଶିରିଡି ସାଇ ବାବା ଏବଂ ସିଦ୍ଧିବିନାୟକ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ।

➡️୧୨-ପୁଣି ଚର୍ଚ୍ଚାରେ ରାଫେଲ ଚୁକ୍ତି । ଲଢୁଆ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଭାରତର ଜଣେ ମଧ୍ୟସ୍ଥିଙ୍କୁ ସାଢେ ୮କୋଟି ଟଙ୍କା ଲାଂଚ ଦେଇଥିବା ଅଭିଯୋଗ, ଫ୍ରାନ୍ସ ପବ୍ଲିକେଶନରେ ପ୍ରକାଶ ପାଇଲା ରିପୋର୍ଟ ।

➡️୧୩-ଆଇପିଏଲ୍-୨୦୨୧: ସବୁ ଟିମକୁ ରାତିରେ ପ୍ରାକ୍ଟିସ୍ କରିବାକୁ ଅନୁମତି ।

➡️୧୪-ଆଇପିଏଲ୍ ପାଇଁ ଅନ୍ତର୍ଜାତୀୟ ସିରିଜ୍ ଛାଡି ଭାରତ ଆସୁଛନ୍ତି ୫ ଖେଳାଳି, ଖୁସିରେ ଫ୍ରାଞ୍ଚାଇଜ୍ ।

➡️୧୫-ମୁମ୍ବାଇରେ ଦର୍ଶକବିହୀନ ମ୍ୟାଚ୍‌କୁ ଅନୁମତି: ପଡିକଲ୍‌ ଖେଳିନପାରନ୍ତି ପ୍ରଥମ ମ୍ୟାଚ୍‌, ମୁମ୍ବାଇ ଅଭିମୁଖେ ରବାଦା, ନର୍ଖିୟା ।

➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

ଶୁଭ ସକାଳ,ସୁପ୍ରଭାତ

LEAVE A REPLY

Please enter your comment!
Please enter your name here