ସିଟି କଲେଜ ଉଭିଦ ବିଜ୍ଞାନ ବିଭାଗର ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ

0
17

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍) :ବ୍ରହ୍ମପୁର ସିଟି କଲେଜର ଉଭିଦ ବିଜ୍ଞାନ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଉଭିଦର ଜଳ ଶୋଷଣ ପ୍ରକ୍ରିୟା ସଂପର୍କରେ ଦିବ୍ୟାୟାଦବ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ । ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁଜ୍ଞାନୀ ଦାଶଙ୍କ ଦ୍ବାରା ପରିଚାଳିତ ଆଲୋଚନା ଚକ୍ରକୁ ଅଧ୍ୟକ୍ଷ ଡ.ଦିଲୀପ କୁମାର ପାତ୍ର ଉଦ୍‌ଘାଟିତ କରିଥିବା ବେଳେ, ମୁଖ୍ୟ ଅତିଥି ଭାବେ ରିଟାର୍ଡ ପ୍ରଫେସର ଗଣିତ ବିଭାଗର ଡ.ସୁଶୀଲ କୁମାର ଗନ୍ତାୟତ ଯୋଗଦେଇ ସଂପର୍କିତ ସନ୍ଦର୍ଭ ଉପରେ ଆଲୋକପାତ କରି ଛାତ୍ରଛାତ୍ରୀଙ୍କ ଦ୍ବାରା ପଚରାଯାଇଥିବା ପ୍ରଶ୍ନର ଉତ୍ତର ଦେଇଥିଲେ । ପ୍ରଦୀପ୍ତ ରଂଜନ ପ୍ରହରାଜ,ଶ୍ରୀମତି ଆରତି ଦାସ, ପ୍ରିୟଙ୍କା ବେହେରା, ପ୍ରକାଶ ପାଣିଗ୍ରାହୀ, ଡ. ପ୍ରକାଶ ଚନ୍ଦ୍ର ମହାପାତ୍ର, ଡ. କୃଷ୍ଣଚନ୍ଦ୍ର ପଣ୍ଡା, ଡ. ହରିଶ ଚନ୍ଦ୍ର ଦାସ,ଡ.ମନୋଜ କୁମାର ମହାରଣା, ଶ୍ରୀଯୁକ୍ତ ରଘୁନାଥ ପଣ୍ଡା, ଶ୍ରୀମତି ଗୀତାଞ୍ଜଳି ପାଣୀଗ୍ରାହୀ,ଡ.ମିନତୀ ସାହୁ, ଡ. ସସ୍ମିତା କୁମାରୀ ପଟ୍ଟନାୟକ, ଶ୍ରୀମତି ପ୍ରଜ୍ଞାମୟୀ ଶତପଥୀଙ୍କ ସମେତ କଲେଜର ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଆଲୋଚନା କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପିକା ସୁଜ୍ଞାନୀ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।


ରିପୋର୍ଟ :ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here