ଭାରତୀୟ ଜନତା ପାର୍ଟି ର ୪୧ତମ ପ୍ରତିଷ୍ଠା ଦିବସ

0
12

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍):ଭାରତୀୟ ଜନତା ପାର୍ଟି ୪୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ
ଗଞ୍ଜାମ ଜିଲ୍ଲା ବିଜେପି ସଭାପତି ବିଭୂତି ଭୁଷଣ ଜେନା ଙ୍କ ନେତୃତ୍ବରେ ପ୍ରତିଷ୍ଠା ଦିବସ ଷ୍ଟେସନ ରୋଡ ସ୍ଥିତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ରେ ପାର୍ଟି ପତକା ଉତ୍ତୋଳନ କରି ପାଳିତ
ହୋଇଛି । ରାଷ୍ଟ୍ରବାଦ ଚିନ୍ତାଧାରା ରେ ୧୯୫୧ ମସିହା ରେ ଗଠନ ହୋଇଥିବା ଭାରତୀୟ ଜନସଂଘ, ପରେ ଭାରତୀୟ ଜନତା ପାର୍ଟି ୧୯୮୦ ମସିହା ଅପ୍ରେଲ ୬ ତାରିଖ ଦିନ ଭାରତ ବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ କ ସଭାପତିତ୍ବରେ ପ୍ରତିଷ୍ଠା ହୋଇଥିଲା ବୋଲି ଆୟୋଜିତ ସଭାରେ ଜିଲ୍ଲା ସଭାପତି କହିଥିଲେ l ଛତିଶଗଡ ସୁକମା ଠାରେ ନକ୍ସଲ ଆକ୍ରମଣରେ ସହିଦ ଯବାନ ମାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା ଦଳ ପକ୍ଷରୁ
କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ଉପସଭାପତି ମନୋଜ ପଟ୍ଟନାୟକ, ରାମ ପାତ୍ର , ନିରଞ୍ଜନ
ପାଣିଗ୍ରାହୀ , ନମିତା ରାଣି ପଣ୍ଡା , ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡଙ୍ଗୀ, ସୁନିଲ ସାହୁ , ଶିବ ପ୍ରସାଦ ପାତ୍ର ,
ଗଙ୍ଗାଧର ଶତପଥୀ , ଜିଲ୍ଲା ସମ୍ପାଦକ ପ୍ରଦୀପ ଶତପଥୀ , ବାଳକୃଷ୍ଣ ସାମନ୍ତରାୟ , ଶୁସିଳା ମଲ୍ଲିକ ,ବରିଷ୍ଠ ନେତା ଗୋପିନାଥ ପଣ୍ଡା , ପ୍ରବୀର ପାତ୍ର , ସୁର୍ଯ୍ୟନାରାୟଣ ଦାସ , ମଧୁସୁଦନ ସାହୁ , ଶରତ ସାହୁ , କାମନା ପାଢି ,ମଦନ ପାତ୍ର, ଭୁବନେଶ୍ଵର ମିଶ୍ର , ରାଜୀବ ମିଶ୍ର , ଏସ୍.ରାଜା ରାଓ ,ବିନାୟକ ରଥ ,ଭାବଗ୍ରାହୀ ନିଳକଣ୍ଠ ସାହୁ ,ସୁର୍ଯ୍ୟ ନାହାକ ,ଗୌରି ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here