ମୁଖ୍ୟ ଖବର :-

0
6

╔══════════════════════╗
┈┉╣☞ ସକାଳର ଖବର ☜ ╠┉┈
ତାରିଖ : ୦୮/୦୪/୨୦୨୧,ଗୁରୁବାର
╚══════════════════════╝
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•

➡️୧-ରାଜ୍ୟ ସରକାରଙ୍କ ବଡ ନିଷ୍ପତି : କରୋନା ସଂକ୍ରମଣ ଦିନକୁ ଦିନ ବଢ଼ୁ ଥିବାରୁ ସରକାର ନବମ ଓ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲରେ ପାଠପଢ଼ା ବନ୍ଦ କରିବାକୁ ନିଷ୍ପତ୍ତି।

➡️୨-କରୋନା ମୁକାବିଲା ପାଇଁ ସରକାରଙ୍କ ଜୋରଦାର ହେଲା ପ୍ରସ୍ତୁତି । କୋଭିଡ୍ କେୟାର ସେଂଟରରେ ଆନୁସଙ୍ଗିକ ସୁବିଧା ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର ।

➡️୩-ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା: କହିଲେ ଜୀବନକୁ ସଠିକ୍‌ ବାଟରେ ନେବା ପାଇଁ ପରୀକ୍ଷା ହେଉଛି ଏକ ଉପଯୁକ୍ତ ସୁଯୋଗ ।

➡️୪-‌ସଂକ୍ରମିତ ଜିଲ୍ଲାରେ ସରକାରୀ ଅଫିସକୁ ସାଧାରଣ ଲୋକଙ୍କୁ ମନା । ସାମ୍ନାସାମ୍ନିି ବୈଠକ ଉପରେ କଟକଣା । ବିଏମସି ଓ ବିଡିଏ କାର୍ଯ୍ୟାଳୟ ଯାଇପାରିବେନି ଲୋକେ ।

➡️୫-ଏପ୍ରିଲ୧୧ରୁ କାର୍ଯ୍ୟସ୍ଥଳରେ ଦିଆଯିବ କରୋନା ଟିକା, ପ୍ରସ୍ତୁତି ଲାଗି ରାଜ୍ୟମାନଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ।

➡️୬-ପିପିଲି ଉପନିର୍ବାଚନ: ଭର୍ଚୁଆଲ୍‌ ପ୍ଲାଟ୍‌ଫର୍ମରେ ଆସନ୍ତା ୧୩ ତାରିଖରେ ପ୍ରଚାର କରିବେ ନବୀନ ।

➡️୭-ଏଣିକି ମୁମ୍ବାଇ ପରିବହନ ସେବାରେ ସାମିଲ ହେବ Water taxi, ଡିସେମ୍ବର ସୁଦ୍ଧା ୪ଟି ରୁଟରେ ମିଳିବ ଏହି ସେବା ।

➡️୮-ଲଗାତାର ଦୁଇ ଦିନ ରାଜଧାନୀରେ ଆକ୍ରାନ୍ତ ଶହେ ପାର୍, ଅମାନିଆଙ୍କୁ ଧରପଗଡ଼ ଜୋରଦାର ।

➡️୯-ରାଜଧାନୀରେ ବେଧଡ଼କ ଗଞ୍ଜେଇ କାରବାର: ୧୨୦ କେଜି ଗଞ୍ଜେଇ ଜବତ, ୩ ମହିଳାଙ୍କ ସମେତ ୫ ଅଟକ ।

➡️୧୦-ଆମେରିକାର ସ୍ୱତନ୍ତ୍ର ଜଳବାୟୁ ରାଷ୍ଟ୍ର ପ୍ରତିନିଧି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ମଧ୍ୟରେ ଆଲୋଚନା । କେନ୍ଦ୍ରମନ୍ତ୍ରୀ କହିଲେ, ସ୍ୱଚ୍ଛ ଓ ସବୁଜ ଉର୍ଜା ଆପଣାଇବା ଦିଗରେ ଉଭୟ ଦେଶ ସହଯୋଗୀ ହେବେ ।

➡️୧୧-ମହାରାଷ୍ଟ୍ରରେ ମହାମାରୀ ତାଣ୍ଡବ, ଗତ ୨୪ ଘଣ୍ଟାରେ ୬୦ ହଜାର କରୋନା ସଂକ୍ରମିତ ଚିହ୍ନଟ, ୩୨୨ ମୃତ ।

➡️୧୨-‘କୋଟିଆ ଗ୍ରାମପୁଞ୍ଜରେ ୧୪୪ ଧାରା ଜାରି । ପ୍ରତି ଗାଁ ଦାୟିତ୍ୱରେ ଜଣେ ଲେଖାଏଁ ମାଜିଷ୍ଟ୍ରେଟ୍ ।

➡️୧୩-ରବି ଧାନ ସଂଗ୍ରହ ନେଇ ଚାଷୀଙ୍କ ନାମ ପଂଜୀକରଣ ସମୟ ସୀମା ବୃଦ୍ଧି । ଏପ୍ରିଲ ୭ରୁ ଏପ୍ରିଲ ୧୦କୁ ବଢିଲା ସମୟ ସୀମା ।

➡️୧୪-ଫେସବୁକରେ ସାଇବର ଅପରାଧୀଙ୍କ ବ୍ଲାକମେଲର ଶିକାର ହୋଇ ଆଇଏଏସ୍ ପ୍ରସ୍ତୁତି କରୁଥିବା ଛାତ୍ର କଲେ ଆତ୍ମହତ୍ୟା ।

➡️୧୫-ଆମେରିକାକୁ ପଛରେ ପକାଇ ବିଶ୍ୱର ଦ୍ରୁତତମ ଟିକା ପ୍ରଦାନକାରୀ ରାଷ୍ଟ୍ର ହେଲା ଭାରତ ।

➡️୧୬-ପାକିସ୍ତାନୀ ପ୍ରଶଂସକ ପାଳନ କଲେ ବାବର ଆଜମଙ୍କ ଏକ ନମ୍ବର ବ୍ୟାଟସମ୍ୟାନ ହେବାର ଉତ୍ସବ, ପଛରେ ରହିଲେ ବିରାଟ କୋହଲି

➡️୧୭- ଏଣିକି ଡିଜିଟାଲ ଓ୍ବାଲେଟରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିହେବ, ରିଜର୍ଭ ବ୍ୟାଙ୍କର ଘୋଷଣା।

➡️୧୮-ଆଉ ୧ ଦିନ ପରେ: ଟ୍ରଫି ସ୍ବପ୍ନ ସାକାର ସୁଯୋଗ, ମାକ୍ସୱେଲ୍‌ଙ୍କୁ କିଣି ଆର୍‌ସିବି ଉତ୍ସାହିତ ।

➡️ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

ଶୁଭ ସକାଳ,ସୁପ୍ରଭାତ

LEAVE A REPLY

Please enter your comment!
Please enter your name here