ଗଞ୍ଜେଇ ବ୍ୟାଗ ଛାଡି ମାଫିଆ ଚମ୍ପଟ…

0
8

ବ୍ରହ୍ମପୁର,୦୬/୦୪/୨୧/(ମହାରାଣୀ ନ୍ୟୁଜ୍):ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ନିକଟରେ ଏକ ଗଞ୍ଜେଇ ବୋଝେଇ ବ୍ୟାଗକୁ କୌଣସି ଗଂଜେଇ ବେପାରୀ ଧରାପଡ଼ିଯିବାର ଭୟରେ ରାସ୍ତକଡରେ ଛାଡି ଚମ୍ପଟ ମାରିଛି ! ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ଖବର ପାଇ ବ୍ରହ୍ମପୁର ଅବକାରୀ ବିଭାଗ ଅଧିକାରୀଙ୍କ ସମେତ ସବିନ୍ସପକ୍ଟର ଶ୍ରୀଧର ମହାନ୍ତି ପହଂଚି ଚାରୋଟି ବ୍ୟାଗରେ ଥିବା ଗଂଜେଇ ପ୍ୟାକଟ ଜବତ କରିଛି ! ଖବର ପାଇ ଗୋଳନ୍ଥରା ଥାନାଧିକାରୀ ବାବୁଲି ନାୟକଙ୍କ ସମେତ କନିଷି ତହସିଲଦାର ତାପସ କୁମାର ରାଉତ ଆସିବା ପରେ ଜବତ ଗଂଜେଇ ଓଜନ କରାଯାଇଥିଲା ! ୨୯ପକେଟ ଗଂଜେଇ ଜବତ କରାଯାଇଥିଲା ! ପ୍ରତେକ ଗଂଜେଇ ପକେଟ ୨ କେଜି ବୋଲି ଜଣାପଡିଛି ! ପାଖାପାଖି ୫୮କେଜି ଗଂଜେଇ ଜବତ ହେଇଥିବାର ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି ! ଏଥିରେ ଗୋଳନ୍ଥରା ଥାନା ଆଧିକାରୀଙ୍କ ସହ ବ୍ରହ୍ମପୁର ଅବକାରୀ ବିଭାଗର ମିଳତ ଉଦ୍ୟମରେ ଏହାକୁ ଜବତ କରା ଯାଇଥିଲା !


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here