ପୁଲିସର ମନମୁଖୀ କାର୍ଯ୍ୟକୁ ବିରୋଧ କରି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ଦ୍ୱାରସ୍ଥ ହୋଇଛି ଦମ୍ପତ୍ତି

0
10

ବ୍ରହ୍ମପୁର,୦୬/୯୪/୨୧/(ମହାରାଣୀ ନ୍ୟୁଜ୍):ଜିଲ୍ଲାରେ ଜନସାଧାରଣ ଙ୍କୁ ମିଲୁନି ନ୍ୟାୟ, ଥାନା ରେ ଅଭିଯୋଗ କରିବା ପାଇଁ ଗଲେ ମିଳୁଛି ନିର୍ଯ୍ୟତନା, ଉପରିସ୍ଥ ଅଧିକାରୀ ଙ୍କୁ ଗୁହାରି କଲେ ରୁଜ୍ଜୁ ହେଉଛି ମିଥ୍ୟା ମକଦ୍ଦମା । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ପିତ୍ତଳ ଗ୍ରାମ ର ବ୍ୟବସାୟୀ ବାବୁଲା ନାୟକ ଙ୍କ ଜୀବନରେ ପୁଲିସର ଏଭଳି ମନମୁଖୀ କାର୍ଯ୍ୟକୁ ବିରୋଧ କରି ଗତକାଲି ଦମ୍ପତ୍ତି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ନିକଟରେ ଫେରାଦ୍‌ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ହିଂଜିଳିକାଟୁ ଥାନା ଅନ୍ତର୍ଗତ ପିତଳ ଗ୍ରାମର ବାବୁଲା ନାୟକ କରଡ଼ାକଣା ଗ୍ରାମରେ ଘରଭଡ଼ା ନେଇ ଆଲୁମିନିୟମ ଓ କଂସା ସାମଗ୍ରୀ ବେପାର କରିଥାନ୍ତି। ଜଣେ ହୋଲ୍‌ସେଲ୍‌ ବ୍ୟବସାୟୀ ଜଣକ ପ୍ରତିଶୋଧ ପରାୟଣ ହୋଇ ଟଙ୍କା ବାକି ଥିବା ନେଇ ହିଂଜିଳିକାଟୁ ଥାନାରେ ମିଥ୍ୟା ମାମଲା ରୁଜୁ କରିଥିଲେ ବୋଲି ବାବୁଲା କହିଛନ୍ତି। ନିର୍ଦ୍ଧିଷ୍ଟ ବ୍ୟକ୍ତିଙ୍କ କଥାରେ ପଡ଼ି ବିନା କାରଣରେ ପୁଲିସ ତାଙ୍କ ନାମରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ବୋଲି ଉଭୟେ ଅଭିଯୋଗ କରିଛନ୍ତି। ଏଭଳି ମିଥ୍ୟା ଅଭିଯୋଗରେ ବିଶ୍ବାସ କରି ସେପ୍ଟେମ୍ବର ୨୫ତାରିଖ ରାତିରେ ହିଂଜିଳିକାଟୁ ପୁଲିସ ତାଙ୍କୁ ଥାନାକୁ ନେଇଥିଲା।ରାତି ସାରା ଥାନାରେ ରଖି ନିର୍ଯ୍ୟାତନା ଦେଇ ଆରଦିନ ସକାଳେ ଛାଡ଼ିଥିଲା ବୋଲି ଅଭିଯୋଗ କରିଛନ୍ତି ଉଭୟ ଦମ୍ପତି l ଘଟଣାର ତଦନ୍ତ କରି ନ୍ୟାୟ ପ୍ରଦାନ କରିବା ସହିତ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦମ୍ପତି ଡିଆଇଜି ଙ୍କୁ ଅନୁରୋଧ କରିଛନ୍ତି। ତେବେ ଅଭିଯୋଗ ଟି ଅତ୍ୟନ୍ତ ସାଂଘାତିକ ଘଟଣା ର ତଦନ୍ତ ଭାର ଏସଡିପିଓ ଙ୍କୁ ଦିଆଯାଇଛି l ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସାଉଥେନ୍ ଡିଆଇଜି ସତ୍ୟବ୍ରତ ଭୋଇ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here