ସେନାନିଯୁକ୍ତି ରାଲିରେ ମନୋନୀତ ହୋଇଥିବା ୧୭ ଜଣ ଆଥେଲେଟିକ୍ ଯୁବକଙ୍କୁ ସମ୍ବର୍ଦ୍ଧନା…

0
19

ବ୍ରହ୍ମପୁର, (ମହାରାଣୀ ନ୍ୟୁଜ୍) : ବ୍ରହ୍ମପୁର ୟୁସିପି ସ୍କୁଲ ଗ୍ରାଉଣ୍ଡଠାରେ ଚଳିତବର୍ଷ ଗୋପାଳପୁରରେ ଆୟୋଜିତ ସେନାନିଯୁକ୍ତି ରାଲିରେ ମନୋନୀତ ହୋଇଥିବା ୧୭ ଜଣଆଥେଲେଟିକ୍ ଯୁବକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ନ୍ୟାସ୍‌ନାଲ ଆଥେଲେଟିକ୍ ସିନିୟର କୋଚ୍ ସୁରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସହିତ ସମସ୍ତ କୋଚଙ୍କ ଉପସ୍ଥିତିରେ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଥିଲା । ବ୍ରହ୍ମପୁର ସହରରେ ସେନା ପ୍ରଶିକ୍ଷଣ ପାଇଁ ୧୫୦ରୁ ଉଦ୍ଧି ଯୁବକ ପ୍ରଶିକ୍ଷଣ ନେଉଛନ୍ତି । ବ୍ରହ୍ମପୁର ଷ୍ଟାଡିୟମ୍ ଠାରେ ସେମାନେ ପ୍ରତିଦିନ ପ୍ରଶିକ୍ଷଣ ନେଉଥିବା ବେଳେ ବର୍ତ୍ତମାନ ଷ୍ଟାଡିୟମ୍ ନିର୍ମାଣ କାମ ଚାଲିଛି । ଯାହାଫଳରେ ବିନାୟକ ଆଚାର୍ଯ୍ୟ କଲେଜ ଗ୍ରାଉଣ୍ଡ ଏବଂ ୟୁସିପି କଲେଜ ଗ୍ରାଉଣ୍ଡରେ ସେମାନେ ପ୍ରଶିକ୍ଷଣ ନେଉଥିଲେ । ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରୁ ଚଳିତ ବର୍ଷ ସେନା ନିଯୁକ୍ତିରେ ୧୭ଜଣ ଚୟନ ହୋଇଛନ୍ତି । ପ୍ରଶିକ୍ଷଣ ନେଉଥିବା ଯୁବକ ମାନଙ୍କୁ କୋଚ୍ ମାନେ ମାଗଣାରେ ତାଲିମ ଦେଉଥିବା ବେଳେ ୧୭ଜଣ ସେନାରେ ନିଯୁକ୍ତି ପାଇଥିବାରୁ କୋଚ୍ ମାନେ ଖୁସିବ୍ୟକ୍ତ କରିଛନ୍ତି । ନିଜର ଇଛା ଶକ୍ତି , ପରିଶ୍ରମ ଏବଂ ମନୋବଳ ଥିଲେ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରିବ ବୋଲି କୋଚ୍ ମାନେ ପ୍ରଶିକ୍ଷାର୍ଥୀଙ୍କୁ ଉପଦେଶ ଦେଇଥିଲେ । ନ୍ୟାସ୍‌ନାଲ ଆଥେଲେଟିକ୍ ସିନିୟର କୋଚ୍ ସୁରେନ୍ଦ୍ର କୁମାର ପଟ୍ଟନାୟକଏବଂ ଇଣ୍ଡିଆନ ଆର୍ମିରେ କାର୍ଯ୍ୟରତ ପ୍ରଦୀପ କୁମାର ବେହେରାଙ୍କ ସହିତ ମହିଳା କୋଚ୍ ପୁଷ୍ପାଞ୍ଜଳି ପ୍ରହରାଜ , ଗଞ୍ଜାମ ଜିଲ୍ଲା ଜେନେରାଲ ମ୍ୟାନେଜର ଏସକେ ଗୌଡ , ଉମା ମହେଶ୍ୱର ରାଓ ପ୍ରମୁଖ ପ୍ରଶିକ୍ଷଣ ଦେଉଥିଲେ । ଏହି ଅବସରରେ ପ୍ରଶିକ୍ଷଣ ନେଉଥିବା ସମସ୍ତ ଯୁବକ ଉପସ୍ଥିତ ଥିଲେ ।


ରିପୋର୍ଟ:ପିଣ୍ଟୁ ବେହେରା

LEAVE A REPLY

Please enter your comment!
Please enter your name here