ଦକ୍ଷିଣ ଓଡିଶା ର ତଥା ଗଞ୍ଜାମ ଜିଲ୍ଲା ଅଧିଷ୍ଠାତ୍ରୀ ମା’ ତାରାତାରିଣିଙ୍କ ଚୈତ୍ର ଯାତ୍ରା ର ଆଜି ୨ୟ ମଙ୍ଗଳବାର ।

0
4

ବ୍ରହ୍ମପୁର,୦୬/୦୪/୨୧/(ମହାରାଣୀ ନ୍ୟୁଜ୍):ଆଜି ମା ତାରା ତାରିଣୀ ଗଜଲକ୍ଷ୍ମୀ ବେଶରେ ସଜ୍ଜିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି । ଯାତ୍ରା ର ପ୍ରଥମ ମଙ୍ଗଳବାରରେ ମୁଣ୍ଡନ କାର୍ଯ୍ୟ ହୋଇଥିଲା କିନ୍ତୁ କୋରନା ର ପ୍ରକୋପ ବୃଦ୍ଧି ଦୃଷ୍ଟିରୁ ଆଜି ମୁଣ୍ଡନ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ବାରଣ କରିଛି ଜିଲ୍ଲା ପ୍ରଶାସନ । ଭୋର ୪ଟା ରେ ମନ୍ଦିର ଖୋଲି ମାଆଙ୍କ ସ୍ୱତନ୍ତ୍ର ନୀତି ପରେ ଦର୍ଶନ ଆରମ୍ଭ ହୋଇଥିବା ବେଳେ, ଭକ୍ତମାନେ ବ୍ୟାରିକେଡ଼ରେ ଯାଇ ମାକ୍ସ ପରିଧାନ କରି ଦର୍ଶନ କରୁଥିବା ଦେଖିବାକୁ ମିଳିଛି । ଚଳିତ ବର୍ଷ ଚୈତ୍ର ମାସରେ ୫ଟି ମଙ୍ଗଳବାର ରହିଥିବା ବେଳେ ଶେଷ ମଙ୍ଗଳବାର ୨୭ ତାରିଖରେ ମା ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଶେଷ ହେବ । ସୁରକ୍ଷା ଦୃଷ୍ଟିରୁ ତାରାତାରିଣୀ ମନ୍ଦିର ହିଲ୍ ଟପ ଓ ତଳ ସିଂହଦ୍ବାର ନିକଟରେ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ହୋଇଛି । ଉକ୍ତ କଣ୍ଟ୍ରୋଲ ରୁମରେ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା ହୋଇଥିବା ବେଳେ ପାନୀୟ ଜଳ,ସ୍ବାସ୍ଥ୍ୟ, ବିଜୁଳି ଓ ପୁଲିସ ଆଦି ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି ଯାତ୍ରା ପରିଚାଳନା ର ତଦାରଖ କରୁଛନ୍ତି ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here